୧୦ରୁ ଅଧିକ ସ୍ଥାନରେ ଚଢାଉ: ବେଆଇନ ଭାବେ ଗଚ୍ଛିତ ଥିବା ବହୁ ପରିମାଣର ଡାଲି ଜବତ

ଭୁବନେଶ୍ୱର: ସାରା ଦେଶରେ ଡାଲି ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଫଳରେ ଏସେନସିଆଲ କମୋଡିଟଇ ଆକ୍ଟ ଅନୁସାରେ ସାରା ଦେଶରେ ଡାଲି ଗୋଦାମଗୁଡିକ ଉପରେ ଚଢାଉ ଚାଲିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରାଯାଇଛି । ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ସମ୍ବଲପୁର, ରାୟଗଡା ଓ ପୁରୀ ଆଦି ଜିଲ୍ଲାର ୧୦ରୁ ଅଧିକ ସ୍ଥାନରେ ଯୋଗାଣ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ପରିମାଣର ଡାଲି […]

dali-8

dali-8

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 03:24 PM IST

ଭୁବନେଶ୍ୱର: ସାରା ଦେଶରେ ଡାଲି ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଫଳରେ ଏସେନସିଆଲ କମୋଡିଟଇ ଆକ୍ଟ ଅନୁସାରେ ସାରା ଦେଶରେ ଡାଲି ଗୋଦାମଗୁଡିକ ଉପରେ ଚଢାଉ ଚାଲିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରାଯାଇଛି । ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ସମ୍ବଲପୁର, ରାୟଗଡା ଓ ପୁରୀ ଆଦି ଜିଲ୍ଲାର ୧୦ରୁ ଅଧିକ ସ୍ଥାନରେ ଯୋଗାଣ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ପରିମାଣର ଡାଲି ଜବତ କରାଯାଇଛି ।

ଭୁବନେଶ୍ୱରର ଡୁମୁଡୁମା ସ୍ଥିତ ଫେଜ୍-୧ ପ୍ଲଟ ନମ୍ୱର ୨୭୩ରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଚଢ଼ାଉ କରି ଯୋଗାଣ ବିଭାଗ ପକ୍ଷରୁ ୧୭୦ ବସ୍ତା  ଡ଼ାଲି  ଜବତ କରାଯାଇଛି। ଏଥିରେ ୮୦ ବସ୍ତା ହରଡ ଓ ୯୦ ବସ୍ତା ମସୁର ଡ଼ାଲି ରହିଛି। ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ କାହିଁକି ଏତେ ପରିମାଣ ଡାଲି ମହଜୁଦ ରଖିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କଳାବଜାର କରିବା ଉଦ୍ଦେଶ୍ୟରେ ଏତେ ପରିମାଣର ଡାଲି ଗଚ୍ଛିତ କରି ରଖାଯାଇଥିବା ଅଭିଯୋଗ ହୋଇଛି । ତେବେ କଳାବଜାର ନୁହେଁ ବ୍ୟବସାୟ ତାଙ୍କ ପୁଅ ଏହି ଡାଲି ରଖିଥିବା ଅବସରପ୍ରାପ୍ତ ଶିକ୍ଷକ କହିଛନ୍ତି ।

ବାଲେଶ୍ୱର ଜିଲ୍ଲାରେ ଆଜି ୨ଟି ସ୍ଥାନ ଶୁଭଚରଣ ସୀତାରାମ ଓ ରାଧାକୃଷ୍ଣ ଡାଲି ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ମୋତିଗଞ୍ଜ ଶୁଭଚରଣ ସୀତାରାମ ଗୋଦାମରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ୬ଜଣିଆ ଟିମ୍ ଚଢାଉ କରିଛନ୍ତି । ଯାଞ୍ଚ ବେଳେ ଗୋଦାମରେ ୪୫୬ କୁଇଣ୍ଡାଲ ମୁଗ, ୬୮୧ କୁଇଣ୍ଟାଲ ହରଡ଼, ୩ଶହ କୁଇଣ୍ଟାଲ ମସୁର, ୯୬୦ କୁଇଣ୍ଟାଲ ବିରି ଓ ୬୩୧ କୁଇଣ୍ଟାଲ୍ ମଟର ଡାଲି ରହିଥିବା ସୂଚନା ମିଳିଛି। ଗୋଦାମର ରେକର୍ଡ ଯାଞ୍ଚ ଚାଲିଛି। ସେହିପରି ରାଧାକୃଷ୍ଣ ଗୋଦାମରେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।

ସମ୍ବଲପୁର ସହରରେ ଯୋଗାଣ ବିଭାଗ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ଡାଲି ଗୋଦାମ ଉପରେ ମିଳିତ ଚଢାଉ କରାଯାଇଛି । ସହରର କ୍ଷେତରାଜପୁର ସ୍ଥିତ ଡାଲି ଗୋଦାମ ସମେତ ଅନ୍ୟ ସ୍ଥାନରେ ଥିବା ଗୋଦାମଗୁଡ଼ିକ ଉପରେ ଏହି ଚଢାଉ କରାଯାଇଛି। ଏହାସହ ୫ଟି ଗୋଦାମକୁ ସିଲ୍ କରାଯାଇଛି। ଆସନ୍ତାକାଲି ଏହାକୁ ଯାଞ୍ଚ କରାଯିବ ।

ରାୟଗଡା ଜିଲ୍ଲାରେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବିଭାଗ ପକ୍ଷରୁ କିସାନ ଫୁଡ ପ୍ରୋସେସିଂ ଡାଲି ମିଲ ଉପରେ ଏହି ଚଡାଉ କରାଯାଇଥିଲା । ଚଢାଉ ବେଳେ ବେଆଇନ ଭାବେ ଗଚ୍ଛିତ ଥିବା ୨୧୫ କୁଇଣ୍ଟାଲ ଡାଲି ଜବତ କରାଯାଇଛି। କଟକ ଜଗତପୁର ଅଞ୍ଚଳରେ ଥିବା ଦେବୀ ଭଣ୍ଡାର ଓ ଏମଡି ଫ।ରୁକ୍ ଆଣ୍ଡ ସନ୍ସ ଉପରେ ଚଢ଼ାଉ କରି ଡାଲି ଜବତ କରାଯାଇଛି । ପୁରୀର ଚନ୍ଦନପୁର ଜେ.କେ. ସାହୁ ଗୋଦାମ ଉପରେ ଯୋଗାଣ ବିଭାଗର ଚଢାଉ କରାଯାଇଛି । ଗୋଦାମରେ ବେଆଇନ ଭାବେ ଗଚ୍ଛିତ ଥିବା ୧୭୬ କୁଇଣ୍ଟାଲ ଡାଲି ଜବତ କରାଯାଇଛି।

ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ରାଜ୍ୟରେ ଡାଲିର ଅଭାବ ନ ଥିଲେ ମଧ୍ୟ ବେଆଇନ୍ ଭାବେ ମହଜୁଦକାରୀଙ୍କ ଉପରେ ଚଢ଼ାଉ କରାଯାଉଛି । ୧୪ଟି ଜିଲ୍ଲାରେ ଗୋଦାମଗୁଡିକର ଯାଞ୍ଚ କରାଯାଉଛି । ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗକୁ ଯାଞ୍ଚ କରି ବେଆଇନ ଭାବେ ଗଚ୍ଛିତ ଥିବା ଡାଲି ବାହାର କରିବକୁ ନିର୍ଦ୍ଦେଶ ଦିଆଯାଇଥିବା ଯୋଗାଣ ମନ୍ତ୍ରୀ ଦାସବର୍ମା କହିଛନ୍ତି । ସେହିପରି ବର୍ତ୍ତମାନ ଡାଲି ବଜାରରେ ଆବଶ୍ୟକ ପରିମାଣର ମହଜୁଦ୍ ଅଛି ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି । ହରଡ଼ ଡାଲି କିଲୋ ପିଛା ୧୬୦ରୁ ୧୭୦ ଟଙ୍କ।, ମୁଗ ୧୦୯ରୁ ୧୧୫ଟଙ୍କ।, ବୁଟ୍ ୭୨ରୁ ୭୫ ଟଙ୍କ। ଓ ମସୁର ଡାଲିର ଦର ୭୫ ଟଙ୍କ।ରୁ ୮୫ ଟଙ୍କ। ମଧ୍ୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story