କଟକ: ଗଡଗଡିଆ ଘାଟରେ ନିଖୋଜ ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର

cuttackକଟକ: ମହାନଦୀର ଗଡଗଡିଆ ଘାଟ ନିକଟରେ ବୁଡି ନିଖୋଜ ହୋଇଥିବା ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରମାନେ ଭୁବନେଶ୍ୱରର ଏନ୍‌ଆଇଏଫ୍‌ଟିରେ ପଢୁଥିଲେ। ମୃତ ଛାତ୍ରମାନେ ହେଲେ କୋଲକାତାର ସୃଷ୍ଟି ପଲ୍‌, ସନ୍ଦୀପ କୁମାର ଓ ପ୍ରିତମ ପ୍ରିୟଦର୍ଶୀ।

ପ୍ରଥମେ ସୃଷ୍ଟିଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପରେ ସନ୍ଦୀପ ଏବଂ ପ୍ରିତମ୍‌ଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

୩ ଜଣ ଛାତ୍ର ଗଡ଼ଗଡ଼ିଆ ଘାଟରେ ବୁଡି ଯାଇଥିବା ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଲାସୀ ଆରମ୍ଭ କରିଥିଲେ। ପ୍ରାୟ ୨ ଘଣ୍ଟାର ତଲାସୀ ପରେ ସୃଷ୍ଟିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ପରେ ସନ୍ଦୀପ ଏବଂ ପ୍ରିତମ୍‌ଙ୍କୁ ଉଦ୍ଧାର କରାଯାଇଥିଲା।