ମହାନଦୀ ସମସ୍ୟା: ୧୬ରେ କଂଗ୍ରେସର ଓଡ଼ିଶା ବନ୍ଦ

ଭୁବନେଶ୍ୱର: ମହାନଦୀ ସମସ୍ୟା ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ଦାୟୀ କରି ଆସନ୍ତା ୧୬ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆସନ୍ତା ୧୬ ତାରିଖରେ ବନ୍ଦ ପାଳନକୁ ସଫଳ କରିବା ପାଇଁ ଆମେ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛୁ। ମହାନଦୀ ଓଡ଼ିଶାର ଜୀବନଧାରା। ମହାନଦୀ ଶୁଖିଲେ ଓଡ଼ିଶାର ଭବିଷ୍ୟତ ସଙ୍କଟାପନ୍ନ ହେବ। ଖାଲି […]

prasad

prasad

Rakesh Mallick
  • Published: Friday, 12 August 2016
  • Updated: 15 August 2016, 10:06 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ସମସ୍ୟା ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ଦାୟୀ କରି ଆସନ୍ତା ୧୬ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଆସନ୍ତା ୧୬ ତାରିଖରେ ବନ୍ଦ ପାଳନକୁ ସଫଳ କରିବା ପାଇଁ ଆମେ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛୁ। ମହାନଦୀ ଓଡ଼ିଶାର ଜୀବନଧାରା। ମହାନଦୀ ଶୁଖିଲେ ଓଡ଼ିଶାର ଭବିଷ୍ୟତ ସଙ୍କଟାପନ୍ନ ହେବ। ଖାଲି ଚାଷ ଉଜୁଡ଼ିବ ନାହିଁ କି ଅକାଳ ମରୁଡି ପଡ଼ିବ ନାହିଁ  ବରଂ ମହାନଦୀ ଉପରେ ନିର୍ଭର କରୁଥିବା ଓଡ଼ିଶାବାସୀ ପିଇବାକୁ ପାଣି ମୁନ୍ଦେ ପାଇବେ ନାହିଁ।”

ପ୍ରସାଦ ଆହୁରି କହିଛନ୍ତି,“ମହାନଦୀକୁ ନେଇ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମହାପ୍ରତାରଣା ବିରୋଧରେ ପ୍ରଦେଶ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଆସନ୍ତା ୧୬ରେ ଓଡ଼ିଶା ବନ୍ଦକୁ ଓଡ଼ିଶାବାସୀ ସମର୍ଥନ କରିବାକୁ ବିନମ୍ର ଅନୁରୋଧ କରୁଛୁ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ରଖିବା ପାଇଁ କିଛିଦିନ ପୂର୍ବେ କଂଗ୍ରେସ ବିଧାୟକ ଦଳ ଛତିଶଗଡ଼ ଯାଇ ସେଠିକାର ବରିଷ୍ଠ କର୍ମଚାରୀଙ୍କ ସହ ଆଲୋଚନା କରିଥିଲା। ପ୍ରକଳ୍ପ ଅନୁଧ୍ୟାନ ପରେ ଆମେ ଜାଣିଲୁ ଯେ ଓଡ଼ିଶାର ସ୍ୱାର୍ଥ ପ୍ରତି ଧ୍ୟାନ ନ ଦେଇ ଛତିଶଗଡ଼ ସରକାର ଏକ ତରଫା ଭାବରେ ବିଭିନ୍ନ ପ୍ରକଳ୍ପ ତିଆରି କରୁଛି। କିଛି ପ୍ରକଳ୍ପର କାମ ସରିଗଲାଣି। ସବୁ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ହୀରାକୁଦକୁ ଜଳ ପ୍ରବାହ ବାଧାପ୍ରାପ୍ତ ହେବା ନିଶ୍ଚିତ।”

ସେ କହିଛନ୍ତି,“ଛତିଶଗଡ଼ ପ୍ରକଳ୍ପ  ଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ମହାନଦୀ ତଳମୁଣ୍ଡ ଶୁଷ୍କ ହୋଇଯିବ। ବିଦ୍ୟୁତ ଉତ୍ପାଦନ ପାଇଁ ପାଣି ମିଳିବ ନାହିଁ। ଓଡ଼ିଶା ସ୍ୱାର୍ଥ ପାଇଁ କଂଗ୍ରେସ ଲଢେଇ ଜାରି ରଖିବ। ଏହି ସମସ୍ୟା ଉପୁଜିବା ପାଇଁ ଓଡ଼ିଶା ସମେତ ଛତିଶଗଡ଼  ଓ କେନ୍ଦ୍ର ସରକାର ଦାୟୀ। କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ନିର୍ମାଣାଧୀନ ପ୍ରକଳ୍ପକୁ ତରନ୍ତ ବନ୍ଦ କରନ୍ତୁ।”

ସେ ଆହୁରି କହିଛନ୍ତି, “ଆଇନ ଅନୁସାରେ ଓଡ଼ିଶା ସରକାର ଯେଉଁ ପଦକ୍ଷେପ ନେବା କଥା ନିଅନ୍ତୁ। ଯଦି କୌଣସି ପଦକ୍ଷେପ ନ ନିଆଯାଏ ଓଡ଼ିଶାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲା ଦିନଠାରୁ ଗୋଟିଏ ପରେ ଗୋଟିଏ ସମସ୍ୟା ଲୋକଲୋଚନକୁ ଆସିବାରେ ଲାଗିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos