‘୨୦୧୯ରେ ଓଡ଼ିଶାରେ ସରକାର ଗଢ଼ିବ ଆପ୍‌’

କଟକ: ୨୦୧୯ ନିର୍ବାଚନରେ ଓଡ଼ିଶାରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସରକାର ଗଢିବ। ଏହି ସରକାରର ପ୍ରାଥମିକତା ହେବ ସବୁ ଗାଁକୁ ଶସ୍ତାରେ ବିଜୁଳି ଯୋଗାଇବା। ଆଜି କଟକରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀରେ ଆପ୍‌ର ବରିଷ୍ଠ ନେତା ଆଶୁତୋଷ ଯୋଗଦେଇ ଏହା କହିଛନ୍ତି। ସେ କହିଛନ୍ତି,“ରାଜ୍ୟରେ ଭ୍ରଷ୍ଟାଚାରୀଙ୍କ ଶାସନ ଚାଲିଛି। ସବୁ ଦଳ ପରି ବିଜେଡିରେ ମଧ୍ୟ ଅନେକ ଭ୍ରଷ୍ଟାଚାରୀ ନେତା ଅଛନ୍ତି। ନବୀନ ପଟ୍ଟନାୟକ ଦୀର୍ଘ ୧୭ ବର୍ଷ ଧରି ଓଡିଶାକୁ ଲୁଟିଛନ୍ତି। ଅନ୍ୟ ବିକଳ୍ପ ନ […]

cuttack-aap

cuttack-aap

Rakesh Mallick
  • Published: Sunday, 25 September 2016
  • Updated: 25 September 2016, 08:16 PM IST

କଟକ: ୨୦୧୯ ନିର୍ବାଚନରେ ଓଡ଼ିଶାରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସରକାର ଗଢିବ। ଏହି ସରକାରର ପ୍ରାଥମିକତା ହେବ ସବୁ ଗାଁକୁ ଶସ୍ତାରେ ବିଜୁଳି ଯୋଗାଇବା। ଆଜି କଟକରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀରେ ଆପ୍‌ର ବରିଷ୍ଠ ନେତା ଆଶୁତୋଷ ଯୋଗଦେଇ ଏହା କହିଛନ୍ତି।

ସେ କହିଛନ୍ତି,“ରାଜ୍ୟରେ ଭ୍ରଷ୍ଟାଚାରୀଙ୍କ ଶାସନ ଚାଲିଛି। ସବୁ ଦଳ ପରି ବିଜେଡିରେ ମଧ୍ୟ ଅନେକ ଭ୍ରଷ୍ଟାଚାରୀ ନେତା ଅଛନ୍ତି। ନବୀନ ପଟ୍ଟନାୟକ ଦୀର୍ଘ ୧୭ ବର୍ଷ ଧରି ଓଡିଶାକୁ ଲୁଟିଛନ୍ତି। ଅନ୍ୟ ବିକଳ୍ପ ନ ଥିବାରୁ ଓଡ଼ିଶାର ଲୋକେ ବାଧ୍ୟ ହୋଇ ନବୀନଙ୍କୁ ଜିତାଉଛନ୍ତି।”

ଅନ୍ୟତମ ଅତିଥିଭାବେ ଦିଲ୍ଲୀ ସରକାରଙ୍କ ଜଳ ଓ ସଂସ୍କୃତି ମନ୍ତ୍ରୀ କପିଲ ମିଶ୍ର ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି,“ଓଡିଶାରେ ରାଜାଙ୍କ ସରକାର ଚାଲିଛି। ସବୁ ଜିଲ୍ଲାରେ ରାଜା ସାହାବ ଅଛନ୍ତି। ଇଏ ସବୁ ରାଜା ସାହାବ ନବୀନ, ମୋଦି ଓ କଂଗ୍ରେସ୍‌ରେ ଅଛନ୍ତି। ଭବାନୀପାଟଣାର ଦାନ ମାଝିଙ୍କ ଦୁଃଖ ବାହାରିନ୍‌ ପ୍ରଧାନମନ୍ତ୍ରୀ ଶୁଣିଲେ, ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କାନରେ ଦାନର ଦୁଃଖ ପଡ଼ିଲାନି। ଏବେ ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos