୩ ବର୍ଷ ହେଲାଣି ଶୀତଳଭଣ୍ଡାରରେ ପଡ଼ିଛି କୃଷି କମିଶନ୍ ରିପୋର୍ଟ

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା, କୃଷି ଓ କୃଷକଙ୍କ ସମସ୍ୟାକୁ ଦେଖି ସରକାର ୨୦୧୦ରେ ଗଠନ କରିଥିବା କୃଷି କମିଶନଙ୍କ ରିପୋର୍ଟ ଏବେ ଶୀତଳ ଭଣ୍ଡାରରେ। ୩ ବର୍ଷ ତଳୁ କମିଶନ୍ ରିପୋର୍ଟ ଦେଲେଣି। ହେଲେ ରିପୋର୍ଟକୁ କାର୍ଯ୍ୟକାରୀ କରିବା ତ ଦୂରର କଥା ଏଥିରେ କ’ଣ ପ୍ରସ୍ତାବ ଦିଆଯାଇଥିଲା ତାହା ବି ପ୍ରକାଶ କରିନାହାନ୍ତି ସରକାର। ୨୦୧୦ରେ ଗଠିତ କୃଷି କମିଶନ୍ ତାଙ୍କ ରିପୋର୍ଟ ସରକାରଙ୍କୁ ଦେଇଥିଲେ ୨୦୧୨ ଡିସେମ୍ୱର ୧୨ରେ। କୃଷି ଓ କୃଷକଙ୍କ ସମସ୍ୟା […]

jami

jami

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 02:08 PM IST

Sports

Latest News

jamiଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା, କୃଷି ଓ କୃଷକଙ୍କ ସମସ୍ୟାକୁ ଦେଖି ସରକାର ୨୦୧୦ରେ ଗଠନ କରିଥିବା କୃଷି କମିଶନଙ୍କ ରିପୋର୍ଟ ଏବେ ଶୀତଳ ଭଣ୍ଡାରରେ। ୩ ବର୍ଷ ତଳୁ କମିଶନ୍ ରିପୋର୍ଟ ଦେଲେଣି। ହେଲେ ରିପୋର୍ଟକୁ କାର୍ଯ୍ୟକାରୀ କରିବା ତ ଦୂରର କଥା ଏଥିରେ କ'ଣ ପ୍ରସ୍ତାବ ଦିଆଯାଇଥିଲା ତାହା ବି ପ୍ରକାଶ କରିନାହାନ୍ତି ସରକାର।

୨୦୧୦ରେ ଗଠିତ କୃଷି କମିଶନ୍ ତାଙ୍କ ରିପୋର୍ଟ ସରକାରଙ୍କୁ ଦେଇଥିଲେ ୨୦୧୨ ଡିସେମ୍ୱର ୧୨ରେ। କୃଷି ଓ କୃଷକଙ୍କ ସମସ୍ୟା ଓ ଏହାର ସମାଧାନ ନେଇ ୩୫୦ ପୃଷ୍ଠାର ରିପୋର୍ଟରେ ଦିଆଯାଇଛି ଅନେକ ପ୍ରସ୍ତାବ। ଏଥିରେ ସମନ୍ୱିତ କୃଷିର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ କମିଶନ। ଗୋଟିଏ ଚାଷ ଉଜୁଡିଗଲେ ଅନ୍ୟ ଏକ ଚାଷ କିପରି କରାଯାଇ ପାରିବ ସେ ନେଇ ପ୍ରସ୍ତାବ ରହିଥିଲା। ଠିକ୍ ସମୟରେ ଚାଷୀଙ୍କୁ ବିହନ, ସାର, କୀଟନାଶକ ଯୋଗାଣକୁ ଗୁରୁତ୍ୱ ଦେଇଥିଲେ କମିଶନ୍। ଚାଷୀ ଆତ୍ମହତ୍ୟାର ବିଭିନ୍ନ କାରଣ ଓ ଏହାର ନିରାକରଣ କଥା ବି ଉଲ୍ଲେଖ ଥିଲା। କମିଶନଙ୍କ ସଦସ୍ୟ ଡି.ପି ରାୟ କହିଛନ୍ତି ଯେ ଏହି ପ୍ରସ୍ତାବ କିମ୍ୱା ସୁପାରିଶକୁ ସରକାର ଗ୍ରହଣ କରିଥିଲେ ଚାଷୀଙ୍କ ସମସ୍ୟାର ମୁକାବିଲା କରିବାରେ ସଫଳ ହୋଇଥାନ୍ତେ।

ଗତ ଅଗଷ୍ଟ ୨୬ରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ବିବୃତି ଦେଇଥିଲେ, କୃଷି କମିଶନଙ୍କ ସୁପାରିଶକୁ ଅନୁଧ୍ୟାନ ପାଇଁ ସରକାର ୨୦୧୪ ଜାନୁଆରୀ ୧୭ରେ ଆଉ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି। ଏହି କମିଟିର ସୁପାରିଶ ଉପରେ ଆକ୍ସନ ଟେକନ ରିପୋର୍ଟ ମିଳିଛି। କିନ୍ତୁ ନା କମିଶନଙ୍କ ରିପୋର୍ଟ ନା ଏକ୍ସପର୍ଟ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି। ଏପଟେ ସରକାର ଗଠନ କରିଥିବା କମିଶନଙ୍କ ରିପୋର୍ଟକୁ କାହିଁକି କାର୍ଯ୍ୟକାରୀ କରିନାହାନ୍ତି ସେ ନେଇ  ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ କୃଷି କମିଶନ ୩ ବର୍ଷ ହେଲାଣି ରିପୋର୍ଟ ଦେଇ ସାରିଲାଣି। କମିଶନଙ୍କ ପ୍ରସ୍ତାବକୁ କାର୍ଯ୍ୟକରି ନକରି ସରକାର ଗଠନ କରି ଦେଲେ ଏକ ଏକ୍ସପର୍ଟ କମିଟି। ଏପରି ପରସ୍ପର ବିରୋଧୀ ନିଷ୍ପତ୍ତି କେବଳ ଜଣେ ବିକୃତ ମସ୍ତିଷ୍କଯୁକ୍ତ ବ୍ୟକ୍ତି ହିଁ ନେଇପାରେ। ସେହିଭଳି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ କୃଷି କମିଶନଙ୍କ ରିପୋର୍ଟ ସରକାର ପାଇସାରିଛନ୍ତି। କିନ୍ତୁ କମିଶନ ଦେଇଥିବା ସୁପାରିଶଗୁଡ଼ିକୁ ଏପର୍ଯ୍ୟନ୍ତ ସରକାର କାର୍ଯ୍ୟକାରୀ କରି ନାହାନ୍ତି। ଏଥିରୁ ଅନୁମାନ କରି ହେଉଛି ଚାଷୀ ଓ ଚାଷ ପାଇଁ ସରକାରଙ୍କର କେତେ ଆନ୍ତରିକତା ଅଛି। ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି ଯେ କମିଶନଙ୍କ ରିପୋର୍ଟକୁ ସରକାର ତଦାରଖ କରିସାରିଛନ୍ତି। କମିଶନଙ୍କ ରିପୋର୍ଟଠାରୁ ଦୁଇ ପାଦ ଆଗକୁ ଯାଇ ସରକାର ପଦକ୍ଷେପ ନେଇ ସାରଛନ୍ତି। ଫଳରେ ଚାଷୀମାନେ ଆହୁରି ଅଧିକ ସୁବିଧାସୁଯୋଗ ପାଇବେ।

ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟକୁ ଉଦ୍ଧାର କରି କୃଷିମନ୍ତ୍ରୀ ଚାଷୀ ଆତ୍ମହତ୍ୟାକୁ ନେଇ ବିଧାନସଭାରେ ରଖିଥିବା ବିବୃତି ଅନୁସାରେ ୧୯୯୯ରୁ ୨୦୧୩ ମଧ୍ୟରେ ୩ ହଜାର ୬୦୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos