ପେଟ ଜନିତ ଗ୍ୟାସ୍ ସମସ୍ୟା ଦେଖାଦେଲେ ଆମେ ସଙ୍ଗେସଙ୍ଗେ ଔଷଧ ଖାଇଥାଉ। ଏହାର କିଛି ସମୟ ପରେ ଆମକୁ ଆରାମ ମିଳିଥାଏ। ହେଲେ ଧୀରେ ଧୀରେ ଏହା ଆମର ଅଭ୍ୟାସରେ ପରିଣତ ହୋଇଥାଏ। ପରେ ଏହାର ଗମ୍ଭୀର ହୋଇଥାଏ। ଏମିତିକି ଲୋକଙ୍କର ଲିଭର ନଷ୍ଟ ହେବାର ଆଶଙ୍କା ବଢ଼ି ଯାଇଥାଏ ବୋଲି ବାତ୍ରା ହସ୍ପିଟାଲର ଗଷ୍ଟ୍ର ସାଇନ୍ସ ଡାକ୍ତର ଆର.କେ ହିମଥାନୀ କହିଛନ୍ତି। ଏକ କାର୍ଯ୍ୟକ୍ରମ ଅବସରରେ ଡାକ୍ତର ହିମଥାନୀ କହିଛନ୍ତି, ‘‘ଦୀର୍ଘ ଦିନ ଧରି ଗ୍ୟାସ୍ ଔଷଧ ଖାଇବା ଦ୍ୱାରା ପେଟରେ ଏସିଡିଟି ସ୍ତର ହ୍ରାସ ଘଟିଥାଏ। କିଛି ବ୍ୟାକ୍ଟେରିଆ ନଷ୍ଟ କରିବାକୁ ଏସିଡ୍ ଦରକାର ପଡ଼ିଥାଏ। ଔଷଧ ଖାଇବା ଦ୍ୱାରା ଶରୀରରେ ଥିବା ଏସିଡ୍ ନଷ୍ଟ ହେବାରୁ ମୁହଁରୁ ପେଟକୁ ଯାଉଥିବା ସଂକ୍ରମଣ ନଷ୍ଟ ହୋଇନଥାଏ। ଏହାଦ୍ୱାରା ସଂକ୍ରମଣ ଆଶଙ୍କା ବଢ଼ି ଯାଇଥାଏ। ଯାହାଦ୍ୱାରା ଲିଭର ରୋଗ ହେବାର ସମ୍ଭାବନା ରହିଥାଏ।”
ଶେଷ ପର୍ଯ୍ୟାୟରେ ହୁଏ ଚିହ୍ନଟ: ଡାକ୍ତରଙ୍କ କହିବା ଅନୁସାରେ, ଅଧିକ ମାତ୍ରାରେ ଆଲକୋହଲ ଖାଇବା ଓ ହେପାଟାଇଟିସ୍ ଯୋଗୁଁ ଲିଭର ଖରାପ ହୋଇ ନଥାଏ। ଓଜନ ବୃଦ୍ଧି କିମ୍ୱା ଗ୍ୟାସ ଔଷଧ ଖାଇବା ଦ୍ୱାରା ଏହି ସ୍ଥିତି ଦେଖିବାକୁ ମିଳିଥାଏ। ନନ୍ ଆଲକୋହଲ୍ ଫୋଟି ଲିଭର ଡିଜିଜ୍ ୩୦ରୁ ୪୦ ବର୍ଷ ଲୋକଙ୍କୁ ହୋଇଥାଏ। ଶେଷ ପର୍ଯ୍ୟାୟରେ ଏହି ରୋଗର ଚିହ୍ନଟ ହୋଇଥାଏ।
ହାଡ ଉପରେ ପଡ଼ିଥାଏ ପ୍ରଭାବ: ଗ୍ୟାସ ଔଷଧ ଖାଇବା ଦ୍ୱାରା କେବଳ ଲିଭର ନୁହେଁ ହାଡ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ। ପେଟରେ ଏସିଡିଟି ମାତ୍ରା କମିଯିବା ଦ୍ୱାରା ଭିଡାମିନ୍ ବି ୧୨ ମାତ୍ରା କମ୍ ହୋଇଯାଇଥାଏ। ଏହାସହ ଅନ୍ୟ ଭିଟାମିନ୍ ମଧ୍ୟ କମି ଯାଇଥାଏ। ଯାହାଦ୍ୱାରା ଏମୋନିଆର ସମ୍ଭାବନା ବଢ଼ି ଯାଇଥାଏ। ହାଡ ଦୁର୍ବଳ ହୋଇଥାଏ। ଡାକ୍ତରଙ୍କ ବିନା ପରାମର୍ଶରେ ଗ୍ୟାସ ଔଷଧ ଖାଇବା ଉଚିତ ନୁହେଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।