୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ହରାଇଛି ୧୦୪୯ କୋଟି: ସିଏଜି

ଭୁବନେଶ୍ୱର: ତ୍ରୟୋଦଶ ଅର୍ଥ କମିଶନରଙ୍କ ମଞ୍ଜୁର ରାଶି ପାଇଁ ଥିବା ସର୍ତ୍ତ ପୂରଣ କରି ନ ପାରିବାରୁ ରାଜ୍ୟ ସରକାରଙ୍କୁ ୨୦୧୪-୧୫ ଆର୍ଥିକ ବର୍ଷରେ ୧୦୪୯ କୋଟି ୧୫ ଲକ୍ଷ ଟଙ୍କା ହରାଇବାକୁ ପଡିଛି। ତେବେ ଏହି ସମୟରେ ରାଜସ୍ୱ ଆଦାୟର ପରିମାଣ ୫୬,୯୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ କୁହାଯାଇଛି। ରାଜ୍ୟ ଏପରି ଅର୍ଥ ହରାଇବାକୁ ନେଇ ସିଏଜି ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଗୋଟିଏ ପଟେ ରାଜ୍ୟ […]

cag

cag

Rakesh Mallick
  • Published: Monday, 02 May 2016
  • Updated: 02 May 2016, 02:35 PM IST

Sports

Latest News

ଭୁବନେଶ୍ୱର: ତ୍ରୟୋଦଶ ଅର୍ଥ କମିଶନରଙ୍କ ମଞ୍ଜୁର ରାଶି ପାଇଁ ଥିବା ସର୍ତ୍ତ ପୂରଣ କରି ନ ପାରିବାରୁ ରାଜ୍ୟ ସରକାରଙ୍କୁ ୨୦୧୪-୧୫ ଆର୍ଥିକ ବର୍ଷରେ ୧୦୪୯ କୋଟି ୧୫ ଲକ୍ଷ ଟଙ୍କା ହରାଇବାକୁ ପଡିଛି। ତେବେ ଏହି ସମୟରେ ରାଜସ୍ୱ ଆଦାୟର ପରିମାଣ ୫୬,୯୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ କୁହାଯାଇଛି। ରାଜ୍ୟ ଏପରି ଅର୍ଥ ହରାଇବାକୁ ନେଇ ସିଏଜି ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଗୋଟିଏ ପଟେ ରାଜ୍ୟ ସରକାର ଏତେ ପରିମାଣର ଅର୍ଥ ହାତଛଡା କରିଥିବା ବେଳେ ଋଣର ପରିମାଣ ବୃଦ୍ଧି ପାଇଛି।

ଏହି ଆର୍ଥିକ ବର୍ଷରେ ରାଜ୍ୟର ଋଣ ପରିମାଣ ୨୨୯୦ କୋଟିରୁ ୭୬୪୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ଏହି ସମୟରେ ୧୮୧୮ କୋଟି ଟଙ୍କା ଋଣ ଶୁଝିଛନ୍ତି। ସରକାରଙ୍କ ୩୧ଟି ବିଭାଗ କେନ୍ଦ୍ର ସରକାରଙ୍କୁ ୮୫୬୧ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରିନାହାନ୍ତି। ସେହିପରି ୨୦୧୫ ସୁଦ୍ଧା ୩୩ଟି ଅନୁଷ୍ଠାନ ୨୦,୯୪୦ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେଇ ନାହାନ୍ତି।

ତେବେ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି। ୨୦୧୦-୧୧ ଆର୍ଥିକ ବର୍ଷରେ ୩୩,୨୭୬ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୧୪-୧୫ରେ ଏହା ବୃଦ୍ଧି ପାଇ ୫୬,୯୯୮ କୋଟି ଟଙ୍କାରେ ପହଞ୍ଚିଛି। ଏହି ଅଭିବୃଦ୍ଧି ହାର ୭୧ ପ୍ରତିଶତ। ସେହିପରି ୨୦୧୪-୧୫ ବର୍ଷରେ ରାଜସ୍ୱ ବ୍ୟୟର ପରିମାଣ ୫୫୧୮ କୋଟି ଟଙ୍କା ବୃଦ୍ଧି ପାଇଛି।

ରାଜ୍ୟ ସରକାର ପୁଞ୍ଜିଗତ ଖର୍ଚ୍ଚକୁ ଅଧିକ ପ୍ରାଥମିକତା ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଏହି ଖର୍ଚ୍ଚ ୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୫ ମାର୍ଚ୍ଚ ୩୧ ସୁଦ୍ଧା ସରକାର ବୈଧାନିକ ନିଗମ, ଗ୍ରାମୀଣ ବ୍ୟାଙ୍କ, ଯୌଥ କମ୍ପାନୀ ଓ ସମବାୟ ସଂସ୍ଥାରେ ୩୫୦୪.୮୭ କୋଟି ଟଙ୍କା ବିନିଯୋଗ କରିଥିଲେ। ୨୦୧୪-୧୫ ମସିହାରେ ମୋଟ ୧୮,୭୭୪.୮୪ କୋଟି ଟଙ୍କା ସଞ୍ଚୟ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos