ଜିଲ୍ଲାପାଳମାନେ ଦେଲେ ରିପୋର୍ଟ;୧୫ ଜିଲ୍ଲାରେ ୪୧ ଚାଷୀଙ୍କ ମୃତ୍ୟୁ, ଫସଲ ନଷ୍ଟ କିମ୍ୱା ଋଣଭାର ଯୋଗୁଁ କେହି ହାରି ନାହାନ୍ତି ଜୀବନ

ଭୁବନେଶ୍ୱର: ରାଜ୍ୟରେ ଏବେ ସୁଦ୍ଧା ୧୫ଟି ଜିଲ୍ଲାର ୪୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଜିଲ୍ଲାପାଳଙ୍କ ପାଖରୁ ଏନେଇ ତଦନ୍ତ ରିପୋର୍ଟ ପାଇଛନ୍ତି ସରକାର। ତେବେ ଏମାନଙ୍କ ମଧ୍ୟରୁ କେହି ବି ଫସଲହାନି କିମ୍ୱା ଋଣଭାର ଯୋଗୁଁ ଆତ୍ମହତ୍ୟା କରି ନଥିବା ରିପୋର୍ଟରେ କୁହାଯାଇଛି। ବରଗଡ଼ ଜିଲ୍ଲାରେ ଆତ୍ମହତ୍ୟା କରିଛନ୍ତି ୧୫ ଜଣ ଚାଷୀ। ତେବେ ଏମାନଙ୍କ ମଧ୍ୟରୁ କେହି ଜଣେ ବି ଫସଲହାନୀ କିମ୍ୱା ଋଣଭାର ଯୋଗୁ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ ନାହିଁ। ସେହିପରି […]

src

src

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 02:14 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଏବେ ସୁଦ୍ଧା ୧୫ଟି ଜିଲ୍ଲାର ୪୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଜିଲ୍ଲାପାଳଙ୍କ ପାଖରୁ ଏନେଇ ତଦନ୍ତ ରିପୋର୍ଟ ପାଇଛନ୍ତି ସରକାର। ତେବେ ଏମାନଙ୍କ ମଧ୍ୟରୁ କେହି ବି ଫସଲହାନି କିମ୍ୱା ଋଣଭାର ଯୋଗୁଁ ଆତ୍ମହତ୍ୟା କରି ନଥିବା ରିପୋର୍ଟରେ କୁହାଯାଇଛି।

ବରଗଡ଼ ଜିଲ୍ଲାରେ ଆତ୍ମହତ୍ୟା କରିଛନ୍ତି ୧୫ ଜଣ ଚାଷୀ। ତେବେ ଏମାନଙ୍କ ମଧ୍ୟରୁ କେହି ଜଣେ ବି ଫସଲହାନୀ କିମ୍ୱା ଋଣଭାର ଯୋଗୁ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ ନାହିଁ। ସେହିପରି ବଲାଙ୍ଗୀରରେ ୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ନୂଆପଡ଼ା, ସମ୍ୱଲପୁର  ଓ କଟକରେ ୩ ଜଣ ଲେଖାଏଁ ଚାଷୀ ଆତ୍ମହତ୍ୟା କରିଛନ୍ତି। ଭଦ୍ରକ, କେନ୍ଦ୍ରାପଡ଼ା ଓ କଳାହାଣ୍ଡିରେ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, ବାଲେଶ୍ୱର, ଢେଙ୍କ।ନାଳ, ଝାରସୁଗୁଡା, ଖୋର୍ଦ୍ଧା ଓ କେନ୍ଦୁଝରରେ ଜଣେ ଲେଖାଏଁ ଚାଷୀ ଆତ୍ମହତ୍ୟା କରିଥିବା ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି। ଏଥିରୁ ଅନେକ ଆତ୍ମହତ୍ୟା ପଛରେ ପାରିବାରିକ କଳହ ଓ କିଛି କ୍ଷେତ୍ରରେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ଅନ୍ୟ କେତେକ କ୍ଷେତ୍ରରେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଚାଷ କାମ ସହ ସଂପୃକ୍ତ ନଥିବା ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି।

ତେବେ ବିରୋଧୀ ଦଳଗୁଡ଼ିକ ଏହି ରିପୋର୍ଟକୁ ଗ୍ରହଣ କରିପାରି ନାହାନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ତାଙ୍କ ଦଳ ବିଭିନ୍ନ ଅଞ୍ଚଳରେ ଆତ୍ମହତ୍ୟା କରିଥିବା ଚାଷୀମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଛି। ଦଳ ନିଜର ଏଜେନ୍ସୀ ଜରିଆରେ ଏହି ତଥ୍ୟ ସଂଗ୍ରହ କରିଛି। ସରକାରଙ୍କ ରିପୋର୍ଟ ସଂପୂର୍ଣ୍ଣ ଭାବେ ମିଛ। ସରକାରଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲାପାଳମାନେ ଜାଣିଶୁଣି ଏଭଳି ରିପୋର୍ଟ ଦେଇଛନ୍ତି। ସରକାର ବିରୋଧୀ ଦଳଙ୍କୁ ନେଇ ଚାଷୀ ଆତ୍ମହତ୍ୟା ଘଟଣାର ତଦନ୍ତ କରନ୍ତୁ। ତା’ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ। କିଏ ଭୁଲ୍ ରିପୋର୍ଟ ଦେଇଛି ଓ କିଏ ଠିକ୍ ରିପୋର୍ଟ ପ୍ରସ୍ତୁତ କରିଛି, ତାହା ଧରାପଡ଼ିଯିବ।

ସେହିପରି ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଚାଷୀ ଆତ୍ମହତ୍ୟାର ଏକ ମାତ୍ର କାରଣ ହେଉଛି ଫସଲହାନି ଓ ଋଣଚିନ୍ତା। ଯଦି ସରକାରଙ୍କର ସତ୍ ସାହସ ଅଛି ତା’ହେଲେ ଏକ ସର୍ବଦଳୀୟ କମିଟି ଗଠନ କରନ୍ତୁ। ମୁଖ୍ୟମନ୍ତ୍ରୀ ଏହାର ନେତୃତ୍ୱ ନିଅନ୍ତୁ। ଏହି କମିଟି ଚାଷୀ ଆତ୍ମହତ୍ୟା କରିଥିବା ସ୍ଥାନଗୁଡ଼ିକୁ ଯାଇ ସରଜମୀନ୍ ତଦନ୍ତ କରୁ। ଏଭଳି ତଦନ୍ତ ହେଲେ ଜିଲ୍ଲାପାଳମାନେ କେମିତି ମିଛ ରିପୋର୍ଟ ଦେଇଛନ୍ତି ତାହା ଧରାପଡ଼ିଯିବ। ସେହିପରି ଭୁଲ୍ ରିପୋର୍ଟ ଦେବା ପାଇଁ ସରକାର କିଭଳି ସେମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି ତାହା ବି ଧରାପଡ଼ି ଯାଆନ୍ତା। ଉଭୟ ସରକାର ଓ ଜିଲ୍ଲାପାଳମାନେ ଉଲଗ୍ନ ହୋଇଯାଆନ୍ତେ।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି ଯେ ପ୍ରଶାସନିକ ସ୍ତରରେ ଯେଉଁ ତଦନ୍ତ ରିପୋର୍ଟ ପହଞ୍ଚିଛି ତାହା ନିଶ୍ଚିତ ସତ୍ୟ ଆଧାରିତ ହୋଇଥିବ। ଏହା ସହିତ ସେ ମହାରାଷ୍ଟ୍ରର ମଜୱାଡରେ ଗତ ଜାନୁଆରୀରୁ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ଚାଷୀଙ୍କ ଆତ୍ମହତ୍ୟା ଖବର ଆସିଛି। କିନ୍ତୁ ମହାରାଷ୍ଟ୍ରର ବିଜେପି ସରକାର ଏହାକୁ ଫସଲହାନି ଜନିତ ଆତ୍ମହତ୍ୟା ବୋଲି ଗ୍ରହଣ କରି ସାରିଲେଣି କି।

ଚାଷୀ ଆତ୍ମହତ୍ୟା ଅଭିଯୋଗ ବଢୁଥିବା ବେଳେ ମରୁଡି ପ୍ରଭାବିତ ଜିଲ୍ଲା ସଂଖ୍ୟା ବି ବଢିଛି। ପ୍ରଥମେ ୧୨ ପରେ ୧୬ ଓ ଏବେ ଏହା ୨୧ ରେ ପହଞ୍ଚିଛି। ଆଇ ଏଷ୍ଟିମେସନ ରିପୋର୍ଟ ଅନୁସାରେ ଏସବୁ ଜିଲ୍ଲାର ୧୩୯ଟି ବ୍ଲକକୁ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story