୯ ଦଫା ଦାବି ନେଇ ବୁର୍ଲା ଜୁନିୟର୍ ଡାକ୍ତରଙ୍କ ଧର୍ମଘଟ

ସମ୍ୱଲପୁର: ୯ ଦଫା ଦାଦି ନେଇ ବୁର୍ଲା ମେଡିକାଲ କଲେଜ ଜୁନିୟର ଡାକ୍ତର ସଂଘ ପକ୍ଷରୁ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରାଯାଇଛି। ଏଥିରେ ହାଉସ ସର୍ଜନ ମଧ୍ୟ ସାମିଲ ହୋଇଛନ୍ତି। ପ୍ରାୟ ୪୫୦ ଜଣ ଡାକ୍ତର ଓ ହାଉସ ସର୍ଜନ ଆନ୍ଦୋଳନରେ ସାମିଲ ହେବା ଯୋଗୁଁ ରୋଗୀ ସେବା ପ୍ରଭାବିତ ହୋଇଛି।

ଅନ୍ୟପକ୍ଷେ ଜୁନିୟର ଡାକ୍ତର ସଂଘର ଆନ୍ଦୋଳନକୁ ଦୃଷ୍ଟିରେ ରଖି ମେଡିକାଲ କର୍ତ୍ତୃପକ୍ଷ ସବୁ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଆଜି ସକାଳେ ଜୁନିୟର ଡାକ୍ତର ସଂଘର ଏକ ସାଧାରଣ ପରିଷଦ ବୈଠକ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ସଂଘ ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ହୋଇ ନ ଥିଲା।