ଦୁର୍ଗାପୂଜାରେ ସପ୍ତମ ବେତନ! ସରକାରଙ୍କୁ ଅର୍ଥ ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ଗା ପୂଜାରେ ଲାଗୁ ହୋଇପାରେ ସପ୍ତମ ବେତନ କମିଶନ। ଏହାର ଫାଇଦା ରାଜ୍ୟର ସମସ୍ତ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀ ପାଇବେ। ଏନେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କିଛି କହିନଥିବା ବେଳେ ଖୁବ୍‌ଶୀଘ୍ର ସପ୍ତମ ବେତନ ଲାଗୁ ନେଇ ଇସାରା ଦେଇଛନ୍ତି। ସେ କହିଛନ୍ତି-“ସପ୍ତମ ବେତନ କମିଶନ ସମ୍ପର୍କରେ ରାଜ୍ୟ ସରକାରଙ୍କ ସକାରାତ୍ମକ ମନୋଭାବ ରହିଛି। ଦାଖଲ ହୋଇଥିବା ଫିଟ୍‌ମେଣ୍ଟ କମିଟି ରିପୋର୍ଟର ସମୀକ୍ଷା କରାଯାଉଛି। କୌଣସି ପ୍ରକାର ତ୍ରୁଟି ଯେମିତି ନରହେ ତାହା […]

Rakesh Mallick
  • Published: Monday, 28 August 2017
  • Updated: 28 August 2017, 08:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ଗା ପୂଜାରେ ଲାଗୁ ହୋଇପାରେ ସପ୍ତମ ବେତନ କମିଶନ। ଏହାର ଫାଇଦା ରାଜ୍ୟର ସମସ୍ତ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀ ପାଇବେ। ଏନେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କିଛି କହିନଥିବା ବେଳେ ଖୁବ୍‌ଶୀଘ୍ର ସପ୍ତମ ବେତନ ଲାଗୁ ନେଇ ଇସାରା ଦେଇଛନ୍ତି।

ସେ କହିଛନ୍ତି-“ସପ୍ତମ ବେତନ କମିଶନ ସମ୍ପର୍କରେ ରାଜ୍ୟ ସରକାରଙ୍କ ସକାରାତ୍ମକ ମନୋଭାବ ରହିଛି। ଦାଖଲ ହୋଇଥିବା ଫିଟ୍‌ମେଣ୍ଟ କମିଟି ରିପୋର୍ଟର ସମୀକ୍ଷା କରାଯାଉଛି। କୌଣସି ପ୍ରକାର ତ୍ରୁଟି ଯେମିତି ନରହେ ତାହା ଉପରେ ଧ୍ୟାନ ଦିଆଯାଉଛି। ଶୀଘ୍ର ନିଷ୍ପତ୍ତି ନିଆଯିବ।”

ସପ୍ତମ ବେତନ କମିଶନ ଲାଗୁ ପାଇଁ ଫିଟ୍‌ମେଣ୍ଟ କମିଟି ଗତ ଜୁନ୍‌ରୁ ରାଜ୍ୟ ସରକାରଙ୍କ ପାଖରେ ରିପୋର୍ଟ ଦେଇସାରିଛନ୍ତି। ଏଥିପାଇଁ ବାର୍ଷିକ ୫୫୦୦ କୋଟିର ଆର୍ଥିକ ବୋଝ ପଡୁଥିବାରୁ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି। ଅନ୍ୟପକ୍ଷରେ ୨୦୧୬ ଜାନୁଆରୀରୁ କେନ୍ଦ୍ର ସରକାର ସପ୍ତମ ବେତନ କମିଶନଙ୍କ ସୁପାରିଶ୍ ଲାଗୁ କରିସାରିଥିବାରୁ ରାଜ୍ୟ ସରକାରଙ୍କ ଉପରେ ଏଥିପାଇଁ ଚାପ ବଢୁଛି। ଆଶା କରାଯାଉଛି ଦୁର୍ଗା ପୂଜାରେ ସପ୍ତମ ବେତନ ସୁପାରିଶ ଲାଗୁ ହେବ।

ଏଥର ବଜେଟରେ ରାଜ୍ୟ ସରକାର ପ୍ରଶାସନିକ ଖର୍ଚ୍ଚ ବାବଦରେ ୪୭,୪୬୬ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏଥିରୁ କର୍ମଚାରୀଙ୍କ ଦରମା ବାବଦରେ ୨୨,୦୦୦ କୋଟି ଓ ପେନସନ ବାବଦରେ ୧୧,୩୧୩ କୋଟି ଟଙ୍କା ବ୍ୟୟ କରାଯିବାରଅଛି। ସପ୍ତମ ବେତନ କମଶିନ ଲାଗୁ ହେଲେ ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ ଓ  ଅଢେଇ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ।

ବଢ଼ିଛି ରାଜସ୍ୱ ଆୟ

ଗତବର୍ଷ ତୁଳନାରେ ରାଜ୍ୟର ରାଜସ୍ୱ ଆୟ ୧୫ ପ୍ରତିଶତ ବଢିଛି। ଏ ବର୍ଷ ଜୁଲାଇ ସୁଦ୍ଧା ସମୁଦାୟ ୯,୭୬୫ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଅବକାରୀ, ଜମି ରାଜସ୍ୱ ଷ୍ଟାମ୍ପ ଡ୍ୟୁଟିକୁ ବାଦ ଦେଲେ ଅନ୍ୟ କ୍ଷେତ୍ରରେ ରାଜସ୍ୱ ଆଦୟ ବଢିଛି। ଖଣି ରାଜସ୍ୱ ଗତବର୍ଷ ତୁଳନାରେ ୫୩ ପ୍ରତିଶତ ବଢିଛି। ଖଣି ମାଲିକଙ୍କ ପାଖରୁ ଜରିମାନା ବାବଦରେ ମଧ୍ୟ ୧୭,୦୦୦ କୋଟି ମିଳିବ। ଆଇଓସିଏଲ୍‌ ବିବାଦ ସମାଧାନ ପରେ କୁହାଯାଉଛି ରାଜ୍ୟ ସରକାରଙ୍କୁ ବାର୍ଷିକ ୧୫,୦୦ କୋଟି ଟଙ୍କା ମିଳିବ। ତେଣୁ ହିସାବ ନିକାଶ କରି ଶୀଘ୍ର ବେତନ କମିଶନ ଲାଗୁ କରିପାରନ୍ତି ସରାକର।

କଏ କ’ଣ କୁହନ୍ତି

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ କହିଛନ୍ତି-“ରାଜ୍ୟ ସରକାରଙ୍କ ଉଚ୍ଛାଶକ୍ତି ଅଭାବରୁ ସପ୍ତମ ବେତନ ଲାଗୁ ହୋଇପାରୁ ନାହିଁ। ଆମେ ଆଗରୁ କହିଥିଲୁ ଆଇଓସିଏଲ ପାଖରୁ ରାଜ୍ୟ ସରକାର ଯେଉଁ ରାଜସ୍ୱ ପାଇବ ସେହି ଅର୍ଥରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସପ୍ତମ ବେତନ କମିଶନ ଆକାରରେ କର୍ମଚାରୀଙ୍କୁ ପ୍ରଦାନ କରାଯାଉ। ଏହାଛଡ଼ା ଚାଷୀଙ୍କ ଋଣ ଛାଡ଼ କରିବା ଦରକାର।’’

କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି-“ସପ୍ତମ ବେତନ କମିଶନ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଯାହାବି କରନ୍ତି ନିର୍ବାଚନକୁ ଆଖି ଆଗରେ ରଖି କରନ୍ତି। ନିର୍ବାଚନରେ ଲଭାକ୍ଷତି ଦେଖିସାରିବା ପରେ ଯାହା ନିଷ୍ପତ୍ତି ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos