ଓଖି ତାଣ୍ଡବ: ଉପକୂଳକୁ ମାଡ଼ି ଆସିଲା ମଣିଷ ଉଚ୍ଚର ଜୁଆର, ଦେଖନ୍ତୁ ଭିଡ଼ିଓ

ଚେନ୍ନାଇ: ଦକ୍ଷିଣ ଭାରତରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ‘ଓଖି’। ଉପକୂଳକୁ ମାଡ଼ି ଆସୁଛି ମଣିଷ ଉଚ୍ଚର ଜୁଆର। ଏହାର ପ୍ରଭାବରେ ତାମିଲନାଡୁ ଓ କେରଳରେ ୯ଜଣଙ୍କର ମୃତ୍ୟୁ ହୋଇଛି। ବହୁ ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ ଜଳବନ୍ଦୀ ହୋଇ ରହିଛନ୍ତି ଲକ୍ଷାଧିକ ଲୋକ। ଅନ୍ୟପକ୍ଷରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୮୦ରୁ ଅଧିକ ମତ୍ସ୍ୟଜୀବୀ ଏବେ ମଝି ଦରିଆରେ ଫସି ରହିଛନ୍ତି। ଶନିବାର ସକାଳେ ଓଖି ଲାକ୍ଷାଦ୍ୱୀପ ଛୁଇଁବ ବୋଲି ଜଣାପଡ଼ିଛି। ତାମିଲନାଡୁ ଓ କେରଳରେ ଘୂର୍ଣ୍ଣିଝଡ଼ ‘ଓଖି’ର […]

Okhi

Okhi

Rakesh Mallick
  • Published: Friday, 01 December 2017
  • Updated: 01 December 2017, 09:04 PM IST

Sports

Latest News

ଚେନ୍ନାଇ: ଦକ୍ଷିଣ ଭାରତରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ‘ଓଖି’। ଉପକୂଳକୁ ମାଡ଼ି ଆସୁଛି ମଣିଷ ଉଚ୍ଚର ଜୁଆର। ଏହାର ପ୍ରଭାବରେ ତାମିଲନାଡୁ ଓ କେରଳରେ ୯ଜଣଙ୍କର ମୃତ୍ୟୁ ହୋଇଛି। ବହୁ ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ ଜଳବନ୍ଦୀ ହୋଇ ରହିଛନ୍ତି ଲକ୍ଷାଧିକ ଲୋକ। ଅନ୍ୟପକ୍ଷରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୮୦ରୁ ଅଧିକ ମତ୍ସ୍ୟଜୀବୀ ଏବେ ମଝି ଦରିଆରେ ଫସି ରହିଛନ୍ତି। ଶନିବାର ସକାଳେ ଓଖି ଲାକ୍ଷାଦ୍ୱୀପ ଛୁଇଁବ ବୋଲି ଜଣାପଡ଼ିଛି।

ତାମିଲନାଡୁ ଓ କେରଳରେ ଘୂର୍ଣ୍ଣିଝଡ଼ ‘ଓଖି’ର ତାଣ୍ଡବରେ ବେହାଲ ଜନଜୀବନ। ଘରେ, ବାହାରେ ଚାରିଆଡେ ପାଣି ଆଉ ପାଣି। ଦୁଇ ରାଜ୍ୟରେ ଲକ୍ଷ ଲକ୍ଷ ଲୋକେ ପାଣିଘେରରେ ରହିଛନ୍ତି। ପ୍ରବଳ ପବନ ଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ବଡ଼ ବଡ଼ ଗଛ ଉପୁଡି ପଡିଛି। ରାସ୍ତା ଉପରେ ଗଛ ଗୁଡିକ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷା ଓ ପବନରେ ୯ଜଣଙ୍କର ମୃତ୍ୟୁ ହୋଇଛି। ଏହାର ପ୍ରଭାବରେ ତାମିଲନାଡୁରେ ୫ଜଣ ଓ କେରଳରେ ୪ଜଣ ପ୍ରାଣ ହରାଇଛନ୍ତି। ସମୁଦ୍ରକୁ ମାଛ ଧରିବାକୁ ଯାଇ ନିଖୋଜ ଥିବା ୮୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ନୌସେନା ଠାବ କରିଛି। ତେବେ ଲଗାଣ ବର୍ଷା ଓ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏବେ ଏନ୍‌ଡିଆର୍‌ଏଫ୍‌, ନୌସେନା, କୋଷ୍ଟ ଗାର୍ଡ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି। ସେପଟେ ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ ତାମିଲନାଡୁ ଓ ଦକ୍ଷିଣ କେରଳରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଉଭୟ ତାମିଲନାଡୁ ଓ କେରଳ ରାଜ୍ୟରେ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଛି। ସେହିପରି ‘ଓଖି’ ଯୋଗୁଁ ମରୁଭୂମି ପାଲଟିଛି ମାରିନା ବିଚ୍। ଲୋକଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଅନେକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂହ ପରିସ୍ଥିତିର ସମୀକ୍ଷା କରିଛନ୍ତି।

‘ଓଖି’ର ପ୍ରଭାବରେ ଶ୍ରୀଲଙ୍କାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। କଲମ୍ବୋରେ ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି। ରାସ୍ତା ଉପରେ ଜମି ରହିଛି ପାଣି ପ୍ରବଳ ବର୍ଷା ଓ ଝଡ଼ ତୋଫାନ ପାଇଁ ସେଠାରେ ବି ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story