୬ ଦଫା ଦାବିରେ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ

କେନ୍ଦୁଝର: ୬ ଦଫା ଦାବି ପୂରଣ ନେଇ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ କମିଟି ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦରେ ସାମିଲ ହେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଫଳରେ ଜିଲ୍ଲାରେ ସମସ୍ତ ସରକାରୀ ପ୍ରତିଷ୍ଠାନ, ଗାଡିମୋଟର, ଦୋକାନ ବଜାର ବନ୍ଦ ରହିଥିଲା। କମିଟି ସଦସ୍ୟମାନେ କେନ୍ଦୁଝର ଷ୍ଟେସନରେ ରେଳ ରୋକ କରିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ବନ୍ଦରୁ […]

kendujhar

kendujhar

Rakesh Mallick
  • Published: Wednesday, 28 September 2016
  • Updated: 28 September 2016, 08:14 PM IST

Sports

Latest News

kendujharକେନ୍ଦୁଝର: ୬ ଦଫା ଦାବି ପୂରଣ ନେଇ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ କମିଟି ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦରେ ସାମିଲ ହେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଫଳରେ ଜିଲ୍ଲାରେ ସମସ୍ତ ସରକାରୀ ପ୍ରତିଷ୍ଠାନ, ଗାଡିମୋଟର, ଦୋକାନ ବଜାର ବନ୍ଦ ରହିଥିଲା। କମିଟି ସଦସ୍ୟମାନେ କେନ୍ଦୁଝର ଷ୍ଟେସନରେ ରେଳ ରୋକ କରିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଥିଲା।

ଗତକାଲି ସନ୍ଧ୍ୟାରେ କମିଟି ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। କେନ୍ଦୁଝର ମେଡିକାଲ କଲେଜ କାର୍ଯ୍ୟର ଅଗ୍ରଗତି, ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା, ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଆଦି ଦାବି ନେଇ କମିଟି ଏହି ବନ୍ଦ ଡାକରା ଦେଇଥିଲା।

ଦାବି ପୂରଣ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ଗତ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆ ନ ଯିବା ଅଭିଯୋଗ କରି କମିଟି ଏହି ବନ୍ଦ ଡାକରା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos