୧୮ ଜୁନ୍‌, ସୋମବାର: ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିପାରେ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ରହିଛି। ଦୂର ଯାତ୍ରାର ଯୋଗ ରହିଛି। ଦୀର୍ଘ ଦିନରୁ ଅଟକିଥିବା କାମ ହୋଇଯିବ। ସାମାନ୍ୟ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇପାରେ।

ବୃଷ: ପିଲାମାନଙ୍କ ଭବିଷ୍ୟତକୁ ନେଇ ମାନସିକ ଚାପରେ ରହିବେ। ଭାବି ଚିନ୍ତି କାହା ସହିତ କଥା ହୁଅନ୍ତୁ। ନହେଲେ ଅଜଥାରେ ବିବାଦରେ ଫସିବେ। ଅର୍ଥ ମିଳିବାର ଯୋଗ ରହିଛି। ଦୂର ଯାତ୍ରାରେ ଯାଇପାରନ୍ତି।

ମିଥୁନ୍‌: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ପରିବାରରେ କାହା ସହିତ ପଡ଼ିବ ନାହିଁ। ଚାକିରି କ୍ଷେତ୍ରରେ ଚାପ ବଢ଼ିବ। ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଆଜି ଦିନଟି ବେଶୀ ଭଲ ନାହିଁ।

କର୍କଟ: ଆଜି ଆପଣଙ୍କୁ ସଫଳତା ମିଳିବ। ଦୀର୍ଘ ଦିନରୁ ଯୋଜନା କରୁଥିବା କାମ ଆଜିଠାରୁ ଆରମ୍ଭ କରିପାରନ୍ତି। ମାନ ଓ ସମ୍ମାନ ପାଇବେ। ବ୍ୟବସାୟରେ ନିଜକୁ ବ୍ୟସ୍ତ ରଖିବେ ଓ ଲାଭ ମଧ୍ୟ ପାଇବେ।

ସିଂହ: ଚାକିରି କ୍ଷେତ୍ରରେ ଚାପ ବ‍ଢ଼ିବ। ପିଲାମାନଙ୍କ ଭାଗ୍ୟକୁ ନେଇ ଚିନ୍ତାଗ୍ରସ୍ତ ଥିଲେ ଆଜି କୌଣସି ନିଷ୍ପତ୍ତି ନେଇପାରନ୍ତି। ଅର୍ଥ ମିଳିବାର ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ନହେଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

କନ୍ୟା: ଆଜିର ଦିନଟି ଆପଣଙ୍କର ବ୍ୟସ୍ତତା ଭିତରେ ବିତିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଅର୍ଥହାନୀର ଯୋଗ ରହିଛି। ପ୍ରେମିକ ଓ ପ୍ରେମୀକାଙ୍କ ଦିନଟି ବିଶେଷ ଭଲ ନାହିଁ। ତେଣୁ ସତର୍କତା ମୂଳକ ଭାବେ ନିଜର ସମ୍ପର୍କକୁ ଆଗକୁ ବଢ଼ାନ୍ତୁ।

ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଦୀର୍ଘ ଦିନରୁ ଅଟକିଥିବା କାମ ହୋଇଯିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ହସ ଖୁଶିରେ ଦିନଟି ଅତିବାହିତ ହେବ। ଜୀବନ ସାଥୀଙ୍କ ସହଯୋଗ ମିଳିବ।

ବିଚ୍ଛା: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କ ସହିତ ଦେଖା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ଉନ୍ନତି ହେବ। ଉଚ୍ଚ ପଦସ୍ତ ଅଧିକାରୀଙ୍କଠାରୁ ସହାୟତା ପାଇବେ। ଦରମା ବଢ଼ିପାରେ।

ଧନୁ: ଆଜିର ଦିନଟି ଆପଣଙ୍କ ପାଇଁ ବେଶୀ ଭଲ ରହିବ ନାହିଁ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଦୁର୍ଘଟଣାର ଯୋଗ ରହିଛି। ତେଣୁ ରାସ୍ତାରେ ଗଲା ବେଳେ ସତର୍କତା ଅବଲମ୍ୱନ କରନ୍ତୁ। ଅପରାହ୍ନରେ ଅଚାନକ ଅର୍ଥ ମିଳିବାର ଯୋଗ ରହିଛି।

ମକର: ଆଜି ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପାଇବେ। ପ୍ରତିଯୋଗିତା ମନୋଭାବ ନେଇ କାମ କରିବେ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ପ୍ରେମିକ ଓ ପ୍ରେମୀକାଙ୍କ ପାଇଁ ଦିନଟି ଭଲ ରହିଛି। ଚାହିଁଲେ ସେମାନେ ସେମାନଙ୍କ ରିଲେସନ୍‌କୁ ଆକକୁ ବଢ଼ାଇପାରିବେ। ଏଥିରେ ପରିବାର ଲୋକଙ୍କ ସହଯୋଗ ମିଳିବ।

କୁମ୍ଭ: ଭେଟିବାକୁ ଚାହୁଁଥିବା ସାଙ୍ଗଙ୍କ ସହିତ ଅଚାନକ ଦେଖାହେବ। ଚାକିରି ବା ବାଣିଜ୍ୟରେ ସମସ୍ୟା ଦେଖାଦେଇପାରେ। ଏଥିରୁ ମୁକୁଳିବାରେ ଜୀବନ ସାଥୀଙ୍କ ସହଯୋଗ ମିଳିବ। ତଥାପି ସତର୍କତା ମୂଳକ ଭାବେ ବ୍ୟବସାୟ କଲେ ଭଲ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

ମୀନ: ଆଜି ଆପଣଙ୍କ ଦିନଟି ବେଶୀ ଭଲ ନାହିଁ। ପାରିବାରିକ ସମସ୍ୟା ଦେଖାଦେଇପାରେ। ଦୂର ଯାତ୍ରା କରିବାର ଥିଲେ ଯାଆନ୍ତୁ ନାହିଁ। ଯଦି ଯାଆନ୍ତି ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। ଆଖିରେ କିଛି ସମସ୍ୟା ଦେଖାଇପାରେ।