ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ୨୮ ଆଇଏଏସ୍, ରାଜେଶ ବର୍ମା ଶକ୍ତି ସଚିବ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଶୁକ୍ରବାର ହୋଇଛି ବଡ଼ ଧରଣର ଅଦଳବଦଳ। ମୋଟ ୨୮ ଜଣ ଆଇଏଏସଙ୍କର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ (ଜିଏ) ବିଭାଗର ପ୍ରମୁଖ ସଚିବ ଜିଭିଭି ଶର୍ମାଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ଆଇଏଏସ୍ ତଥା କୃଷି ସଚିବ ରାଜେଶ ବର୍ମାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ କରାଯାଇଛି। ମନୋଜ ଆହୁଜାଙ୍କୁ କୃଷି ଓ ସମବାୟ ବିଭାଗର ନୂଆ ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ  ଗଗନ […]

SECRETARIAT

SECRETARIAT

Rakesh Mallick
  • Published: Friday, 13 November 2015
  • Updated: 13 November 2015, 05:42 PM IST

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଶୁକ୍ରବାର ହୋଇଛି ବଡ଼ ଧରଣର ଅଦଳବଦଳ। ମୋଟ ୨୮ ଜଣ ଆଇଏଏସଙ୍କର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ (ଜିଏ) ବିଭାଗର ପ୍ରମୁଖ ସଚିବ ଜିଭିଭି ଶର୍ମାଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ଆଇଏଏସ୍ ତଥା କୃଷି ସଚିବ ରାଜେଶ ବର୍ମାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ କରାଯାଇଛି। ମନୋଜ ଆହୁଜାଙ୍କୁ କୃଷି ଓ ସମବାୟ ବିଭାଗର ନୂଆ ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ  ଗଗନ ଧଳଙ୍କୁ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସହିତ ଏମଏସଏମଇର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ବେଳେ ଶକ୍ତି ବିଭାଗର ପ୍ରମୁଖ ସଚିବ ଥିବା  ସୁରେଶ ମହାପାତ୍ରଙ୍କୁ ପରିବେଶ ଓ ଜଙ୍ଗଲ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଏଲ୍.ଏନ୍ ଗୁପ୍ତା ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପାଇଛନ୍ତି। ତାଙ୍କଠାରୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଥିବା ପି.କେ. ମହାପାତ୍ରଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ଓ ଓସଡମାର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିଭଳି ରାଜସ୍ୱ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସଞ୍ଜୀବ ଚୋପ୍ରାଙ୍କୁ ଇଡକୋର ଚେୟାରମ୍ୟାନ୍ ଓ ଇପିକଲର ସିଏମଡି ପଦକୁ ବଦଳି କରାଯାଇଛି। ଶାଳିନୀ ପଣ୍ଡିତ ହୋଇଛନ୍ତି ଏନଆରଏଚଏମର ନୂଆ ପରିଚାଳନା ନିଦ୍ଦେର୍ଶକ। ରୁପା ମିଶ୍ରଙ୍କୁ ଲେବର କମିଶନର ସହ ଇଏସ୍ଆଇର ନିର୍ଦ୍ଦେଶକ କରାଯାଇଛି। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କରାଯାଇଛି। ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଏନ୍.ବି. ଜୱାଲେ ପର୍ଯ୍ୟଟନ ନିର୍ଦ୍ଦେଶକ ଓ ଓଟିଡିସି ଏମଡି ଦାୟିତ୍ୱରେ ମଧ୍ୟ ରହିବେ। ଅନୀଲ ସାମଲ ଅନୁଗୁଳ ଓ ପ୍ରମୋଦ ଦାସ ବାଲେଶ୍ୱରର ନୂଆ ଜିଲ୍ଲାପାଳ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos