ଏହି ୭ଟି ସଙ୍କେତରୁ ଜାଣନ୍ତୁ ଆପଣଙ୍କ ସାଥୀର ଭଲ ଓ ମନ୍ଦ ଗୁଣ

ସ୍ୱାମୀଠୁ ସବୁବେଳେ ଭଲପାଇବା ଆଶା କରେ ସ୍ତ୍ରୀ।  ତା’ସହିତ ସହଯୋଗ ଆ‌ଉ ସମ୍ମାନ ବି ଚାହେଁ। ସେତିକି ନ ମିଳିଲେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଉଭୟଙ୍କ ମଧ୍ୟରେ ଦୂରତା ବଢେ।  ଭଲ ପାଇବା ଅଭାବରୁ ମତଭେଦ ଓ ମନୋମାଳିନ୍ୟ ବଢେ।  ହେଲେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଭଲ ପାଇବାକୁ ପ୍ରକାଶ କରନ୍ତି ନାହିଁ। ସେମାନେ ତାଙ୍କ ପତ୍ନୀଙ୍କୁ କେତେ ପ୍ରେମ କରନ୍ତି ତାହା ସେ ଖୋଲି କୁହନ୍ତି ନାହିଁ।  କିନ୍ତୁ ସେମାନଙ୍କ ଆଚରଣ ଓ ସ୍ୱଭାବ ଏ ବାବଦରେ କିଛି କହିଦିଏ।  ନିରବ ଓ ଲାଜକୁଳା ରହୁଥିବା ସ୍ୱାମୀମାନେ ସେମାନଙ୍କ ସାଥୀଙ୍କୁ କେତେ ଭଲ ପାଆନ୍ତି ତାହା ତାଙ୍କ ଭାବଭଙ୍ଗୀ ଓ ଆଚରଣରୁ ଜାଣିହେବ। ତେବେ ଆସନ୍ତୁ ଜାଣିବ ସେହି ସବୁ ସ୍ୱଭାବ ବିଷୟରେ।

ହାତ ଧରିବାର ସ୍ୱଭାବ

ଯଦି ଆପଣଙ୍କ ସାଥୀ ଆପଣଙ୍କ ହାତକୁ ଜାବୁଡି ଧରନ୍ତି ତେବେ ସେ ଆପଣଙ୍କୁ ଖୁବ୍‌ ଭଲ ପାଉଛନ୍ତି ବୋଲି ଜାଣନ୍ତୁ। ଆଉ ଯଦି ହାତ ଧରିବା ସମୟରେ ଦୁଇ ହାତ ମଧ୍ୟରେ ଫାଙ୍କ ରହିଯାଏ ତେବେ ଜାଣିବେ ସମ୍ପର୍କ ନୂଆ ଆରମ୍ଭ ହୋଇଛି। ନ ହେଲେ ଏପର୍ଯ୍ୟନ୍ତ ସେ ଆପଣଙ୍କୁ ଭଲ ଭାବେ ବୁଝି ପାରିନାହାଁନ୍ତି।

ଗୋଡର ସ୍ଥିତି

ଯଦି ଆପଣଙ୍କ ସାଥୀ ଆପଣଙ୍କ ପାଖରେ ବସିଛନ୍ତି ଏବଂ ତାଙ୍କ ଗୋଡ ଆପଣଙ୍କ ଆଡକୁ ରହିନାହିଁ ତେବେ ଆପଣଙ୍କ ଭିତରେ ଭଲ ପାଇବା କମ ଅଛି ବୋଲି ଜାଣନ୍ତୁ। ଯଦି ସେ ବସିବା ସମୟରେ ଗୋଡ ଆପଣଙ୍କ ଆଡକୁ ରଖୁଛନ୍ତି ତେବେ ସେ ଆପଣଙ୍କୁ ଭଲ ପାଆନ୍ତି ଏବଂ ଆପଣଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଇଚ୍ଛା ରଖନ୍ତି ବୋଲି ଜାଣିବେ।

ହଠାତ୍‌ ଅଧିକ ଭଲପାଇବା ଦେଖାଇଲେ

ଯଦି ଆପଣଙ୍କ ସାଥୀ ହଠାତ୍‌ ଆପଣଙ୍କୁ ଅଧିକ ଭଲ ପାଇବାରେ ଲାଗୁଛନ୍ତି ତେବେ ଖୁସି ହୁଅନ୍ତୁ ନାହିଁ। ଭାବନ୍ତୁ ଦାଲ୍‌ ମେଁ କୁଛ କାଲା ତୋ ନେହିଁ? ଘରକୁ ଡେରିରେ ଫେରି ଯଦି ସେ ଆପଣଙ୍କୁ ମନେଇବା ପାଇଁ ଚେଷ୍ଟା କରୁଛନ୍ତି ତେବେ ଜାଣନ୍ତୁ ଯେ ସେ ତାଙ୍କର କୌଣସି ଭୁଲ୍‌କୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଯଦି ମୋବାଇଲ୍‌ ସହ ଅଧିକ ସମୟ କାଟୁଛନ୍ତି ତେବେ ଜାଣନ୍ତୁ ସେ ଆଉ କାହା ପ୍ରତି ଆକର୍ଷିତ ହେଉଛନ୍ତି।

ଆଖିରେ ଆଖି ମିଶାଇ କଥା ନ ହେଲେ

ଯଦି ଆପଣଙ୍କ ସାଥୀ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେଉ ନାହାଁନ୍ତି ତେବେ ଜାଣନ୍ତୁ ସେ ଲାଜୁଆ ପ୍ରକୃତିର ନହେଲେ ଆପଣଙ୍କୁ କଛି କଥା ଲୁଚାଉଛନ୍ତି। ଆପଣଙ୍କ ସହ ରହି ଯଦି ସେ ଅନ୍ୟଆଡ଼କୁ ଚାହୁଁଛନ୍ତି ତେବେ ସେ ବିଶ୍ୱାସଯୋଗ୍ୟ ନୁହଁ ବୋଲି ଜାଣନ୍ତୁ।

କଥାବାର୍ତ୍ତା ସମୟରେ ନଖ କାମୁଡିଲେ

ଯଦି ଆପଣଙ୍କ ସାଥୀ କଥାବାର୍ତ୍ତା କରିବା ସମୟରେ ନଖ କାମୁଡୁଛନ୍ତି ଏବଂ ହାତ ମୁଠା କରି ବସିଛନ୍ତି ତେବେ ଜାଣିବେ ତାଙ୍କ ଭିତରେ ଆତ୍ମବିଶ୍ୱାସର ଅଭାବ ରହିଛି। ନଚେତ୍‌ ସେ ଆପଣଙ୍କୁ କିଛି କହିବାରେ ଭୟ କରୁଛନ୍ତି । ତେଣୁ ସେତେବେଳେ ଆପଣଙ୍କୁ ପରିସ୍ଥିତିକୁ ବୁଝିବାକୁ ହେବ।

ଏକୁଟିଆ ଭେଟ କରିବା ପାଇଁ କହିଲେ

ଯଦି ଆପଣଙ୍କ ସାଥୀ ଆପଣଙ୍କୁ ସବୁବେଳେ ଏକା ଦେଖାକରିବା ପାଇଁ ଡାକୁଛନ୍ତି ତେବେ ଜାଣନ୍ତୁ ସେ ଭଲପାଇବା ଶାରୀରିକ।

କମ୍ କଥାବାର୍ତ୍ତା କରୁଥିଲେ

ଯଦି ଆପଣଙ୍କ ସାଥୀ ଆପଣଙ୍କ ସହ କମ କଥା ହେଉଛନ୍ତି ତେବେ ଜାଣନ୍ତୁ ସେ ଭାବି ଚିନ୍ତି କଥା ହେଉଛନ୍ତି। ଅଧିକ କଥାହେଲେ କାଳେ କିଛି ସତ ସାମ୍ନାକୁ ଆସିଯିବ ତେଣୁ ସେ ଚୁପ୍‌ ରହୁଛନ୍ତି ବୋଲି ଜାଣନ୍ତୁ।