ସିଇସି ବୈଠକ: ୧୦୦ ପ୍ରତିଶତ ଜୋରିମନା ଦେବାକୁ ଅମଙ୍ଗ ହେଉଛନ୍ତି ଖଣି ଲିଜ୍‌ଧାରୀ

ନୂଆଦିଲ୍ଲୀ: ବେଆଇନ ଖଣି ଉତ୍ତୋଳନ ମାମଲାରେ ୧୦୦ ପ୍ରତିଶତ ଜୋରିମାନା ବାବଦ ନେଇ ଆଜି ଦିଲ୍ଲୀରେ ସେଣ୍ଟ୍ରାଲ ଏମ୍‌ପାୱାର୍ଡ଼ କମିଟି (ସିଇସି)ର ଦ୍ୱିତୀୟ ବୈଠକ ବସିଥିଲା। ଏଥିରେ ୫୪ ଜଣ ଲିଜଧାରୀ ଯୋଗଦେଇ ପକ୍ଷ ରଖିଥିଲେ। ଫାଇନ୍ ବ୍ୟବସ୍ଥାରେ ଅନେକ ଅସାମଞ୍ଜସ୍ୟ ଥିବା ଅଭିଯୋଗ କରି ୧୦୦ ପ୍ରତିଶତ ଜୋରିମାନା ଦେଇପାରିବେ ନାହିଁ ବୋଲି ଲିଜଧାରୀ କହିଥିଲେ। ଆସନ୍ତାକାଲି ମଧ୍ୟ ଲିଜଧାରୀମାନେ ସେମାନଙ୍କ ପକ୍ଷ ରଖିବେ। ସିଇସି ଏହି ତଥ୍ୟର ପୁନଃମୂଲ୍ୟାୟନ କରି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରୁ ମତପ୍ରକାଶ ପାଇଛି।

ସୁପ୍ରିମକୋର୍ଟରେ ଏନେଇ ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି ହେବ। ଅଗଷ୍ଟରେ ୧୦୦ ପ୍ରତିଶତ ଜୋରିମାନା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ରାଜ୍ୟ ସରକାର ଦେଇଥିବା ଡିମାଣ୍ଡ ନୋଟିସ୍‌କୁ ବିରୋଧ କରି ଲିଜରୀମାନେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅକ୍ଟୋବର ୨୪ରେ ଏହାର ଶୁଣାଣି କରି ରାଜ୍ୟ ସରକାର ଓ CEC ଙ୍କୁ ଲିଜଧାରୀଙ୍କ ସହିତ ଆଲୋଚନା କରି ରିପୋର୍ଟ ଦେବାକୁ କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।