ସପ୍ତମବେତନ କମିଶନ: ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା

ଭୁବନେଶ୍ୱର:ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ମିଳିବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ଘୋଷଣା କରିଛନ୍ତି।  ସରକାରୀ କର୍ମଚାରୀଙ୍କ ଦରମା ପୂର୍ବାପେକ୍ଷା ହାରାହାରି ୧୪.୫ ପ୍ରତିଶତ ବଢ଼ିବ। ଅର୍ଥାତ ଗ୍ରୁପ୍ ଡି କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ହେବ। ଏହାଦ୍ୱାରା ସାଢ଼େ ୪ ଲକ୍ଷ ସରକାରୀ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ। ସେପ୍ଟେମ୍ବର ୨୭ରୁ ପୂଜା ଛୁଟି ଘୋଷଣା ହୋଇଥିବା ବେଳେ […]

Rakesh Mallick
  • Published: Wednesday, 30 August 2017
  • Updated: 30 August 2017, 09:27 PM IST

ଭୁବନେଶ୍ୱର:ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ମିଳିବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ଘୋଷଣା କରିଛନ୍ତି।  ସରକାରୀ କର୍ମଚାରୀଙ୍କ ଦରମା ପୂର୍ବାପେକ୍ଷା ହାରାହାରି ୧୪.୫ ପ୍ରତିଶତ ବଢ଼ିବ। ଅର୍ଥାତ ଗ୍ରୁପ୍ ଡି କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ହେବ। ଏହାଦ୍ୱାରା ସାଢ଼େ ୪ ଲକ୍ଷ ସରକାରୀ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ। ସେପ୍ଟେମ୍ବର ୨୭ରୁ ପୂଜା ଛୁଟି ଘୋଷଣା ହୋଇଥିବା ବେଳେ ବର୍ଦ୍ଧିତ ଦରମା ଓ ପେନସନ୍ ସେମ୍ବେର ୨୬ରେ ମିଳିବ।

୨୦୧୬ ଜାନୁଆରୀରୁ ପିଛିଲା ଭାବେ ଏହାକୁ ଲାଗୁ କରାଯିବ । ତେବେ ବକେୟା ଅର୍ଥ କିଭଳି ଦିଆଯିବ ସେ ନେଇ ପରବର୍ତ୍ତୀ ସମୟରେ ହିସାବ କରାଯିବ।  ରାଜ୍ୟ ସରକାରଙ୍କ ଉପରେ ଏଥିପାଇଁ ଅତିରିକ୍ତ ୪,୫୦୦ କୋଟି ଟଙ୍କାର ବୋଝ ପଡିବ।  ସପ୍ତମ ବେତନ କମିଶନ ଲାଗୁ ପାଇଁ ଫିଟମେଣ୍ଟ କମିଟି ଗତ ଜୁନ୍‌ରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇ ସାରିଥିଲେ।  କିନ୍ତୁ ୪୫୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡୁଥିବାରୁ ସରକାର କୌଣସି ନିଷ୍ପତ୍ତି ନେଇ ପାରି ନଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos