୧୬୮୭ କୋଟି ଟଙ୍କା ମରୁଡି ସହାୟତା ଯୋଗାଇ ଦେବାକୁ କେନ୍ଦ୍ରକୁ ଦାବି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ୧୬୮୭ କୋଟି ଟଙ୍କା ମରୁଡି ସହାୟତା ଯୋଗାଇ ଦେବାକୁ କେନ୍ଦ୍ରକୁ ରାଜ୍ୟ ସରକାର ଦାବି କରିଛନ୍ତି। ଏ ନେଇ ଆଜି ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ଦିଆଯାଇଛି। ୨୫ ଜିଲ୍ଲାର ୧୭୩ ବ୍ଲକ୍ ମରୁଡ଼ି ପ୍ରଭାବିତ ହୋଇଥିବା ବେଳେ ୧୧୧ ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ନେଇ ରିପୋର୍ଟ ଆସିଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି। ୫୨ ପୃଷ୍ଠାର ଏହି ରିପୋର୍ଟରେ ରାଜ୍ୟର ୮ଲକ୍ଷ ୮୨ହଜାର ୭୨୦ ହେକ୍ଟର ଜମିରେ […]

mayurbhanja-marudi

mayurbhanja-marudi

Rakesh Mallick
  • Published: Monday, 23 November 2015
  • Updated: 23 November 2015, 02:39 PM IST

Sports

Latest News

ଭୁବନେଶ୍ୱର: ୧୬୮୭ କୋଟି ଟଙ୍କା ମରୁଡି ସହାୟତା ଯୋଗାଇ ଦେବାକୁ କେନ୍ଦ୍ରକୁ ରାଜ୍ୟ ସରକାର ଦାବି କରିଛନ୍ତି। ଏ ନେଇ ଆଜି ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ଦିଆଯାଇଛି। ୨୫ ଜିଲ୍ଲାର ୧୭୩ ବ୍ଲକ୍ ମରୁଡ଼ି ପ୍ରଭାବିତ ହୋଇଥିବା ବେଳେ ୧୧୧ ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ନେଇ ରିପୋର୍ଟ ଆସିଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି।

୫୨ ପୃଷ୍ଠାର ଏହି ରିପୋର୍ଟରେ ରାଜ୍ୟର ୮ଲକ୍ଷ ୮୨ହଜାର ୭୨୦ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି। ସେଥିରୁ ୬ଲକ୍ଷ ୩୧ ହଜାର ୪୮୬ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା କୁହାଯାଇଛି। ମରୁଡ଼ି ଦ୍ୱାରା ୨୫ ଜିଲ୍ଲାର ୧୭୩ ବ୍ଲକ ପ୍ରଭାବିତ ହୋଇଛି। ଏହାର ମୁକାବିଲା ଲାଗି ସରକାର କେନ୍ଦ୍ରଠାରୁ ୬ଟି କ୍ଷେତ୍ରରେ ସହାୟତା ଲୋଡିଛନ୍ତି। କୃଷି କ୍ଷେତ୍ରରେ ଇନପୁଟ୍ ସବସିଡି ପାଇଁ ୪୧୬ କୋଟି ୨୭ ଲକ୍ଷ ଦାବି କରାଯାଇଛି। ସୁଧ ଛାଡ଼ ଓ ରାଜ୍ୟ ସରକାରଙ୍କ ଋଣ ଅଂଶଧନ ବାବଦକୁ ୯୧୨ କୋଟି ୬୬ ଲକ୍ଷ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଲାଗି ୫୨କୋଟି ୪୯ ଲକ୍ଷ, ଗୃହପାଳିତ ପ୍ରାଣୀଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ଲାଗି ୭୨ କୋଟି, ଗୋ ସମ୍ପଦ ଓ ଖାଦ୍ୟକୁ ସୁଦୃଢ ପାଇଁ ୯ କୋଟି, ଖାଦ୍ୟ ସହାୟତା ଲାଗି ୨୦୦ କୋଟି ୩୫ ଲକ୍ଷ ଓ ଜରୁରୀକାଳୀନ ପାନୀୟ ଜଳ ଯୋଗାଣ ଲାଗି ୨୪ କୋଟି ୭୮ ଲକ୍ଷ ଟଙ୍କା ଦାବି ଉପସ୍ଥାପନ କରାଯାଇଛି।

ଏସ୍ଆରସି ପ୍ରଦୀପଙ୍କ ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧୧ ଜଣ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ସେଥିରୁ ୧୦୬ଟି ଘଟଣାର ତଦନ୍ତ ହୋଇଛି। ମୃତକଙ୍କ ମଧ୍ୟରୁ ୫୬ଜଣ ଋଣ ନେଇ ନାହାନ୍ତି। ୨୬ଜଣ ସମବାୟ ସଂସ୍ଥାରୁ ଏବଂ ୧୬ଜଣ ନ୍ୟାସନାଲ ବ୍ୟାଙ୍କ ଓ ଘରୋଇ ସଂସ୍ଥାରୁ ଋଣ ନେଇଛନ୍ତି। ତେବେ ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ କୌଣସି ଚାଷୀ ଫସଲହାନି କିମ୍ୱା ଋଣ ଭାର ନେଇ ଆତ୍ମହତ୍ୟା କରିନାହାନ୍ତି।

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ସରକାର ସମ୍ପୂର୍ଣ୍ଣ ମିଛ କହୁଛନ୍ତି। ଜଣେ ବି ଚାଷୀ ଆତ୍ମହତ୍ୟା କରିଥିବା ମାନିବାକୁ ସରକାର ପ୍ରସ୍ତୁତ ନୁହନ୍ତି। ଏହା ଅତ୍ୟନ୍ତ ଦୁଃଖ ଦାୟକ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ଭୟଙ୍କର ମରୁଡି ହୋଇଛି ଏ କଥା ସରକାର ମାନୁଛନ୍ତି। ଯଦି ମରୁଡି ହୋଇଛି ତେବେ କେହି ନା କେହି ଚାଷୀ ଆତ୍ମହତ୍ୟା ନିଶ୍ଚିତ କରିଥିବେ । ହେଲେ ରାଜ୍ୟ ସରକାର ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos