ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଶ୍ୱେତପତ୍ର ଉପସ୍ଥାପିତ: ୨୦୧୫ରେ ଅପରାଧ ହାର ୧୦ ପ୍ରତିଶତ ବଢିଛି

ଭୁବନେଶ୍ୱର: ଆଜି ବିଧାନସଭାରେ ଖର୍ଚ୍ଚ ଦାବି ଉପସ୍ଥାପନ ହେବା ପୂର୍ବରୁ ଗୃହ ବିଭାଗର ଶ୍ୱେତପତ୍ର ଉପସ୍ଥାପିତ ହୋଇଛି। ଏଥିରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟ ସରକାର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ରାଜନୈତିକ କାର୍ଯ୍ୟକଳାପ, ସାମ୍ପ୍ରଦାୟିକ ସ୍ଥିତି, ଶିଳ୍ପ, ଶ୍ରମ, ଛାତ୍ର ତଥା ଅନ୍ୟ ସମସ୍ୟା ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ୨୦୧୪ ଅପେକ୍ଷା ୨୦୧୫ରେ ରାଜ୍ୟରେ ଅପରାଧ ହାର ୧୦ ପ୍ରତିଶତ ବୃଦ୍ଧି ପାଇଥିବା ଓ ବଳାତ୍କାର ମାମଲା ଉଦ୍‌ବେଗଜନକ ଭାବେ […]

whitepaper

whitepaper

Rakesh Mallick
  • Published: Tuesday, 10 May 2016
  • Updated: 10 May 2016, 01:18 PM IST

Sports

Latest News

whitepaperଭୁବନେଶ୍ୱର: ଆଜି ବିଧାନସଭାରେ ଖର୍ଚ୍ଚ ଦାବି ଉପସ୍ଥାପନ ହେବା ପୂର୍ବରୁ ଗୃହ ବିଭାଗର ଶ୍ୱେତପତ୍ର ଉପସ୍ଥାପିତ ହୋଇଛି। ଏଥିରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟ ସରକାର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ରାଜନୈତିକ କାର୍ଯ୍ୟକଳାପ, ସାମ୍ପ୍ରଦାୟିକ ସ୍ଥିତି, ଶିଳ୍ପ, ଶ୍ରମ, ଛାତ୍ର ତଥା ଅନ୍ୟ ସମସ୍ୟା ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ୨୦୧୪ ଅପେକ୍ଷା ୨୦୧୫ରେ ରାଜ୍ୟରେ ଅପରାଧ ହାର ୧୦ ପ୍ରତିଶତ ବୃଦ୍ଧି ପାଇଥିବା ଓ ବଳାତ୍କାର ମାମଲା ଉଦ୍‌ବେଗଜନକ ଭାବେ ୧୩ ପ୍ରତିଶତ ବଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ୧୧ଟି ଜିଲ୍ଲାରେ ମାଓ ସମସ୍ୟା ସୁଧୁରିଥିବା ସରକାର ଦାବି କରିଛନ୍ତି।

ରିପୋର୍ଟରେ ସରକାର ମାନିଛନ୍ତି ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ବଢିଛି। ୨୦୧୪ରେ ୯୩,୬୫୭ଟି ଧର୍ତ୍ତବ୍ୟ ମାମଲା ରୁଜୁ ହୋଇଥିବା ବେଳେ ୨୦୧୫ରେ ଏହା ବଢି ୧,୦୩,୨୦୦ରେ ପହଞ୍ଚିଛି। ଏଥିରୁ ୯୯,୧୨୯ଟି ମାମଲା ସତ ବୋଲି ସରକାର କହିଛନ୍ତି। ଏଥିମଧ୍ୟରୁ ୬୯,୯୫୫ଟି ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।

୨୦୧୪ ମସିହାରେ ୨,୦୧୧ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା। ୨୦୧୫ରେ ଏହା ୧୩ ପ୍ରତିଶତ ବୃଦ୍ଧି ପାଇ ୨,୨୬୮ରେ ପହଞ୍ଚିଛି। ଯୌତୁକ ନିର୍ଯାତନା ମାମଲା ମଧ୍ୟ ୯ ପ୍ରତିଶତ ବୃଦ୍ଧି ପାଇଛି।

ରାଜ୍ୟରେ ଆପରାଧିକ କାର୍ଯ୍ୟକଳାପ ବଢିଥିବାରୁ ସରକାରଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ଶ୍ୱେତପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ କରାଯାଇଥିବା ବିଜେପି ଅଭିଯୋଗ କରିଛି।

ବିରୋଧୀ ଦଳ ନେତା ମିଶ୍ର କହିଛନ୍ତି, “ରାଜ୍ୟରେ ଅପରାଧ ବଢି ବଢି ଚାଲିଛି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ବିଶେଷ କରି ବଳାତ୍କାର ମାତ୍ରା ବଢି ଯାଇଛି, ଦୋଷୀ ଦଣ୍ଡିତ ହେଉନାହାନ୍ତି।”

ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା କହିଛନ୍ତି, “ଯାହା ଦୁଃସ୍ଥିତି ଅଛି ଶ୍ୱେତପତ୍ରରେ ତାହା ମଧ୍ୟ ସ୍ଥାନ ପାଇବା କଥା। ହେଲେ ଦୁର୍ଭାଗ୍ୟର ବିଷୟ ଯେ, ମୁଖ୍ୟମନ୍ତ୍ରୀ ଏହାକୁ ସ୍ଥାନ ନ ଦେଇ ନିଜର ଗୁଣଗାନ କରିଛନ୍ତି। ଏହା ଯୁକ୍ତିଯୁକ୍ତ ନୁହେଁ, ନିନ୍ଦନୀୟ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ମାଓବାଦୀ କାର୍ଯ୍ୟକଳାପ କମିଛି। ରମେଶ ଜେନା ହୁଅନ୍ତୁ ଅବା ଧଳବ୍ରଦର୍ସ ଏମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ନ୍ୟାୟିକ ପ୍ରକ୍ରିୟାରେ ଦୋଷୀ କେତେ ଅଧିକ ଦଣ୍ଡିତ ହେବେ ସରକାର ସେଥିପାଇଁ ଉଦ୍ୟମ କରୁଛନ୍ତି।”

ରିପୋର୍ଟରେ ସରକାର ମାଓ ସମସ୍ୟାରେ ଉନ୍ନତି ହୋଇଥିବା ଦର୍ଶାଇଛନ୍ତି। ୧୧ଟି ଜିଲ୍ଲାରେ ମାଓ ସ୍ଥିତିରେ ସୁଧାର ଆସିଥିବା କୁହାଯାଇଥିବା ବେଳେ ୮ଟି ଜିଲ୍ଲାରେ ଏହା ଏବେ ବି ଚ୍ୟାଲେଞ୍ଜ ହୋଇ ରହିଛି। ଯାଜପୁର, ଢେଙ୍କାନାଳ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଳପୁର, ଦେବଗଡ଼, ସୁନ୍ଦରଗଡ଼ ଓ ନୟାଗଡ଼ରେ ମାଓ ହିଂସା କମିଛି। ରିପୋର୍ଟରେ କୁହାଯାଇଛି ୨୦୧୫ରେ ୭୨ଟି ମାଓ ହିଂସା ଘଟଣା ଘଟିଛି। ଏଥିରେ ୨୬ ଜଣ ସାଧାରଣ ଲୋକ ଓ ୯ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ଏହି ସମୟରେ ୫୩ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୨୫୫ଟି ମାରଣାସ୍ତ୍ର ଜବତ କରାଯାଇଛି।

ଆତଙ୍କବାଦ କାର୍ଯ୍ୟକଳାପ ରୋକିବାରେ ସରକାର ସଫଳ ହୋଇଥିବା ରିପୋର୍ଟରେ କୁହାଯାଇଛି। ଆଇଟିଆର ଗୁପ୍ତଚର, ପୁରୀ ଟ୍ରେନ୍‌ ପୋଡ଼ି ଓ ଅଲକାଏଦା ଲିଙ୍କ୍‌ରେ ୩ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।

ସାରଥୀ ଓ ସୁର ବାବାଙ୍କ ଗୁପ୍ତ ଓ ଅନୈତିକ କାରବାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୋଇଥିଲା ବୋଲି ଶ୍ୱେତପତ୍ରରେ ସରକାର କହିଛନ୍ତି। ତେବେ ସ୍ଥାନୀୟ ପ୍ରଶାସନ ଓ ପୋଲିସର ପଦକ୍ଷେପ ଯୋଗୁଁ ଏହାକୁ ନିୟନ୍ତ୍ରଣ କରାଯାଇଥିଲା ବୋଲି ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story