୨୨ରେ ଭଙ୍ଗାଯିବ ଜବରଦଖଲ ଜମିରେ ଥିବା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଘର

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ଶୁକ୍ରବାର ୨୨ ତାରିଖରେ କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ ଅନ୍ତର୍ଗତ ଉଚ୍ଚବାଲି ମୌଜାରେ ଥିବା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବେଆଇନ୍‌ ଘର ଭଙ୍ଗାଯିବ। ୫ ଏକରୁରୁ ଅଧିକ ସରକାରୀ ଜମି ଉପରେ ଥିବା ଏହି ଘର, ମନ୍ଦିର ଓ ଅନ୍ୟାନ୍ୟ ସମ୍ପତ୍ତିକୁ ପ୍ରଶାସନ ଉଚ୍ଛେଦ କରିବ। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉଚ୍ଛେଦ ବେଳେ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ଏଥିପାଇଁ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ […]

sanatana mahakuda

sanatana mahakuda

Rakesh Mallick
  • Published: Wednesday, 20 April 2016
  • Updated: 20 April 2016, 04:55 PM IST

Sports

Latest News

sanatana mahakudaଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ଶୁକ୍ରବାର ୨୨ ତାରିଖରେ କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ ଅନ୍ତର୍ଗତ ଉଚ୍ଚବାଲି ମୌଜାରେ ଥିବା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବେଆଇନ୍‌ ଘର ଭଙ୍ଗାଯିବ। ୫ ଏକରୁରୁ ଅଧିକ ସରକାରୀ ଜମି ଉପରେ ଥିବା ଏହି ଘର, ମନ୍ଦିର ଓ ଅନ୍ୟାନ୍ୟ ସମ୍ପତ୍ତିକୁ ପ୍ରଶାସନ ଉଚ୍ଛେଦ କରିବ। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉଚ୍ଛେଦ ବେଳେ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ଏଥିପାଇଁ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମତେ ଏକ ୭ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇ ସ୍ଥିତି ନିରୀକ୍ଷଣ କରିଛନ୍ତି।

କେନ୍ଦୁଝର ଏସ୍‌ପି କବିତା ଜଲାନ୍‌ କହିଛନ୍ତି, “ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫ ପ୍ଲାଟୁନ ପୋଲିସ ମୁତୟନ କରାଯିବ। ଏହାସହ ଜିଲ୍ଲାରେ ଆଇନଶୃଙ୍ଗଳାକୁ ବଜାୟ ରଖିବାକୁ ଉଚ୍ଚ ପଦସ୍ତ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବା ବେଳେ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ରହିବେ।”

ଉଚ୍ଚବାଲି ମୌଜାରେ ଥିବା ଘରଟି ସନାତନ ମହାକୁଡଙ୍କ ରାଜନୈତିକ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର। ୨୦୦୮-୦୯ରେ ସେ ଏହି ଘର ନିର୍ମାଣ କରିଥିଲେ। ୨୦୧୧ରେ ସେ ଜଗତଜନନୀ ଟ୍ରଷ୍ଟ ଗଠନ କରି ଏହି ଜମିକୁ ହାତେଇଥିଲେ। ସନାତନଙ୍କ ଘର ଓ ମନ୍ଦିର ଥିବା ଜମି ଏସେଲ ମାଇନିଂର ଲିଜ୍‌ ଅଞ୍ଚଳରେ ଥିବାରୁ ଜବରଦଖଲ ହଟାଇବାକୁ ବଡବିଲ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ଏହାକୁ ସନାତନ ଚମ୍ପୁଆ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଚମ୍ପୁଆ କୋର୍ଟ ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶକୁ କାଏମ ରଖିବା ପରେ ସେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ସେତେବେଳେ ସୁପ୍ରିମକୋର୍ଟ ମନ୍ଦିର ଓ ଏହାର ସଂଲଗ୍ନ କିଛି ନିର୍ମାଣକୁ ବାଦ୍‌ ଦେଇ ସବୁ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜିଲ୍ଲା ପ୍ରଶାସନର ଟାଳଟୁଳ ନୀତି ଯୋଗୁଁ ଏହା ସମ୍ଭବ ହୋଇ ନ ଥିଲା। ପରେ ହାଇକୋର୍ଟରେ ଦାଖଲ ଜନସ୍ୱାର୍ଥ ମାମଲାରେ ପକ୍ଷ ରଖି ମାସକ ମଧ୍ୟରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଜଣାଇଥିଲେ। ସେହି ଅନୁସାରେ ୨୨ ତାରିଖରେ ଜବରଦଖଲ ଉଚ୍ଛେଦ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story