ଆସନ୍ତା ୨୬ ପର୍ଯ୍ୟନ୍ତ ସ୍କୁଲ ଛୁଟି, ମରୁଡି ପ୍ରଭାବିତ ୨୭ଟି ଜିଲ୍ଲାରେ ଖରାଛୁଟିରେ ଜାରି ରହିବ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟିର ଅବଧିକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡିକ ବନ୍ଦ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଗ୍ରାମ୍ୟ ଉନ୍ନୟନ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, […]

school

school

Rakesh Mallick
  • Published: Tuesday, 19 April 2016
  • Updated: 19 April 2016, 05:23 PM IST

Sports

Latest News

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟିର ଅବଧିକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡିକ ବନ୍ଦ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା।

ବୈଠକରେ ଗ୍ରାମ୍ୟ ଉନ୍ନୟନ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଏସ୍‌ଆର୍‌ସି, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

୩ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମାଲକାନଗିରିକୁ ବାଦ ଦେଇ ଖରାଛୁଟିରେ ରାଜ୍ୟର ମରୁଡି ପ୍ରଭାବିତ ୨୭ଟି ଜିଲ୍ଲାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଫଳରେ ସ୍କୁଲ ଛୁଟି ସତ୍ତ୍ୱେ ରାଜ୍ୟର ୩୬,୦୦୦ ସ୍କୁଲରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିବ। ଏହାଦ୍ୱାରା ୨୯ ଲକ୍ଷ ପିଲା ଉପକୃତ ହେବ। ଏଥିପାଇଁ ୮୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସକାଳ ୯ଟା ସୁଦ୍ଧା ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ।

ବୈଠକରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧିକୁ ମଧ୍ୟ କମିଟିର ଅନୁମୋଦନ ମିଳିଛି। ବଜେଟ୍‌ର ପରିମାଣ ୯୧୫ କୋଟିରୁ ୯୭୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ମଧ୍ୟାହ୍ନ ଭୋଜନରେ ଆଗକୁ କ୍ଷୀର ଓ ପନିର ଦେବାକୁ ସରକାର ଚିନ୍ତା କରୁଛନ୍ତି। କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବେ ବୋଲି ବୈଠକରେ ସ୍ଥିର ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର, ସ୍କୁଲ ଓ ଗଣଶିକ୍ଷା, ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅଧିକାରୀ ଉମାକାନ୍ତ ମହାପାତ୍ର କହିଛନ୍ତି, “୫୮୭୨ଟି ସ୍କୁଲରେ ଏଲ୍‌ପିଜି ସଂଯୋଗ କରାଯାଇଛି। ଅଧିକ ୮୮୬୫ଟି ବିଦ୍ୟାଳୟରେ ଏହି ଏଲ୍‌ପିଜି ସଂଯୋଗ ପାଇଁ ନିଷ୍ପତ୍ତି ନିଆଯାଇଛି। ୪୯୯୦ଟି ବିଦ୍ୟାଳୟରେ ଧୂମବିହୀନ ଚୁଲା ବସାଯାଇଛି। ଅଧିକ ୭୫୧୦ଟି ବିଦ୍ୟାଳୟରେ ଏହା ସ୍ଥାପନ କରାଯିବ। ରୋଷେୟା ଓ ସହାୟକ ଭାବେ ଭାବେ କାମ କରୁଥିବା ୧,୨୯,୦୦୦ କର୍ମଚାରୀଙ୍କ ଦେୟ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।”

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଶାସନ ସଚିବ ମଧୂସୁଦନ ପାଢ଼ୀ କହିଛନ୍ତି, “ଓପେକା ମାଧ୍ୟମରେ ୧୨,୯୮୯ଟି ‘ଆମ ମଧ୍ୟାହ୍ନ ଭୋଜନ ରୋଷେଇ ଘର’ ନିର୍ମାଣ କରାଯାଇଛି। ଅବଶିଷ୍ଟ ୧୫୨୦ଟି ବିଦ୍ୟାଳୟରେ ଏହାର ନିର୍ମାଣ କାର୍ଯ୍ୟ ଦୁଇ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story