୧୨ ଆଇପିଏସଙ୍କୁ ପଦନ୍ନୋତି

ଭୁବନେଶ୍ୱର: ୧୨ଜଣ ଆଇପିଏସଙ୍କୁ ପଦନ୍ନୋତି ମିଳିଛି। ଓଡ଼ିଶା ସରକାର ୧୯୯୧, ୧୯୯୮, ୨୦୦୨ ଓ ୨୦୦୩ ବ୍ୟାଚର ଏହି ଆଇପିଏସ ଅଫିସରଙ୍କୁ ପଦନ୍ନୋତି ଦେଇଛନ୍ତି। ୧୯୯୧ ବ୍ୟାଚର ଆଇପିଏସ୍ ଦେବାଶିଷ ପାଣିଗ୍ରାହୀଙ୍କୁ ଏଡିଜିପି ପାହ୍ୟା ମିଳିଥିବା ବେଳେ ସେ ରାଜ୍ୟ ପୋଲିସ ହେଡକ୍ୱାର୍ଟର୍ସର ଏଡିଜି ପରସନେଲ ଭାବେ କାର୍ଯ୍ୟ କରିବେ।

୧୯୯୮ ବ୍ୟାଚ୍ ଆଇପିଏସ ଅମିତାଭ ଠାକୁର, ଦୟାଲ ଗ୍ୟାଙ୍ଗୱାର, ଏନ. ବି. ଭାରତୀଙ୍କୁ ଆଇଜି ପାହ୍ୟା ମିଳିଛି। ଅମିତାଭ ଠାକୁର ଆଇଜି ଦକ୍ଷିଣାଞ୍ଚଳ ହୋଇଥିବା ବେଳେ ଦୟାଲ ଗ୍ୟାଙ୍ଗୱାର ଆଇଜି ରାଜ୍ୟ ଆର୍ମ ପୋଲିସରେ କାର୍ଯ୍ୟ କରିବେ। ୧୯୯୮ ବ୍ୟାଚର ଆଇପିଏସ ଅଫିସର ଏସ. ଦେବଦତ୍ତ ସିଂହ ଓ ରବିକାନ୍ତ ପରଫର୍ମା ପ୍ରମୋସନ ପାଇଛନ୍ତି। ୨୦୦୨ ବ୍ୟାଚର ଏସ. ପରଭିନ କୁମାରଙ୍କୁ ପରଫର୍ମା ପ୍ରମୋସନ ମିଳିଛି। ୨୦୦୨ ବ୍ୟାଜ ନରସିଂହ ଭୋଳଙ୍କୁ ସିଲେକସନ ଗ୍ରେଡ୍ ପ୍ରମୋସନ ମିଳିଛି। ୨୦୦୩ ବ୍ୟାଜର କବିତା ଜଲାନଙ୍କୁ ସିଲେକସନ ଗ୍ରେଡ୍ ପ୍ରମୋସନ ମିଳିଥିବା ବେଳେ, ସଫିନ ଅହମ୍ମଦ ଏବଂ ହିମାଂଶୁ ଲାଲଙ୍କୁ ପରଫର୍ମା ପ୍ରମୋସନ ମିଳିଛି। ସଫିନ ମହମ୍ମଦ ଇଣ୍ଟର କ୍ୟାଡର ଡେପୁଟେସନରେ ଥିବା ବେଳେ ହିମାଂଶୁ ଲାଲ ଭାରତ ସରକାରଙ୍କ ଅଧୀନରେ କାମ କରୁଛନ୍ତି।