ଏହିସବୁ ଅଭ୍ୟାସ ଦ୍ୱାରା ଆପଣ ଆଜୀବନ ରହିପାରିବେ ସ୍ୱାସ୍ଥ୍ୟବାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତେ ଚାହାଁନ୍ତି ସୁସ୍ଥ ଜୀବନ। ସୁସ୍ଥ ରହିବାକୁ ଆମେ ବହୁତ କିଛି କରୁଛନ୍ତି। ଡାକ୍ତରଙ୍କ ପରାମର୍ଶରେ ଡାଏଟିଂ ଠାରୁ ଆରମ୍ଭ କରି ବ୍ୟାୟାମ ପର୍ଯ୍ୟନ୍ତ କରୁଛନ୍ତି। ନିତିଦିନିଆ ଖାଇବା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଏତେ ସବୁ ପରେ ବି ଆମେ ବହୁ ସମୟରେ ବେମାର ପଡ଼ୁଛନ୍ତି। ଏହାର କାରଣ ହୋଇପାରେ ଆମ ଦୈନନ୍ଦିନ ଚଳଣି। ତେବେ ଏପରି କିଛି ଉପାୟ ଅଛି, ଯାହାକୁ ଆପଣାଇଲେ ଆମେ ସୁସ୍ଥ ରହି ପାରିବା। ଅସନ୍ତୁ […]

health

health

Rakesh Mallick
  • Published: Monday, 23 April 2018
  • Updated: 23 April 2018, 05:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତେ ଚାହାଁନ୍ତି ସୁସ୍ଥ ଜୀବନ। ସୁସ୍ଥ ରହିବାକୁ ଆମେ ବହୁତ କିଛି କରୁଛନ୍ତି। ଡାକ୍ତରଙ୍କ ପରାମର୍ଶରେ ଡାଏଟିଂ ଠାରୁ ଆରମ୍ଭ କରି ବ୍ୟାୟାମ ପର୍ଯ୍ୟନ୍ତ କରୁଛନ୍ତି। ନିତିଦିନିଆ ଖାଇବା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଏତେ ସବୁ ପରେ ବି ଆମେ ବହୁ ସମୟରେ ବେମାର ପଡ଼ୁଛନ୍ତି। ଏହାର କାରଣ ହୋଇପାରେ ଆମ ଦୈନନ୍ଦିନ ଚଳଣି। ତେବେ ଏପରି କିଛି ଉପାୟ ଅଛି, ଯାହାକୁ ଆପଣାଇଲେ ଆମେ ସୁସ୍ଥ ରହି ପାରିବା। ଅସନ୍ତୁ ଜାଣିବା ଏମିତି ୧୦ଟି ଉପାୟ ସମ୍ପର୍କରେ।

୧. ବାହାରୁ ଘରକୁ ଆସିଲେ, ବାହାରେ କୌଣସି ବସ୍ତୁ ଧରିଥିଲେ, ଖାଇବା ରାନ୍ଧିବା ପୂର୍ବରୁ କିମ୍ବା ଖାଇବା ପୂର୍ବରୁ, ଖାଇବା ପରେ ଓ ବାଥ୍‌ରୁମ୍‌ର ବ୍ୟବହାର କରିବା ପରେ ହାତ ଭଲ ଭାବେ ସାବୁନରେ ଧୋଇ ଦିଅନ୍ତୁ। ଯଦି ଘରେ ଛୋଟ ପିଲା ଅଛନ୍ତି, ତେବେ ଏସବୁ କାମ କରିବାକୁ କେବେ ବି ଭୁଲନ୍ତୁ ନାହିଁ। ପିଲାକୁ ଧରିବା ପୂର୍ବରୁ ଭଲ ଭାବେ ନିଜ ହାତ ଧୋଇବା ଜରୁରୀ।

୨. ଘର ସଫା ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ବିଶେଷ କରି ରୋଷେଇ ଘର ଓ ଶୌଚାଳୟ। ସବୁବେଳେ ଲକ୍ଷ୍ୟ ରଖନ୍ତୁ ପାଣି କୌଣସି ସ୍ଥାନରେ ଯେମିତି ଜମି ନରହେ। ବେସିନ୍‌ ଥିବା ସ୍ଥାନକୁ ପ୍ରତିଦିନ ଫିନାଇଲ ଓ ଫ୍ଲୋର କ୍ଲିନର ବ୍ୟବହାର କରି ସଫା କରନ୍ତୁ। ଖାଇବା ଜିନିଷ ଖୋଲାରେ ରଖନ୍ତୁ ନାହିଁ। କଞ୍ଚା ଓ ପାଚିଲା ଖାଦ୍ୟକୁ ଅଲଗା ଅଲଗା ରଖନ୍ତୁ।  ଖାଦ୍ୟ ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ଭଲ ଭାବେ ସଫା କରନ୍ତୁ। ଓଦା ବାସନ ରାକ୍‌ରେ ରଖନ୍ତୁ ନାହିଁ। ସେହିପରି ସୁଖି ନଥିବା କୌଣସି ବାସନରେ ଢାଙ୍କୁଣି ଦିଅନ୍ତୁ ନାହିଁ।

୩. ସବୁବେଳେ ସତେଜ ପରିବା ଓ ଫଳ ଖାଆନ୍ତୁ। ମସଲା ଓ ଖାଦ୍ୟ ଦ୍ରବ୍ୟ ରଖିବା ବେଳେ ଏହାର ଏକ୍ସପାଇରୀ ଡେଟ୍‌ ଚେକ୍‌ କରନ୍ତୁ। ଏକ୍ସପାଇରୀ ଡେଟ୍‌ ଚାଲି ଯାଇଥିବା ଦ୍ରବ୍ୟ କେବେ ବି ବ୍ୟବହାର କରନ୍ତୁ ନାହିଁ।

୪. ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଅଧିକ ମସଲା ଓ ତେଲ ବ୍ୟବହାର କରନ୍ତୁ ନାହିଁ। ଖାଦ୍ୟକୁ ଉଚିତ ମାତ୍ରାରେ ସିଝିବାକୁ ଦିଅନ୍ତୁ। ଅଧିକ ସିଝାଇଲେ ପନିପରିବାରେ ଥିବା ପୌଷ୍ଠିକ ତତ୍ତ୍ୱ ନଷ୍ଟ ହୋଇଯିବ। ବିଶେଷ କରି ଓଭେନ୍‌ରେ ଖାଇବା ପ୍ରସ୍ତୁତ କରିବା ବେଳେ ତାପମାତ୍ରା ଉପରେ ଧ୍ୟାନ ଦିଅନ୍ତୁ। ଖାଦ୍ୟ ପ୍ରସ୍ତୁତ ହୋଇଯିବା ପରେ ସବୁବେଳେ ଢାଙ୍କି ରଖନ୍ତୁ।
୫. ଖାଦ୍ୟରେ ମସଲା, ଦହି, ଦୁଧ, ହଳଦୀ, ସବୁଜ ପରିବା, ଡାଲି ଓ ଚାଉଳ ନିଶ୍ଚିତ ରଖନ୍ତୁ। ସବୁ ବେଳେ ଚେଷ୍ଟା କରନ୍ତୁ ଆପଣଙ୍କ ଖାଇବା ଥାଳିରେ ନାନା ପ୍ରକାର ଖାଦ୍ୟ ରହିବ। ସବବେଳେ ଶୁଦ୍ଧ ପାଣି ବ୍ୟବହାର କରନ୍ତୁ। ପନିପରିବା ଓ ଫଳ ଧୋଇବା ପରେ ବ୍ୟବହାର କରନ୍ତୁ।

୬. ଖାଇବା ବନାଇବା ବେଳେ Unsaturated vegetable oil (ଯେମିତି ସୋୟାବିନ, ସନଫ୍ଲାୱାର, ମକ୍କା କିମ୍ବା ଅଲିଭ ଅଏଲ୍‌) ବ୍ୟବହାର କରନ୍ତୁ। ଚିନି ଓ ଲୁଣର ପ୍ରୟୋଗ ସବୁବେଳେ କମ କରନ୍ତୁ। ଜଙ୍କ୍‌ ଫୁଡ, କୋଲଡ୍ରିଙ୍କ୍ସ ଓ ଆର୍ଟିଫିସିଆଲ ମିଠାରେ ପ୍ରସ୍ତୁତ ଜୁସ୍‌ର ବ୍ୟବହାର କରନ୍ତୁ ନାହିଁ। ରାତି ୮ଟା ଶୁଦ୍ଧା ଖାଇବା ଶେଷ କରନ୍ତୁ ଓ ଏହା ଯେପରି ହାଲକା ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

୭.ଆପଣଙ୍କ ଶୋଇବା ଘର ସଫା ରଖନ୍ତୁ। ବାୟୁ ପ୍ରଭାବ ଯେପରି ଭଲ ହେଉଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଚାଦର, ତକିଆ, ରେଜେଇ ଖୋଳ ଓ ପରଦା ନିୟମିତ ବ୍ୟବଧାନରେ ସଫା କରନ୍ତୁ ଓ ବେଳେ ବେଳେ ଖରାରେ ଶୁଖାଇ ଝାଡି ଦିଅନ୍ତୁ।

୮. ମେଡିଟେସନ, ଯୋଗ ଓ ଧ୍ୟାନ କରନ୍ତୁ। ଏହାଦ୍ୱାରା ଏକାଗ୍ରତା ବଢ଼ିବା ସହ ଚିନ୍ତା ଦୂର ହେବ।

୯. କିଛି ବି ବ୍ୟାୟାମ ପ୍ରତିଦିନ କରନ୍ତୁ। ଏଥିପାଇଁ ପ୍ରତିଦିନ ଅତି କମରେ ଅଧ ଘଣ୍ଟା ସମୟ ନିଅନ୍ତୁ ଓ ବ୍ୟାୟାମରେ ପରିବର୍ତ୍ତନ କରନ୍ତୁ। ଯଦି ଏସବୁ କରିବାକୁ ସମୟ ବାହାର କରିପାରୁ ନାହାଁନ୍ତି, ତେବେ ଘରେ କିମ୍ବା ଅଫିସ୍‌ରେ ଜୋରେ ଜୋରେ ସିଢ଼ି ଚଢ଼ିବା ଅଭ୍ୟାସ କରିନିଅନ୍ତୁ। ଏହା ମଧ୍ୟ ଧ୍ୟାନରେ ରଖିବେ ଅଫିସ୍‌ରେ କୌଣସି ସ୍ଥାନରେ ଯେମିତି ଅଧିକ ସମୟ ନ ବସିବେ।

୧୦. ୪୫ ବର୍ଷ ଅତିକ୍ରମ କରିବା ପରେ ନିୟମିତ ଚେକ୍‌ଅପ୍‌ କରନ୍ତୁ। ଯଦି ଡାକ୍ତର ଆପଣଙ୍କୁ କିଛି ଔଷଧ ଖାଇବାକୁ ଦେଉଛନ୍ତି, ତେବେ ଏହାକୁ ଠିକ୍‌ ସମୟରେ ନିଅନ୍ତୁ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶରେ ରୁହନ୍ତୁ। ପିଲାମାନଙ୍କ ସହ ଖେଳନ୍ତୁ, ପୋଷା ପ୍ରାଣୀଙ୍କ ସହ ସମୟ କାଟନ୍ତୁ। କୁକୁର ରଖିଥିଲେ ତା’ ସହ ଜୋରେ ଦୌଡନ୍ତୁ। ପରିବାର ଲୋକଙ୍କ ସହ ଥଟ୍ଟାମଜାରେ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story