୧୪୭ଟି ନିର୍ବାଚନ ମଣ୍ଡଳୀରେ ଆଜି ବିଜେପି କରିବ ସତ୍ୟାଗ୍ରହ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରର ସଫଳତାକୁ ନେଇ ବିଜେପି ଆଜି ସତ୍ୟାଗ୍ରହ କରିବ। ରାଜ୍ୟର ସମସ୍ତ ୧୪୭ଟି ନିର୍ବାଚନ ମଣ୍ଡଳୀରେ ଏହି ସତ୍ୟାଗ୍ରହ କରାଯିବ। ଦଳର ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ କଟକ, ବରିଷ୍ଠ ନେତା ବିଜୟ ମହାପାତ୍ର ଭୁବନେଶ୍ୱର ଓ ଅନ୍ୟ ନେତାମାନେ ଯେଉଁ ସ୍ଥାନରୁ ବିଧାନସଭା ପାଇଁ ପ୍ରତିନ୍ଦ୍ୱନ୍ଦିତା କରିଥିଲେ ସେଠାରେ ସତ୍ୟାଗ୍ରହର ନେତୃତ୍ୱ ନେବେ। ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ଲମ୍ୱା ତାଲିକା ନେଇ ଦଳ ସତ୍ୟାଗ୍ରହ ମାଧ୍ୟମରେ ପ୍ରତିବାଦ ସଭା କରିବ।