୨୦୧୬-୧୭ ବଜେଟ୍‌ରେ ୯୪,୦୫୨. ୬୫ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର: ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ୍‌। ଏ‌ଥିରେ ୯୪,୦୫୨କୋଟି ୬୫ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜସ୍ୱ ପ୍ରାପ୍ତିରୁ ୭୮,୧୨୬.୭୨ କୋଟି ଟଙ୍କା, ଋଣ ଅଗ୍ରୀମ ଆଦୟରୁ ୧୮୫.୧୫ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ୧୫,୭୪୦. ୭୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବଜେଟ୍‌ରେ ବାର୍ଷିକ ଯୋଜନା ଅଟକଳ ୫୦ ହଜାର କୋଟି ରହିଛି। ଏଥିମଧ୍ୟରୁ ସରକାରୀ କ୍ଷେତ୍ର […]

buget

buget

Rakesh Mallick
  • Published: Friday, 18 March 2016
  • Updated: 18 March 2016, 05:49 PM IST

ଭୁବନେଶ୍ୱର: ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ୍‌। ଏ‌ଥିରେ ୯୪,୦୫୨କୋଟି ୬୫ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜସ୍ୱ ପ୍ରାପ୍ତିରୁ ୭୮,୧୨୬.୭୨ କୋଟି ଟଙ୍କା, ଋଣ ଅଗ୍ରୀମ ଆଦୟରୁ ୧୮୫.୧୫ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ୧୫,୭୪୦. ୭୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ବଜେଟ୍‌ରେ ବାର୍ଷିକ ଯୋଜନା ଅଟକଳ ୫୦ ହଜାର କୋଟି ରହିଛି। ଏଥିମଧ୍ୟରୁ ସରକାରୀ କ୍ଷେତ୍ର ପାଇଁ ୪୫,୬୦୦ କୋଟି ଟଙ୍କା, ସରକାରୀ ଉଦ୍ୟୋଗ ପାଇଁ ୪୪୦୦ କୋଟି ଟଙ୍କା ରହିଛି। କେନ୍ଦ୍ରୀୟ ଯୋଜନା ପାଇଁ ୩୧୧.୩୩ କୋଟି ଟଙ୍କା ବ୍ୟୟ ହେବ। କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ବ୍ୟୟ ଅଟକଳ ରହିଛି ୪୪.୮୩ କୋଟି ଟଙ୍କା। ବଜେଟ୍‌ରେ ମୋଟ ବ୍ୟୟ ଅଟକଳ ୯୮,୪୧୬.୯୩ କୋଟି ଟଙ୍କା ରହିଛି। ବଜେଟ୍‌ରେ ସାମାଜିକ କ୍ଷେତ୍ର ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି। ସାମାଜିକ କ୍ଷେତ୍ରରେ ୩୩,୮୨୩.୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୬.୧୦ ପ୍ରତିଶତ ଅଧିକ।

ବଜେଟ୍‌ରେ ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗ ନିମନ୍ତେ ୧୩,୩୯୬.୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମୋଟ ବ୍ୟୟବରାଦର ଏହା ୧୩.୬୧ ପ୍ରତିଶତ। ଦରମା ପାଇଁ ରାଜ୍ୟ ବଜେଟ୍‌ରେ ୧୮,୮୦୦ କୋଟି, ପେନ୍‌ସନ ପାଇଁ ୯,୫୦୦ ଓ ସୁଧ ଦେୟ ପାଇଁ ୪୬୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସରକାର ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପ୍ରଥମିକ ସ୍ତରରେ ଢେଙ୍କାନାଳ, ଅନୁଗୋଳ ଓ ଗଞ୍ଜାମ ଜିଲ୍ଲାରେ ଏହା ଆରମ୍ଭ ହେବ। ରାଜଧାନୀ ଭୁବନେଶ୍ୱର ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ମାର୍ଟସିଟି ମିଶନ ପାଇଁ ବଜେଟ୍‌ରେ ୩୩୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଅଣ ଯୋଜନା ଖର୍ଚ୍ଚ ପାଇଁ ବଜେଟ୍‌ରେ ୮୪,୦୯୬.୪୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ରାଜ୍ୟ ବଜେଟ୍‌ରେ ଏସ୍‌ସି/ଏସ୍‌ଟି ଓ ସଂଖ୍ୟାଲଘୁ ବିଭାଗ ପାଇଁ ୨୮୩୫.୧୨ କୋଟି ଟଙ୍କା ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ୪୭୭୧.୮୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ରାଜ୍ୟ ମେଡିକାଲ ନିଗମ ପାଇଁ ୨୨୨.୩୧ କୋଟି ଟଙ୍କା ରଖାଯାଇଛି। ୫ଟି ମେଡିକାଲ କଲେଜ ନିର୍ମାଣ ପାଇଁ ୬୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ମନରେଗା ଯୋଜନାରେ ୯ କୋଟି କାର୍ଯ୍ୟଦିବସ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମନରେଗାରେ ବ୍ୟୟ ଅଟକଳ ୧୬୬୦.୩୫ କୋଟି ଟଙ୍କା ରଖାଯାଇଛି।  ବିଜୁ ପକ୍କା ଘର ଯୋଜନାରେ ୯୩,୦୦୦ ଘର ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ବ୍ୟୟ ଅଟକଳ ୭୦୦ କୋଟି ଟଙ୍କା ରଖାଯାଇଛି। ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟ କରାଯାଇଛି।

ପୁରୀରେ ହବିଷ୍ୟାଳିଙ୍କ ନିବାସ ନିର୍ମାଣ ପାଇଁ ୧ କୋଟି ଓ ବିଜୁ ଏକ୍ସପ୍ରେସ ୱେ ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜଗନ୍ନାଥ ଏନ୍‌କ୍ଲେଭ୍‌ ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିପରି ଭିତ୍ତିଭୂମି ବିକାଶ ଲାଗି ୧୨,୧୭୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୨୨୪.୭୩ କୋଟି ଟଙ୍କା ରଖାଯାଇଛି। ରାସ୍ତାକଡ଼ରେ ଶୌଚାଳୟ ନିର୍ମାଣ ପାଇଁ ୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ହାତୀ କରିଡ଼ର ଲାଗି ୨୦ କୋଟି ଟଙ୍କା ବ୍ୟୟବରାଦ ରହିଛି। କିନ୍ନରଙ୍କ କଲ୍ୟାଣ ପାଇଁ ୪ କୋଟି ଟଙ୍କା ରହିଛି। ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପାଚେରୀ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହା ନିବେଶକଙ୍କୁ ସୁହାଇବା ଭଳି ବଜେଟ୍‌ ହୋଇଛି। ଏହାଦ୍ୱାରା ବାହାର କମ୍ପାନୀ ଅଧିକରୁ ଅଧିକ ରାଜ୍ୟକୁ ନିବେଶ କରିବାକୁ ଆକୃଷ୍ଟ ହେବେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବଜେଟ୍‌ ଅତ୍ୟନ୍ତ ନୈରାଶ୍ୟଜନକ। ବଜେଟ୍‌ରେ ଚାଷୀ, ଶିକ୍ଷା ଓ ଉଚ୍ଚଶିକ୍ଷାକୁ ଗୁରୁତ୍ୱ ଦିଆଯାଇନାହିଁ।

ବିଜେପି ପ୍ରଦୀପ ପୁରୋହିତ କହିଛନ୍ତି, ବଜେଟ୍‌ ନୈରାଶ୍ୟଜନକ। ଚିରାଚରିତ ଢଙ୍ଗରେ ବଜେଟ୍‌ ଉପସ୍ଥାପନ କରାଯାଇଛି, ଉଚ୍ଚଶିକ୍ଷା ଲାଗି ଏଥିରେ କିଛି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story