ଲାଲ ବାହିନୀରେ କମ୍ପନ, ଏନ୍‌କାଉଣ୍ଟରରେ ମଲେ ୫ ମାଓବାଦୀ

ମାଲକାନଗିରି: ଛତିଶଗଡ଼ରେ ପୋଲିସ୍ ଏନ୍‌କାଉଣ୍ଟରରେ ୫ ମାଓବାଦୀ ପ୍ରାଣ ହରାଇଛନ୍ତି। ଦାନ୍ତେୱାଡ଼ାର ଗୋରଗୁମ୍‌ ଜଙ୍ଗଲରେ ଏହି ଏନ୍‌କାଣ୍ଟର ହୋଇଛି। ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ଜବତ ଓ ଗୁଳି କରାଯାଇଛି ବୋଲି ଦାନ୍ତେୱାଡା ଏଏସ୍‌ପି ଗିଏନ୍‌ ବଗେଲ ସୂଚନା ଦେଇଛନ୍ତି।