୧୦୦ ଟଙ୍କା ପାଇଁ ବୃଦ୍ଧଙ୍କ ଜୀବନ ନେଇଗଲେ ଫାଇନାନ୍ସ କମ୍ପାନୀ କର୍ମଚାରୀ

ଯାଜପୁର: ମାତ୍ର ୧୦୦ ଟଙ୍କା ପାଇଁ ଏକ ଫାଇନାନ୍ସ କମ୍ପାନୀର ୪ ଜଣ କର୍ମଚାରୀ ଗତକାଲି ଜଣେ ବୃଦ୍ଧଙ୍କୁ ହତ୍ୟା କରିଛନ୍ତି। ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବରୀ ଥାନା କୁଆଁରିଆକୂଳ ଗାଁରୁ। ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଆକ୍ରମଣରେ ଗାଁର ନରହରି ମଲ୍ଲିକଙ୍କୁ ମୃତ୍ୟୁ ଘଟିଛି। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଗ୍ରାମବାସୀ ୨ ଜଣ କର୍ମଚାରୀଙ୍କୁ ଧରି ପୋଲିସ ଜିମା ଦେବା ସହ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଏପରିକି […]

jajpur

jajpur

Rakesh Mallick
  • Published: Friday, 09 December 2016
  • Updated: 09 December 2016, 01:20 PM IST

Sports

Latest News

jajpurଯାଜପୁର: ମାତ୍ର ୧୦୦ ଟଙ୍କା ପାଇଁ ଏକ ଫାଇନାନ୍ସ କମ୍ପାନୀର ୪ ଜଣ କର୍ମଚାରୀ ଗତକାଲି ଜଣେ ବୃଦ୍ଧଙ୍କୁ ହତ୍ୟା କରିଛନ୍ତି। ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବରୀ ଥାନା କୁଆଁରିଆକୂଳ ଗାଁରୁ। ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଆକ୍ରମଣରେ ଗାଁର ନରହରି ମଲ୍ଲିକଙ୍କୁ ମୃତ୍ୟୁ ଘଟିଛି।

ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଗ୍ରାମବାସୀ ୨ ଜଣ କର୍ମଚାରୀଙ୍କୁ ଧରି ପୋଲିସ ଜିମା ଦେବା ସହ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଏପରିକି ଗ୍ରାମବାସୀ ପୋଲିସ ଗାଡିକୁ ମଧ୍ୟ ଛାଡି ନ ଥିଲେ। ଯାଜପୁର ଏସ୍‌ଡିପିଓ ଏବଂ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମୃତ ନରହରିଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବାକୁ ପୋଲିସ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ଅଭିଯୋଗ ଅନୁସାରେ ନରହରି ଚଣ୍ଡିଖୋଲସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସରୁ ୧୫,୦୦୦ ଟଙ୍କା ଋଣ ଆଣିଥିଲେ। ଶେଷ କିସ୍ତି ବାବଦକୁ ଆଉ ମାତ୍ର ୮୦୦ ଟଙ୍କା ଦେବାର ଥିଲା। ଗତକାଲି କମ୍ପାନୀର ୪ ଜଣ କର୍ମଚାରୀ ନରହରିଙ୍କ ଘରକୁ ଋଣ ଟଙ୍କା ନେବାକୁ ଆସିଥିଲେ। ନରହରି ୭୦୦ ଟଙ୍କା ଦେଇ ବାକି ୧୦୦ ଟଙ୍କା ପରେ ଦେବାକୁ କହିଥିଲେ। ଏହାକୁ ନେଇ କମ୍ପାନୀ କର୍ମଚାରୀ ଏବଂ ନରହରିଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କମ୍ପାନୀ କର୍ମଚାରୀମାନେ ନରହରିଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos