୨୭.୪୬ ଲକ୍ଷ ନକଲି ନୋଟ୍‌ ଜବତ, ୪ ଗିରଫ

ଯାଜପୁର: ନକଲି ନୋଟ୍‌ କାରବାରଅଭିଯୋଗରେ ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ପାଖରୁ ପୋଲିସ ୨୭ ଲକ୍ଷ ୪୬ ହଜାର ଟଙ୍କା ଜବତ କରାଯାଇଛି। ଏଥିରେ ନକଲି ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ନୋଟ୍‌ ରହିଛି।  ଏନେଇ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି।

ଏହି ନକଲି ନୋଟ୍‌ କାରବାର ଘଟଣାର ମାଷ୍ଟର ମାଇଣ୍ଡ ରାମେଶ୍ୱର ମହାରଣାଙ୍କୁ ଗଞ୍ଜାମ ଜିଲ୍ଲା ନୂଆଗାଁରୁ ଗିରଫ କରାଯାଇଛି। ୨ ଜଣଙ୍କୁ ଯାଜପୁର କାଳିଆପାଣି ଓ ମଙ୍ଗଳପୁର ଅଞ୍ଚଳରୁ ଗିରଫ କରାଯାଇଛି। ଅନ୍ୟ ଜଣଙ୍କୁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କିଙ୍ଗୋଲାରୁ ଗିରଫ କରାଯାଇଛି।