୧୦୦ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ ଏବଂ ସ୍ୱତନ୍ତ୍ର ଓଡ଼ିଶା ଗଠନର ୮୦ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ୧୦୦ଟି ନୂତନ ଓ ସମ୍ପ୍ରସାରିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଲୋକାର୍ପଣ କରିଛନ୍ତି।  ୨୦ଟି ଜିଲ୍ଲାର ୪୧ଟି ସହରାଞ୍ଚଳର ଜନସାଧାରଣ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ। ଭୁବନେଶ୍ୱର, କଟକ, ପୁରୀ, ନିମାପଡ଼ା, କୋଣାର୍କ, ବ୍ରହ୍ମପୁର, ଛତ୍ରପୁର, ରାଜଗାଙ୍ଗପୁର, ନୟାଗଡ଼, ଜୟପୁର, […]

cm

cm

Rakesh Mallick
  • Published: Wednesday, 20 April 2016
  • Updated: 20 April 2016, 12:31 PM IST

Sports

Latest News

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ ଏବଂ ସ୍ୱତନ୍ତ୍ର ଓଡ଼ିଶା ଗଠନର ୮୦ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ୧୦୦ଟି ନୂତନ ଓ ସମ୍ପ୍ରସାରିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଲୋକାର୍ପଣ କରିଛନ୍ତି।  ୨୦ଟି ଜିଲ୍ଲାର ୪୧ଟି ସହରାଞ୍ଚଳର ଜନସାଧାରଣ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ। ଭୁବନେଶ୍ୱର, କଟକ, ପୁରୀ, ନିମାପଡ଼ା, କୋଣାର୍କ, ବ୍ରହ୍ମପୁର, ଛତ୍ରପୁର, ରାଜଗାଙ୍ଗପୁର, ନୟାଗଡ଼, ଜୟପୁର, ରାୟଗଡ଼ା, ଅନୁଗୋଳ, ପାଟଣାଗଡ଼ ଓ ରାଉରକେଲା ଆଦି ସହରରେ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକ ଅବସରରେ ସହରାଞ୍ଚଳ ଲାଗି ୧୦୦ଟି ପାନୀୟଜଳ ପ୍ରକଳ୍ପ ଲୋକାର୍ପଣ କରି ମୁଁ ବହୁତ ଆନନ୍ଦିତ। ୬୩ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପଗୁଡିକ ଦ୍ୱାରା ସହରାଞ୍ଚଳର ଲୋକେ ଉପକୃତ ହେବେ। ଆମ ସରକାର ପ୍ରତିଦିନ ମୁଣ୍ଡପିଛା ୧୩୫ ଲିଟର ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। ସହରର ସମସ୍ତଙ୍କ ଘର ସହ ବସ୍ତି ଅଞ୍ଚଳରେ ଘରଗୁଡିକୁ ପାଇପ ସଂଯୋଗ ଦିଆଯାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଛି। ୨୦୧୫ ଡିସେମ୍ବରରେ ସରକାର ସହରାଞ୍ଚଳ ଗରିବଙ୍କ ପାଇଁ ପାନୀୟଜଳ ସଂଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ବ୍ୟବସ୍ଥାରେ ୬୮ ହଜାର ଘରକୁ ପାଇପ୍‌ ସଂଯୋଗ ଦିଆଯାଇଛି। ଏହାଦ୍ୱାରା ୩ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ”

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଆଜି ଉଦ୍‌ଘାଟନ କରିଥିବା ପ୍ରକଳ୍ପ ମଧ୍ୟରେ କିଛି ନୂଆ ପ୍ରକଳ୍ପ ରହିଥିବା ବେଳେ ଆଉ କିଛିର ସମ୍ପ୍ରସାରଣ କରାଯିବ। ଏହି ପ୍ରକଳ୍ପଗୁଡିକ ଦ୍ୱାରା ପ୍ରାୟ ୩ ଲକ୍ଷ ଲୋକ ଉପକୃତ ହେବେ। ରାଜ୍ୟରେ ଥିବା ୧୬୮ଟି ପୌରାଞ୍ଚଳରେ ପ୍ରାୟ ୨୦୦୮ଟି ୱାର୍ଡ ରହିଛି। ୧୨୦୯ଟି ୱାର୍ଡରେ ମୁଣ୍ଡପିଛା ୧୩୫ ଲିଟର ଲେଖାଏଁ ପାଣି ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଉତ୍କଟ ଜଳ ସମସ୍ୟା ଦେଖା ଦେଇଥିବା ୨୪ଟି ପୌରାଞ୍ଚଳର ୱାର୍ଡଗୁଡ଼ିକରେ କିଭଳି ବିକଳ୍ପ ବ୍ୟବସ୍ଥା କରାଯିବ, ଏ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଶୀଘ୍ର ଏହି ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଯିବ।”

ସେ କହିଛନ୍ତି, “ରାଜ୍ୟର ଜନସାଧାରଣଙ୍କ ପାନୀୟଜଳ ସମସ୍ୟା କିପରି ଦୂର ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଆନ୍ତରିକତାର ସହ ଉଦ୍ୟମ କରୁଛନ୍ତି। ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ହେଉ ଅବା ବିକଳ୍ପ ବ୍ୟବସ୍ଥା କରି ହେଉ ଲୋକଙ୍କ ସମସ୍ୟାର ସମାଧାନ ଲାଗି ଚେଷ୍ଟା କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos