‘ଚଳିତବର୍ଷ ୫୩ ଲକ୍ଷ କ୍ୱିଣ୍ଟାଲ୍ ଧାନ ସଂଗ୍ରହ ଲକ୍ଷ୍ୟ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ସମଗ୍ର ରାଜ୍ୟରୁ ୫୩ ଲକ୍ଷ କ୍ୱିଣ୍ଟାଲ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ସେଥିରୁ ୪୪ ଲକ୍ଷ କ୍ୱିଣ୍ଟାଲ୍ ଖରିଫ୍ ଋ଼ତୁରେ ଓ ୯ ଲକ୍ଷ କ୍ୱିଣ୍ଟାଲ୍ ରବି ଋ଼ତୁରେ ସଂଗ୍ରହ କରାଯିବ। ଧାନ ସଂଗ୍ରହ ନେଇ ସଚିବାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ନଭେମ୍ବର ପ୍ରଥମ ସପ୍ତାହରୁ ବରଗଡ଼ରୁ ଓ ୧୫ ତାରିଖରୁ ସମଗ୍ର ରାଜ୍ୟରୁ ଧାନ ସଂଗ୍ରହ ଆରମ୍ଭ ହେବ। ଏଥର ଧାନ ସଂଗ୍ରହ ହେବା ପରେ ରାଜ୍ୟ ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ। ପୂର୍ବରୁ ଜିଲ୍ଲା ସମବାୟ ବ୍ୟାଙ୍କ ମାଧ୍ୟମରେ ଯେଉଁ ଟଙ୍କା ପ୍ରଦାନ କରାଯାଉଥିଲା, ଏଥର ସେଭଳି କରାଯିବ ନାହିଁ। ଚଳିତବର୍ଷ ପ୍ରାୟ ୧୦ ଲକ୍ଷ ଚାଷୀଙ୍କୁ ପଞ୍ଜୀକୃତ କରାଯାଇଛି।