୩ ଖଣ୍ଡ ଭୋଟ୍‌ରେ ହାରିବା ପରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଆତ୍ମାହୁତି ଉଦ୍ୟମ

ଅସ୍ତରଙ୍ଗ: ୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ହାରିବା ପରେ ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ଼ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଲତା କାଣ୍ଡି ଆତ୍ମାଦୁତି ଉଦ୍ୟମ କରିଛନ୍ତି। ଲତା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିବା ସହ କିରୋସିନି ବୋତଲ ଜବତ କରିଛି। ଆଉ ଥରେ ତାଙ୍କ ଭୋଟ୍‌ ଗଣା ଯିବା ଦାବିରେ ଲତା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

୨୧ ତାରିଖରେ ନୂଆଗଡ଼ ପଞ୍ଚାୟତରେ ହୋଇଥିବା ନିର୍ବାଚନ ହୋଇଥିଲା। ସେଦିନ ଅନୌପଚାରିକ ଭାବେ ହୋଇଥିବା ଫଳାଫଳ ଘୋଷଣାରେ ଲତା ଅଳ୍ପ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଏନେଇ ସେ ପୁନଃ ଗଣତି ପାଇଁ ଆବେଦନ କରିଥିଲେ। ନିର୍ବାଚନ ଅଧିକାରୀ ତାଙ୍କ ଦାବିକୁ ଗ୍ରହଣ ନ କରିବାରୁ ଆଜି ଲତା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ।

ଲତାଙ୍କ ଏପରି ଉଦ୍ୟମ ପରେ ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ପକ୍ଷ ପରସ୍ପରକୁ ଆକ୍ଷେପ କରିବାରେ ଲାଗିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।