ଶ୍ମଶାନକୁ ବି ଛାଡିଲେନି: ନେଇଗଲେ ସ୍ୱର୍ଗଦ୍ୱାରର ୧୦.୩୪୨ ଏକର ଜମି

ପୁରୀ: କଥାରେ ଅଛି ଲୋଭର ବଶବର୍ତ୍ତି ହୋଇ ମଣିଷ ନିଚରୁ ନିଚ କାମ କରିବାକୁ ପଛାଇ ନ ଥାଏ। ଯାହା ପୁରୀ ସ୍ୱର୍ଗଦ୍ୱାରକୁ ଦେଖିଲେ ଅକ୍ଷରେ ଅକ୍ଷରେ ସତ ପରି ଲାଗୁଛି। ଲୋଭ ଆଗରେ ସନାତନ ଧର୍ମର ଏହି ପୁଣ୍ୟ କ୍ଷେତ୍ର ମଧ୍ୟ ହାର ମାନିଛି। ୧୬ ଏକରର ସ୍ୱର୍ଗଦ୍ୱାରରୁ ୧୦.୩୪୨ ଏକର ଜମିକୁ ବିଭିନ୍ନ ସମୟରେ ଜାଲିଆତି କରି ହଡ଼ପ କରାଯାଇଛି। ସେଟଲମେଣ୍ଟ ଆକ୍ଟର ଦୂରୁପଯୋଗ  କରାଯାଇ ଏହି ଜମି ୧୫୮ ଜଣଙ୍କ ନାଁରେ ରେକର୍ଡ […]

puri

puri

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 08:48 PM IST

ପୁରୀ: କଥାରେ ଅଛି ଲୋଭର ବଶବର୍ତ୍ତି ହୋଇ ମଣିଷ ନିଚରୁ ନିଚ କାମ କରିବାକୁ ପଛାଇ ନ ଥାଏ। ଯାହା ପୁରୀ ସ୍ୱର୍ଗଦ୍ୱାରକୁ ଦେଖିଲେ ଅକ୍ଷରେ ଅକ୍ଷରେ ସତ ପରି ଲାଗୁଛି। ଲୋଭ ଆଗରେ ସନାତନ ଧର୍ମର ଏହି ପୁଣ୍ୟ କ୍ଷେତ୍ର ମଧ୍ୟ ହାର ମାନିଛି। ୧୬ ଏକରର ସ୍ୱର୍ଗଦ୍ୱାରରୁ ୧୦.୩୪୨ ଏକର ଜମିକୁ ବିଭିନ୍ନ ସମୟରେ ଜାଲିଆତି କରି ହଡ଼ପ କରାଯାଇଛି। ସେଟଲମେଣ୍ଟ ଆକ୍ଟର ଦୂରୁପଯୋଗ  କରାଯାଇ ଏହି ଜମି ୧୫୮ ଜଣଙ୍କ ନାଁରେ ରେକର୍ଡ କରାଯାଇଥିବା ତଦନ୍ତ କମିଟି ଜାଣିବାକୁ ପାଇଛି।

୯୦ ବର୍ଷର ପୁରୁଣା ନଥିପତ୍ର ଯାଞ୍ଚ ବେଳେ ତଦନ୍ତ କମିଟି ହାତରେ ଏହି ପ୍ରମାଣ ଲାଗିଛି। ସ୍ୱର୍ଗଦ୍ୱାର ରହିଥିବା ୨୪୨ ନମ୍ବର ପ୍ଲଟର ଛାନବିନ୍‌ ବେଳେ ୩୦ଟି ପ୍ଲଟର ଯାଞ୍ଚ ସରିଛି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ଆଇନର ଦୂରୁପଯୋଗ କରାଯାଇ ବିଭିନ୍ନ ଲୋକଙ୍କ ନାଁରେ ଜମି ରେକର୍ଡଭୁକ୍ତ ହୋଇଛି। ୧୮୯୯ ମସିହାରେ ବାଲିସାହି ମୌଜା ଖାତା ନମ୍ବର ୩୩ର ୫୬ଟି ପ୍ଲଟ୍‌ରେ ୩୩ ଏକର ୧୧୦ ଡିସିମିଲ ଜମି ରହିଥିଲା। ସେଥିରୁ ୮୫୩ ନମ୍ବର ପ୍ଲଟରେ ୧୬.୪୦୦ ଡିସିମିଲ ଜମିର ମାର୍ଫତଦାର ଥିଲେ ସଧୁସୂଦନ ତୀର୍ଥସ୍ୱାମୀ ଏବଂ ଗୁରୁ ଦାମୋଦର ତୀର୍ଥସ୍ୱାମୀ। ହେଲେ ୧୯୮୯ ମସିହା ହାଲ୍‌ ସେଟଲମେଣ୍ଟରେ ଏହା ମାତ୍ର ୪୬୫ ଡିସିମିଲରେ ସୀମିତ ରହିଗଲା। ଏହା କିପରି ହେଲା ତାହାର ଯାଞ୍ଚ ଚଳାଇଛି ତଦନ୍ତ କମିଟି। ଏହାର ରିପୋର୍ଟ ଆସିବା ପରେ ହିଁ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି ଏବି ଓତା କହିଛନ୍ତି। ସେ କହିଛନ୍ତି,“୨୦୧୧ କି ୨୦୧୨ରେ ଯେଉଁ ତଦନ୍ତ ହୋଇଥିଲା ତାହାର ଫାଇଲ୍‌ ମଗାଇଛି। ତାକୁ ମଧ୍ୟ ଅନୁଧ୍ୟାନ କରାଯିବ। କମିଟି ଯାଞ୍ଚ କରୁଛି, ବୁଧବାର ସୁଦ୍ଧା ମୋତେ ରିପୋର୍ଟ ଦେବେ।”

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପ୍ରତିବାଦ ଜୋର ଧରିବାରେ ଲାଗିଛି।  ଗତକାଲି ବିଜେପି ଆନ୍ଦୋଳନ କରିଥିବା ବେଳେ ଆଜି ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ଓ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସ୍ୱର୍ଗଦ୍ୱାର ଜମି ହଡ଼ପ ଘଟଣାର ସିବିଆଇ ତଦନ୍ତ କରିବାକୁ ଉଭୟ ଦାବି କରିଛନ୍ତି।

ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଓ ଛାତ୍ର କଂଗ୍ରେସ ପକ୍ଷରୁ ଅଠରନଳାରେ ବିକ୍ଷୋଭ କରାଯାଇଥିଲା। ଫଳରେ ଦୀର୍ଘ ସମୟ ଧରି ପୁରୀ ସହରକୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ୨୦୧୨ ମହିସାରେ ସ୍ୱର୍ଗଦ୍ୱାର ଜମି ଦୁର୍ନୀତିର ତଦନ୍ତ ରିପୋର୍ଟ ପ୍ରକାଶ ପାଇ ନ ଥିବାରୁ ଜିଲ୍ଲା ପ୍ରଶାସନର ଏବେର ତଦନ୍ତକୁ ନେଇ ଉଭୟ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos