୨୦୧୫-୧୬ର ଅଭିବୃଦ୍ଧି ହାର ୬.୧୬%: ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ୱର:ଉତ୍କଟ ମରୁଡ଼ି ସତ୍ତ୍ୱେ ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ସନ୍ତୋଷଜନକ ରହିଥିବା ଗୁରୁବାର ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହାର  ୬.୧୬ ପ୍ରତିଶତ ରହିଛି। ଏହି ସମୟରେ ସେବା କ୍ଷେତ୍ରରେ ସର୍ବାଧିକ ୪୩ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବେଳେ  ଶିଳ୍ପ  କ୍ଷେତ୍ରରେ ୩୬ ପ୍ରତିଶତ  ଓ କୃଷି କ୍ଷେତ୍ରରେ  ୨୧ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଗତବର୍ଷ ଅଭିବୃଦ୍ଧି ହାର ୬.୨୪ପ୍ରତିଶତ ଥିଲା। ରାଜ୍ୟରେ ଉତ୍କଟ […]

survey

survey

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 03:46 PM IST

Sports

Latest News

ଭୁବନେଶ୍ୱର:ଉତ୍କଟ ମରୁଡ଼ି ସତ୍ତ୍ୱେ ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ସନ୍ତୋଷଜନକ ରହିଥିବା ଗୁରୁବାର ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହାର  ୬.୧୬ ପ୍ରତିଶତ ରହିଛି। ଏହି ସମୟରେ ସେବା କ୍ଷେତ୍ରରେ ସର୍ବାଧିକ ୪୩ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବେଳେ  ଶିଳ୍ପ  କ୍ଷେତ୍ରରେ ୩୬ ପ୍ରତିଶତ  ଓ କୃଷି କ୍ଷେତ୍ରରେ  ୨୧ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ଗତବର୍ଷ ଅଭିବୃଦ୍ଧି ହାର ୬.୨୪ପ୍ରତିଶତ ଥିଲା। ରାଜ୍ୟରେ ଉତ୍କଟ ମରୁଡ଼ି ସତ୍ତ୍ୱେ ୨୦୧୫-୧୬ ବର୍ଷରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଭିବୃଦ୍ଧି କ୍ଷେତ୍ରରେ ଜିଲ୍ଳା ଅନୁଯାୟୀ ସୁନ୍ଦରଗଡ଼ର ଅବଦାନ ସର୍ବାଧିକ ୮.୭୯ ପ୍ରତିଶତ ଥିବା ବେଳେ  ଖୋର୍ଦ୍ଧା ଜିଲ୍ଲାର ଅବଦାନ ୭.୬ ରହିଛି।

ତେବେ ଦେବଗଡ଼ର ଅବଦାନ ସର୍ବନିମ୍ନ ଦଶମିକ ୨ ପ୍ରତିଶତ ଥିବା ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟରେ  ଦାରିଦ୍ର୍ୟ ସୀମାରେଖା ତଳେ ଥିବା  ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି। ରାଜ୍ୟର ସବୁ ବର୍ଗର ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଘଟିଥିବା ବେଳେ ମୁଣ୍ଡପିଛା ଆୟ ରହିଛି ୪୦ ହଜାର ୫୧୬ ଟଙ୍କା।

ନବରଙ୍ଗପୁର ଜିଲ୍ଲାରେ ମୁଣ୍ଡପିଛା ଆୟ ସର୍ବନିମ୍ନ ୧୪ ହଜାର ୪୩୫ ଟଙ୍କା ରହିଛି। ତେବେ ଜାତୀୟ ମୁଣ୍ଡପିଛା ଆୟ  ୭୨ ହଜାର  ୮୮୯ ଟଙ୍କା ଥିବା ବେଳେ ରାଜ୍ୟର ମୁଣ୍ଡପିଛା ଆୟ ଏହାର ସମକକ୍ଷ କରିବା ଲାଗି  ଉଦ୍ୟମ ଜାରି ରହିଥିବା ରିପୋର୍ଟରେ କୁହାଯାଇଛି। ଜଳସେଚନ ଓ ଶକ୍ତି ସଂସ୍କାର  କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି  ରାଜ୍ୟରେ ଶିକ୍ଷାର ମଧ୍ୟ ଅଗ୍ରଗତି ଘଟିଛି। ରାଜ୍ୟରେ ସାକ୍ଷରତା ହାର ରହିଛି ୭୨.୯ ପ୍ରତିଶତ। ମୁଣ୍ଡ ପିଛା ଆୟ କ୍ଷେତ୍ରରେ ଅନୁଗୋଳ ଜିଲ୍ଲା ସବୁଠୁ ଆଗରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos