୮ବର୍ଷ ପରେ ନୟାଗଡ଼ରେ ପୁଣି ମାଓ ଆତଙ୍କ: ପୋଡି ଦେଲେ ଦୁଇ ବିଟ୍‌ ହାଉସ୍‌

ନୟାଗଡ଼: ୮ ବର୍ଷ ପରେ ନୟାଗଡ଼ରେ ମାଓବାଦୀ ସେମାନଙ୍କ ଉପସ୍ଥିତି ପୁଣି ଥରେ ଜାହିର କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ବନାଞ୍ଚଳର ହାଉସ କୁଆଁରିଆ ରେଞ୍ଜର ଢିପିସାହି ବିଟ୍‌ ଓ ଛାମୁଣ୍ଡିଆ ରେଞ୍ଜର ଗେରେଗେଡି ବିଟ୍ ହାଉସ୍‌ ସମେତ ୬ଟି ସ୍ଥାନରେ ୩ ଜଣ ସଶସ୍ତ୍ର ମାଓବାଦୀ ପୋଡ଼ାଜଳା କରିବା ସହ ଟିଫିନ ବୋମା ପକାଇ ଘର ଉଡ଼ାଇ ଦେଇଛନ୍ତି। ମାଓବାଦୀମାନେ ଏକ ବୋଲେରୋ ଗାଡ଼ି, ମେଟାଲ ଡିଟେକ୍ଟର, ଭିଏଚ୍‌ଏଫ୍‌ ସେଟ୍‌, କ୍ୟାମେରା ଟ୍ରାପ୍‌, ଟିଭି, […]

nayagrah....

nayagrah....

Rakesh Mallick
  • Published: Friday, 08 July 2016
  • Updated: 08 July 2016, 07:23 PM IST

Sports

Latest News

ନୟାଗଡ଼: ୮ ବର୍ଷ ପରେ ନୟାଗଡ଼ରେ ମାଓବାଦୀ ସେମାନଙ୍କ ଉପସ୍ଥିତି ପୁଣି ଥରେ ଜାହିର କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ବନାଞ୍ଚଳର ହାଉସ କୁଆଁରିଆ ରେଞ୍ଜର ଢିପିସାହି ବିଟ୍‌ ଓ ଛାମୁଣ୍ଡିଆ ରେଞ୍ଜର ଗେରେଗେଡି ବିଟ୍ ହାଉସ୍‌ ସମେତ ୬ଟି ସ୍ଥାନରେ ୩ ଜଣ ସଶସ୍ତ୍ର ମାଓବାଦୀ ପୋଡ଼ାଜଳା କରିବା ସହ ଟିଫିନ ବୋମା ପକାଇ ଘର ଉଡ଼ାଇ ଦେଇଛନ୍ତି।

ମାଓବାଦୀମାନେ ଏକ ବୋଲେରୋ ଗାଡ଼ି, ମେଟାଲ ଡିଟେକ୍ଟର, ଭିଏଚ୍‌ଏଫ୍‌ ସେଟ୍‌, କ୍ୟାମେରା ଟ୍ରାପ୍‌, ଟିଭି, ବ୍ୟାଟେରୀ, ସୋଲାର ଲାଇଟ୍‌ ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ନିଆଁ ଲଗାଇ ଦେଇଛନ୍ତି। ଗାର୍ଡ କ୍ୱାର୍ଟର୍ସ, ଆଣ୍ଟି ପୋଚିଂ ସେଡ୍ ଆଦିରେ ଆକ୍ରମଣ ହୋଇଛି।

ସୂଚନା ଅନୁସାରେ ବିଟ୍‌ ହାଉସର ଫରେଷ୍ଟର ଓ ୱାଚରମାନଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ମାଓବାଦୀମାନେ ଏହି କାଣ୍ଡ ଭିଆଇଥିଲେ। ଘଟଣାସ୍ଥଳରେ ସେମାନେ ୧୩ ଜଣ ପୋଲିସ୍  କର୍ମଚାରୀଙ୍କୁ  ହତ୍ୟା  କରିବା  ସହ ବିପୁଳ ମାଓ ପୋଷ୍ଟର ଛାଡି ଯାଇଛନ୍ତି।

୨୦୦୮ ମସିହାରେ ୧୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ନୟାଗଡ଼ ଅସ୍ତ୍ରାଗାର ଉପରେ ଆକ୍ରମଣ କରିବା ସହ ରାତି ସାରା ସହରରେ ଆତଙ୍କ ମଚାଇ ଥିଲେ। ସେମାନେ ଅସ୍ତ୍ରାଗାର ଉପରେ ଆକ୍ରମଣ କରି ୧୩ ଜଣ ପୋଲିସ୍‌  କର୍ମଚାରୀଙ୍କୁ ହତ୍ୟା କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ। ୨୦୦୮ ଆକ୍ରମଣ ପରେ ଜିଲ୍ଲାରେ ଆଉ ମାଓବାଦୀ ହିଂସା ଦେଖିବାକୁ ମିଳି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos