ଏସ୍‌ସିବି ନର୍ସିଂ ଅଧ୍ୟକ୍ଷାଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଛାତ୍ରୀ

କଟକ: କଟକ ଏସ୍‌ସିବି ସ୍କୁଲ ଅଫ୍‌ ନର୍ସିଂର ଜଣେ ଚତୁର୍ଥ ବର୍ଷ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ସ୍କୁଲ୍‌ ଅଧ୍ୟକ୍ଷା କାଜଲରାଣୀ ସିହ୍ନାଙ୍କ ବିରୋଧରେ ଆଜି ଛାତ୍ରୀମାନେ ମଙ୍ଗଳାବାଗ୍‌  ଥାନାରେ ଏତଲା ଦେଇଛନ୍ତି। ତାଙ୍କ ବିରୋଧରେ ଆଇପିସିର ଦଫା ୩୪୧, ୩୨୩, ୨୪୯, ୩୫୪ ଓ ଏସ୍‌ସି-ଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଛାତ୍ରୀମାନେ ଆଜି ବି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛନ୍ତି।  ଫଳରେ ରୋଗୀ ସେବା  ବାଧାପ୍ରାପ୍ତ ହୋଇଛି। ଘଟଣାର ତଦନ୍ତ କରିବା ପାଇଁ ଏସସିବି […]

acb college

acb college

Rakesh Mallick
  • Published: Wednesday, 11 May 2016
  • Updated: 12 May 2016, 01:32 AM IST

Sports

Latest News

କଟକ: କଟକ ଏସ୍‌ସିବି ସ୍କୁଲ ଅଫ୍‌ ନର୍ସିଂର ଜଣେ ଚତୁର୍ଥ ବର୍ଷ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ସ୍କୁଲ୍‌ ଅଧ୍ୟକ୍ଷା କାଜଲରାଣୀ ସିହ୍ନାଙ୍କ ବିରୋଧରେ ଆଜି ଛାତ୍ରୀମାନେ ମଙ୍ଗଳାବାଗ୍‌  ଥାନାରେ ଏତଲା ଦେଇଛନ୍ତି। ତାଙ୍କ ବିରୋଧରେ ଆଇପିସିର ଦଫା ୩୪୧, ୩୨୩, ୨୪୯, ୩୫୪ ଓ ଏସ୍‌ସି-ଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଛାତ୍ରୀମାନେ ଆଜି ବି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛନ୍ତି।  ଫଳରେ ରୋଗୀ ସେବା  ବାଧାପ୍ରାପ୍ତ ହୋଇଛି।

ଘଟଣାର ତଦନ୍ତ କରିବା ପାଇଁ ଏସସିବି କର୍ତ୍ତୃପକ୍ଷ ଏକ ୬ ଜଣିଆ କମିଟି ଗଠନ କରିଛନ୍ତି।

ଗତକାଲି ଛାତ୍ରୀମାନେ ଏକ ରାଲିରେ ଆସି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଭେଟି ଅଧ୍ୟକ୍ଷାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

ଗତ ୭ ତାରିଖରେ ଅଧ୍ୟକ୍ଷା ଜଣେ ଛାତ୍ରୀଙ୍କୁ ଜାତିଅଣା ଆକ୍ଷେପ କରିଥିବା ସେ ଅଭିଯୋଗ କରିଥିଲେ। ଏପରି କି ତାଙ୍କୁ ମାଡ଼ ମାରିଥିଲେ ବୋଲି ଦର୍ଶାଇ ଥିଲେ। ଏ ନେଇ ଛାତ୍ରୀମାନେ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ମଙ୍ଗଳବାଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos