ଏହି ୫ଟି କାରଣ ପାଇଁ ହାଡ଼ ହୋଇଯାଏ ଦୁର୍ବଳ

ହାଡ଼ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଆମ ଶରୀର ଓ ମାଂସପେଶୀର ଆଧାର ହୋଇଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ  ହାଡ଼ ମଜଭୁତ ରହିବା ଜରୁରୀ। କିନ୍ତୁ ଜୀବନଶୈଳୀ ଉପରେ ଠିକ୍‌ରେ ଧ୍ୟାନ ନ ଦେବା ଯୋଗୁଁ ହାଡ଼ ଦୁର୍ବଳ ହୋଇଯାଏ। ଆମର କେଉଁ ଅଭ୍ୟାସଗୁଡିକ ହାଡ଼କୁ ଦୁର୍ବଳ କରିଦିଏ ସେ ବିଷୟରେ ଜାଣିବା ନିହାତି ଜରୁରୀ। ଯେଉଁ ସବୁ କାରଣରୁ ହାଡ଼ ଦୁର୍ବଳ ହୋଇଯାଏ, ସେଥିରୁ ୫ଟି ବିଷୟରେ ଆମେ ଏଠାରେ ଉଲ୍ଲେଖ କରିଛୁ। ୧. […]

signs-of-calcium-deficiency_2

signs-of-calcium-deficiency_2

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 10:40 AM IST

ହାଡ଼ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଆମ ଶରୀର ଓ ମାଂସପେଶୀର ଆଧାର ହୋଇଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ  ହାଡ଼ ମଜଭୁତ ରହିବା ଜରୁରୀ। କିନ୍ତୁ ଜୀବନଶୈଳୀ ଉପରେ ଠିକ୍‌ରେ ଧ୍ୟାନ ନ ଦେବା ଯୋଗୁଁ ହାଡ଼ ଦୁର୍ବଳ ହୋଇଯାଏ। ଆମର କେଉଁ ଅଭ୍ୟାସଗୁଡିକ ହାଡ଼କୁ ଦୁର୍ବଳ କରିଦିଏ ସେ ବିଷୟରେ ଜାଣିବା ନିହାତି ଜରୁରୀ। ଯେଉଁ ସବୁ କାରଣରୁ ହାଡ଼ ଦୁର୍ବଳ ହୋଇଯାଏ, ସେଥିରୁ ୫ଟି ବିଷୟରେ ଆମେ ଏଠାରେ ଉଲ୍ଲେଖ କରିଛୁ।

୧. ଆରାମଦାୟକ ଜୀବନଶୈଳୀ ହାଡ଼କୁ କ୍ଷତି ପହଞ୍ଚାଇଥାଏ। ହାଡକୁ ମଜଭୁତ ପ୍ରଦାନ କରିବା ପାଇଁ ସର୍ବଦା ନିଜକୁ ସକ୍ରିୟ ରଖନ୍ତୁ। ଆରାମଦାୟକ ଜୀବନଶୈଳୀ କାରଣରୁ  ହାଡ଼ ସମ୍ୱନ୍ଧୀୟ ସମସ୍ୟା,  ଯେପରକି ଅଷ୍ଟିଓପୋରୋସିସ୍‌ ହେବାର ଆଶଙ୍କା ଅଧିକ ରହିଥାଏ।

୨. ଡାଏଟ୍‌ରେ କ୍ୟାଲସିୟମ୍‌ ଯୁକ୍ତ ଖାଦ୍ୟ ନିଶ୍ଚୟ ସାମିଲ କରନ୍ତୁ। କାରଣ କ୍ୟାଲସିୟମ୍‌ ଅଭାବରୁ ହାଡ଼ ଦୁର୍ବଳ ହୋଇଯାଏ।

୩. ଅତ୍ୟଧିକ ମଦ ଓ ଧୂମପାନ କଲେ ମଧ୍ୟ  ହାଡ଼ ଦୁର୍ବଳ ହୋଇଯାଏ। ଏଭଳି ଅଭ୍ୟାସ ଦ୍ୱାରା ଅଷ୍ଟିଓପୋରସିସ୍‌ ଭଳି ସମସ୍ୟାର ଆଶଙ୍କା ବଢ଼ିଯାଏ।

୪. ଥାଏରଏଡ୍‌ ସମ୍ୱନ୍ଧୀୟ ସମସ୍ୟା ଥିଲେ ଅବା ଥାଏରଏଡ୍‌ ଗ୍ରନ୍ଥି ସଠିକ୍‌ କାମ କରୁନଥିଲେ, ଏହାର ପ୍ରଭାବ ହାଡ ଉପରେ ପଡିଥାଏ। ଥାଏରଏଡ୍‌ ଗ୍ରନ୍ଥିରୁ ନିର୍ଗତ ହେଉଥିବା ଥାଇରାକ୍ସିନ୍‌ ହାଡକୁ  ଦୁର୍ବଳ କରିଦିଏ।

୫. ବେଳେ ବେଳେ ଅଧିକ ଔଷଧ ସେବନ କାରଣରୁ ହାଡ଼ ସହ ଜଡିତ ସମସ୍ୟା ଦେଖାଦେଇଥାଏ। ଏଥିରୁ ବଞ୍ଚିବା ଲାଗି କ୍ୟାଲସିୟମ୍‌ ଯୁକ୍ତ ଖାଦ୍ୟ ସହ ସଠିକ ବ୍ୟାୟାମକୁ ନିଜ ଦିନଚର୍ଯ୍ୟାରେ ସାମିଲ କରନ୍ତୁ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos