ଓଡ଼ିଶାରେ ଆଣ୍ଠେଇଲାଣି ବୈଷୟିକ ଶିକ୍ଷା: ୯୪% ଇଞ୍ଜିନିୟରିଂ ସିଟ୍‌ ଖାଲି, ୮ଟି କଲେଜରେ ଆଡମିସନ୍‌ ଶୂନ

ଭୁବନେଶ୍ୱର: ଇଞ୍ଜିନିୟରିଂ ଆଡମିଶନ୍ ଉପରେ ଫେକ୍ ପ୍ଲେସ୍‌ମେଣ୍ଟ ଚଡ଼କ। ଚଳିତ ବର୍ଷ ଘରୋଇ ଇଂଜିନିୟରିଂ କଲେଜରେ ୯୪ ପ୍ରତିଶତ ସିଟ୍ ଖାଲି ପଡିଛି। ଏହାକୁ ନେଇ ଚିନ୍ତାରେ ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)। ଆଉ ଥରେ ଓଜେଇଇ କରିବା ପାଇଁ  ସଂଘ ବୈଷୟିକ ଶିକ୍ଷା ବିଭାଗକୁ ଭେଟି ଆଲୋଚନା କରିଛି। ଏପଟେ ନିମ୍ନମାନର ଶିକ୍ଷା ଯୋଗୁଁ ରାଜ୍ୟରେ ଇଞ୍ଜିନିୟରିଂ କଲେଜ ପ୍ରତି ଛାତ୍ରଛାତ୍ରୀ ବିମୁଖ ହେଉଥିବା ଶିକ୍ଷାବିତ ମତ ଦେଇଛନ୍ତି। ରାଜ୍ୟରେ ଘରୋଇ ଇଂଜିନିୟରିଂ କଲେଜ ଗୁଡ଼ିକରେ […]

vikash-bhai-750x430

vikash-bhai-750x430

Rakesh Mallick
  • Published: Monday, 31 July 2017
  • Updated: 31 July 2017, 07:39 PM IST

Sports

Latest News

ଭୁବନେଶ୍ୱର: ଇଞ୍ଜିନିୟରିଂ ଆଡମିଶନ୍ ଉପରେ ଫେକ୍ ପ୍ଲେସ୍‌ମେଣ୍ଟ ଚଡ଼କ। ଚଳିତ ବର୍ଷ ଘରୋଇ ଇଂଜିନିୟରିଂ କଲେଜରେ ୯୪ ପ୍ରତିଶତ ସିଟ୍ ଖାଲି ପଡିଛି। ଏହାକୁ ନେଇ ଚିନ୍ତାରେ ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)। ଆଉ ଥରେ ଓଜେଇଇ କରିବା ପାଇଁ  ସଂଘ ବୈଷୟିକ ଶିକ୍ଷା ବିଭାଗକୁ ଭେଟି ଆଲୋଚନା କରିଛି। ଏପଟେ ନିମ୍ନମାନର ଶିକ୍ଷା ଯୋଗୁଁ ରାଜ୍ୟରେ ଇଞ୍ଜିନିୟରିଂ କଲେଜ ପ୍ରତି ଛାତ୍ରଛାତ୍ରୀ ବିମୁଖ ହେଉଥିବା ଶିକ୍ଷାବିତ ମତ ଦେଇଛନ୍ତି।

ରାଜ୍ୟରେ ଘରୋଇ ଇଂଜିନିୟରିଂ କଲେଜ ଗୁଡ଼ିକରେ ୩୯,୦୦୦ ଓ ସରକାରୀ କଲେଜରେ ୪୦୦୦ ସିଟ୍‌ ରହିଛି। ସେଥିରୁ ଚଳିତ ବର୍ଷ ଓଜେଇଇ ମାତ୍ର ୮,୧୫୨ ଛାତ୍ରଛାତ୍ରୀଙ୍କୁ ସିଟ୍ ଆଲଟ୍ ମେଣ୍ଟ ହୋଇଛି। ଘରୋଇ କଲେଜ ଗୁଡ଼ିକରେ ଅଧିକାଂଶ ସିଟ୍‌ ଖାଲି ପଡିଥିବା ବେଳେ ସରକାରୀ କଲେଜରେ ୭୦୦ରୁ ଅଧିକ ସିଟ୍‌ରେ ଆଡମିସନ ହୋଇନାହିଁ। ୮ଟି କଲେଜରେ ଆଦୌ ନାମଲେଖା ହୋଇନି। ଏହାକୁ ନେଇ ଓପେକା ଚିନ୍ତାରେ ପଡ଼ିଯାଇଛି। ଆଉ ଥରେ ଓଜେଇଇ କରିବା ନେଇ ସଂଘ ବୈଷୟିକ ଶିକ୍ଷା ସଚିବଙ୍କୁ ଭେଟି ଦାବି କରିଛି।

ଓପେକା ସମ୍ପାଦକ ବିନୋଦ ଦାଶ କହିଛନ୍ତି-“ଚଳିତ ବର୍ଷ ଫେକ୍‌ ପ୍ଲେସ୍‌ମେଣ୍ଟର ପ୍ରଭାବ ଆଡମିଶନ୍‌ ଉପରେ ପଡ଼ିଛି। ଯାହାଦ୍ୱାରା ବହୁ ସିଟ୍‌ ଖାଲି ପଡ଼ିଛି। ତେଣୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ।”

ଓଜେଇଇ ଅଧ୍ୟକ୍ଷ ତୁଷାର ନାଥ କହିଛନ୍ତି-“ମନ ପସନ୍ଦର କଲେଜରେ ନାମ ଲେଖାଇବା ପାଇଁ ପିଲାମାନେ ଚାହୁଥିବେ। ସେଥିପାଇଁ ହୁଏତ ଏବେ ସିଟ୍‌ ଖାଲି ପଡ଼ିଛି। ତେବେ ଅଗଷ୍ଟ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ।”

ଫେକ୍ ପ୍ଲେସମେଣ୍ଟ ଭଳି ଘଟଣା ପଦାକୁ ଆସିବା ପରେ ରାଜ୍ୟରେ ବୈଷୟିକ ଶିକ୍ଷା ପ୍ରତି ପିଲାମାନଙ୍କର ଆଗ୍ରହ କମୁଥିବା ଚର୍ଚ୍ଚା ହେଉଛି। ଖାସ୍ କରି ଆଇଟିଇଆରରେ ଘଟିଥିବା ଫେକ୍ ପ୍ଲେସମେଣ୍ଟ ଅଭିଯୋଗ ଘଟଣା, ବୈଷୟିକ ଶିକ୍ଷାରେ କ୍ୟାରିୟର ନେଇ ଛାତ୍ରଛାତ୍ରୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଚଳିତ ବର୍ଷର ଆଡମିସନ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥିବା କୁହାଯାଉଛି। ସେପଟେ ରାଜ୍ୟର ଘରୋଇ କଲେଜରେ ଶିକ୍ଷାରମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍। ଉଚ୍ଚମାନର ଟ୍ରେନିଂ ମିଳୁନଥିବାରୁ  ପିଲାମାନେ ପ୍ଲେସମେଣ୍ଟ ପାଉନାହାନ୍ତି।

ଏନ୍ଆଇଟି ପୂର୍ବତନ ନିର୍ଦ୍ଦେଶକ ସୁନୀଲ୍ ଷଡ଼ଙ୍ଗୀ କହିଛନ୍ତି-“ଶିକ୍ଷାର ମାନ କମୁଥିବାରୁ ଓଡ଼ିଶାକୁ ପାଠ ପଢ଼ିବାକୁ ଆସୁଥିବା ପିଲାମାନେ ଅନ୍ୟ ଆଡକୁ ଯାଉଛନ୍ତି। ଏହାଛଡ଼ା ଫେକ୍‌ ପ୍ଲେସମେଣ୍ଟ ମଧ୍ୟ ଅନ୍ୟ ଏକ କାରଣ ହୋଇପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story