ଥମୁନି ଦାଦନ ଯନ୍ତ୍ରଣା: ଦୁଇ ଦିନରେ ୧୪୨ ଉଦ୍ଧାର

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଦାଦନ ଚାଲାଣ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରି କରୁଛନ୍ତି। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ଏହାସତ୍ତ୍ୱେ ବଲାଙ୍ଗିର ଜିଲ୍ଲାରେ ଦାଦାନ ଚାଲାଣ ରୋକିବାର ନାଁ ଧରୁନି। ପ୍ରତିଦିନ ରାଜ୍ୟ ବାହାରକୁ ଦାଦନ ଚାଲାଣ ହେଉଛନ୍ତି। ଏହା ଜ୍ୱଳନ୍ତ ଉଦାହରଣ ହେଉଛି ଗତ ଦୁଇ ଦିନରେ ଉଦ୍ଧାର ହୋଇଥିବା ୧୪୨ ଜଣ ଶ୍ରମିକ। ଗତକାଲି ରାତିରେ ପାଟଣାଗଡ ନିକଟ ବରବାହାଲ୍ ଗାଁ ବରୁଣ କରୁଆଁଙ୍କ ଘରେ ଭୋଜିଭାତର ଆସର […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 04:22 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଦାଦନ ଚାଲାଣ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରି କରୁଛନ୍ତି। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ଏହାସତ୍ତ୍ୱେ ବଲାଙ୍ଗିର ଜିଲ୍ଲାରେ ଦାଦାନ ଚାଲାଣ ରୋକିବାର ନାଁ ଧରୁନି। ପ୍ରତିଦିନ ରାଜ୍ୟ ବାହାରକୁ ଦାଦନ ଚାଲାଣ ହେଉଛନ୍ତି। ଏହା ଜ୍ୱଳନ୍ତ ଉଦାହରଣ ହେଉଛି ଗତ ଦୁଇ ଦିନରେ ଉଦ୍ଧାର ହୋଇଥିବା ୧୪୨ ଜଣ ଶ୍ରମିକ।

ଗତକାଲି ରାତିରେ ପାଟଣାଗଡ ନିକଟ ବରବାହାଲ୍ ଗାଁ ବରୁଣ କରୁଆଁଙ୍କ ଘରେ ଭୋଜିଭାତର ଆସର ଚାଲିଛି। ବରୁଣ ଦାଦନ ସର୍ଦ୍ଦାର ହୋଇଥିବାରୁ, ବରଗଡ ଜିଲ୍ଲାରୁ ୧୯ ଲୋକଙ୍କୁ ଆଣି ଦୁଇ ଦିନ ହେବ ନିଜ ଘରେ ରଖିଛନ୍ତି। ହାଇଦ୍ରାବାଦ୍ ଚାଲାଣ କରିବା ପାଇଁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ରାତିର ଖିଆପିଆ ପରେ, ଲାଠୋର ରେଲୱେ ଷ୍ଟେସନ୍ ଦେଇ ହାଇଦ୍ରାବାଦ୍ ଚାଲାଣ କରାଯାଇଥାନ୍ତା ବୋଲି ଅଭିଯୋଗ ହେଉଛି। ସେହିପରି ପାଟଣାଗଡ ପୋଲିସ୍‌ ଜାଣିପାରି ଲାଠୋର ରେଳ ଷ୍ଟେସନ୍‌ରୁ ୨୫ ଜଣ ଶ୍ରମିକମାନଙ୍କୁ ଉଦ୍ଧାର କରିଛି।

ଆଜି ମଧ୍ୟ ୯୮ ଜଣ ଶ୍ରମିକଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା। ଏ ସମ୍ପର୍କରେ ପୋଲିସ ଜାଣିପାରି କଣ୍ଟାବାଜି  ରେଳଷ୍ଟେସନ୍‌ରେ ଚଢ଼ାଉ କରି ୯୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟ ୧୮ ଜଣ ଶିଶୁ ଅଛନ୍ତି। ଏହି ଘଟଣାରେ ୬ ଜଣ ଏଜେଣ୍ଟଙ୍କୁ ମଧ୍ୟ ଗିରଫ କରାଯାଇଛି। ଚେରା ପରେ ଜଣାପଡ଼ିବ ସେମାନଙ୍କୁ କେଉଁଠି ଚାଲାଣ ହେଉଥିଲା।

ସାତ ଦିନ ତଳେ କ’ଣ କହିଥିଲେ ଏସ୍‌ଆର୍‌ସି

ସପ୍ତାହେ ତଳେ ବଲାଙ୍ଗିର ଗସ୍ତରେ ଯାଇଥିଲେ ଏସ୍ଆରସି ବିଷ୍ଣୁପଦ ସେଠୀ। ମରୁଡି ଅଂଚଳ ବୁଲି ଦେଖିଥିଲେ। ଭୟଙ୍କର ମରୁଡି ହୋଇଥିବା ସ୍ୱୀକାର ମଧ୍ୟ କରିଥିଲେ। କିନ୍ତୁ ଲୋକେ ଦାଦନ ଯାଇନାହାନ୍ତି ବୋଲି କହିଥିଲେ ଏସ୍ଆରସି। ତେଣୁ ଖୁବ୍ ଶୀଘ୍ର ଗାଁରେ ସରକାରୀ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos