ମନ୍ତ୍ରୀସ୍ତରୀୟ କମିଟି ନିଷ୍ପତ୍ତି ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ, ୪୩୮ ସ୍କୁଲ ବ୍ଲକଗ୍ରାଣ୍ଟ ପରିସରଭୁକ୍ତ

ଭୁବନେଶ୍ୱର: ଅନୁଦାନରୁ ବଞ୍ଚିତ ରାଜ୍ୟର ୩୯୯ ହାଇସ୍କୁଲ ଓ ୩୯ଟି ମଧ୍ୟମା ସ୍କୁଲକୁ ଗ୍ରାଣ୍ଟ-ଇନ୍-ଏଡ୍ ପଲିସି ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର। ଏଥିସହିତ ଆସନ୍ତା ଶିକ୍ଷା ବର୍ଷରୁ ନୂଆ ଅନୁଦାନ ନୀତି ଲାଗୁ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏପଟେ ସ୍କୁଲ ବନ୍ଦ ରହିଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଶିକ୍ଷକଙ୍କ ଦାବି ପୂରଣ ନେଇ ମନ୍ତ୍ରୀସ୍ତରୀୟ କମିଟିର ନିଷ୍ପତ୍ତି ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ […]

debimishra

debimishra

Rakesh Mallick
  • Published: Friday, 25 September 2015
  • Updated: 25 September 2015, 04:17 PM IST

Sports

Latest News

ଭୁବନେଶ୍ୱର: ଅନୁଦାନରୁ ବଞ୍ଚିତ ରାଜ୍ୟର ୩୯୯ ହାଇସ୍କୁଲ ଓ ୩୯ଟି ମଧ୍ୟମା ସ୍କୁଲକୁ ଗ୍ରାଣ୍ଟ-ଇନ୍-ଏଡ୍ ପଲିସି ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର। ଏଥିସହିତ ଆସନ୍ତା ଶିକ୍ଷା ବର୍ଷରୁ ନୂଆ ଅନୁଦାନ ନୀତି ଲାଗୁ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏପଟେ ସ୍କୁଲ ବନ୍ଦ ରହିଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଶିକ୍ଷକଙ୍କ ଦାବି ପୂରଣ ନେଇ ମନ୍ତ୍ରୀସ୍ତରୀୟ କମିଟିର ନିଷ୍ପତ୍ତି ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଅନୁଦାନରୁ ବଞ୍ଚିତ ଥିବା ରାଜ୍ୟର ୩୯୯ ହାଇସ୍କୁଲ ଓ ୩୯ଟି ମଧ୍ୟମା ସ୍କୁଲକୁ ମିଶାଇ ମୋଟ ୪୩୮ଟି ସ୍କୁଲକୁ ଗ୍ରାଣ୍ଟ-ଇନ୍-ଏଡ୍ ପଲିସି ଅନ୍ତଭୁର୍କ୍ତ କରିଛନ୍ତି ରାଜ୍ୟ ସରକାର। ଫଳରେ ଏସବୁ ସ୍କୁଲକୁ ନିୟମ ଅନୁସାରେ ୪୦ ପ୍ରତିଶତ ଅନୁଦାନ ମିଳିବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକୁ ୨୫ କୋଟି ଟଙ୍କ। ଖର୍ଚ୍ଚ କରିବାକୁ ପଡ଼ିବ। ଏହି ନିଷ୍ପତ୍ତି ଦ୍ୱାରା ୫ହଜାର ୭୪ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ। ମୟୂରଭଞ୍ଜର ସର୍ବାଧିକ ୩୯ଟି ସ୍କୁଲ ଓ କୋରାପୁଟର ମାତ୍ର ଗୋଟିଏ ସ୍କୁଲ ଏହି ଅନୁଦାନ ପାଇବେ। ଆସନ୍ତାମାସ ପହିଲାରୁ ଏହି ଅନୁଦାନ ଲାଗୁ ହେବ। ଅନ୍ୟପକ୍ଷରେ ନୂଆ ଗ୍ରାଣ୍ଟ-ଇନ-ଏଡ୍ ପଲିସି ଆସନ୍ତା ଶିକ୍ଷାବର୍ଷରୁ ଲାଗୁ  କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ସେପଟେ ଓଡିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ସରକାରଙ୍କ ବିଜ୍ଞପ୍ତିକୁ ସ୍ୱାଗତ କରିଛି। ଏଣିକି ସ୍କୁଲ ଖୋଲାଯିବା ସହ ଛୁଟି ଦିନରେ ମଧ୍ୟ ପାଠପଡା ହେବ ବୋଲି ସଂଘ  ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି । ଆନ୍ଦୋଳନରୁ ଓହିରିବା ପରେ ସମ୍ପୃକ୍ତ ସ୍କୁଲଗୁଡିକରେ ପାଠପଡା ଆରମ୍ଭ ହୋଇଛି କି ନାହିଁ, ସେ ନେଇ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ରିପୋର୍ଟ ମଗାଯାଇଛି। ଯଦି ଶିକ୍ଷକମାନେ କାର୍ଯ୍ୟରେ ଯୋଗ ନ ଦିଅନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏପଟେ ବ୍ଲକଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ପୂର୍ଣ୍ଣ ଅନୁଦାନ ଦାବିରେ ଅଡ଼ି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story