ବ୍ଲୁ ହ୍ୱେଲ୍‌ ଗେମ୍‌ ଖେଳୁଥିବା ଛାତ୍ରଙ୍କୁ ଉଦ୍ଧାର କଲା ପୋଲିସ

ଯାଜପୁର (ଓଡ଼ିଶା ରିପୋର୍ଟର): ବ୍ଲୁ ହ୍ୱେଲ ଗେମ ପଞ୍ଝାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ର। ଯାଜପୁର ଜିଲ୍ଲା ଜେନାପୁର ଥାନା ମଧୁପୁର ଗଡ ହାଇସ୍କୁଲରେ ପଢ଼ୁଥିବା ଛାତ୍ର ଜଣକ ଦୀର୍ଘ ୧୫ ଦିନ ଧରି ଏହି ମାରାତ୍ମ ବ୍ଲୁ ହ୍ୱେଲ ଗେମ ଖେଳୁଥିଲେ। ସ୍କୁଲର ପ୍ରଧାନଶିକ୍ଷକଙ୍କଠାରୁ ଖବର ପାଇ ପୋଲିସ ତାକୁ ଉଦ୍ଧାର କରି କାଉନ୍‌ସେଲିଂ କରୁଛି। ଆଜି ପୋଲିସ ବ୍ଲୁ ହ୍ୱେଲ ଗେମ୍‌ ଖେଳୁଥିବା ଛାତ୍ରଙ୍କ ସହପାଠୀଙ୍କୁ ମଧ୍ୟ ପଚରାଉଚରା କରିଛି। […]

Rakesh Mallick
  • Published: Friday, 08 September 2017
  • Updated: 08 September 2017, 10:06 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ବ୍ଲୁ ହ୍ୱେଲ ଗେମ ପଞ୍ଝାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ର। ଯାଜପୁର ଜିଲ୍ଲା ଜେନାପୁର ଥାନା ମଧୁପୁର ଗଡ ହାଇସ୍କୁଲରେ ପଢ଼ୁଥିବା ଛାତ୍ର ଜଣକ ଦୀର୍ଘ ୧୫ ଦିନ ଧରି ଏହି ମାରାତ୍ମ ବ୍ଲୁ ହ୍ୱେଲ ଗେମ ଖେଳୁଥିଲେ। ସ୍କୁଲର ପ୍ରଧାନଶିକ୍ଷକଙ୍କଠାରୁ ଖବର ପାଇ ପୋଲିସ ତାକୁ ଉଦ୍ଧାର କରି କାଉନ୍‌ସେଲିଂ କରୁଛି। ଆଜି ପୋଲିସ ବ୍ଲୁ ହ୍ୱେଲ ଗେମ୍‌ ଖେଳୁଥିବା ଛାତ୍ରଙ୍କ ସହପାଠୀଙ୍କୁ ମଧ୍ୟ ପଚରାଉଚରା କରିଛି।

ଅଭିଯୋଗରୁ ପ୍ରକାଶ, ଛାତ୍ର ଜଣକ ଗେମ୍ ଖେଳିବା ପରେ ସବୁବେଳେ ଏକୁଟିଆ ରହୁଥିଲେ। କାହା ସହିତ ବେଶୀ କଥା ହେଉନଥିଲେ। ରାତିରେ ହରର୍ ଫିଲ୍ମ ଦେଖୁଥିଲେ। ଏ ସମ୍ପର୍କରେ ଛାତ୍ରଙ୍କ ସହପାଠୀଙ୍କଠାରୁ ଜାଣିପାରି ହାଇସ୍କୁଲର ପ୍ରଧାନଶିକ୍ଷକ ପୋଲିସକୁ ଖବର ଦେଇଥିଲେ। ପୋଲିସ ସ୍କୁଲରେ ପହଞ୍ଚି ପଚରାଉଚୁରା କରିବା ପରେ ଛାତ୍ର ଜଣକ ବ୍ଲୁ ହ୍ୱେଲ୍‌ରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲା। ପରେ ପୋଲିସ ଗେମ ନଖେଳିବାକୁ ଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଏପରିକି ଛାତ୍ରଙ୍କ ପରିବାର ଲୋକଙ୍କୁ ମଧ୍ୟ ବୁଝାଇଥିଲା ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos