ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୩ ଗୁରୁତର

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନାର ୧୫ ନମ୍ୱର ୟୁନିଟ୍‌ରେ ଆଜି ବିସ୍ଫୋରଣ ଘଟିଛି। ଅସ୍ତ୍ରଶସ୍ତ୍ର ପରୀକ୍ଷା ବେଳେ ଏହି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ବିସ୍ଫୋରଣରେ ୩ ଜଣ ଜୁନିୟର ଓ୍ୱାର୍କ ମ୍ୟାନେଜର ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ପ୍ରଦୀପ କୁମାର ସାହୁ, ସୌରିନାରାୟଣ ପାଣ୍ଡିଆ ଓ ଦେବୀ ନିରଞ୍ଜନ ରାଉତ। ସେମାନଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି। ତେବେ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 03:49 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନାର ୧୫ ନମ୍ୱର ୟୁନିଟ୍‌ରେ ଆଜି ବିସ୍ଫୋରଣ ଘଟିଛି। ଅସ୍ତ୍ରଶସ୍ତ୍ର ପରୀକ୍ଷା ବେଳେ ଏହି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ବିସ୍ଫୋରଣରେ ୩ ଜଣ ଜୁନିୟର ଓ୍ୱାର୍କ ମ୍ୟାନେଜର ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ପ୍ରଦୀପ କୁମାର ସାହୁ, ସୌରିନାରାୟଣ ପାଣ୍ଡିଆ ଓ ଦେବୀ ନିରଞ୍ଜନ ରାଉତ। ସେମାନଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି। ତେବେ ଅନ୍ୟ କ୍ଷୟକ୍ଷତି ସମ୍ପର୍କରେ କିଛି ତଥ୍ୟ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos