୨୦୧୯ରେ ଆମ ସରକାର ଆସିଲେ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ: ଭୃଗୁ ବକ୍ସିପାତ୍ର

ଜୟପୁର: “ରାଜ୍ୟର ବହୁ ଅଫିସର ହଇରାଣ ହରକତ କରୁଛନ୍ତି। ୨୦୧୯ରେ ଆମ ସରକାର ଆସିଲେ କମିଶନ ଗଠନ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।” ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି। ବୋରିଗୁମ୍ମାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭା ବିଳମ୍ବରେ ଆରମ୍ଭ ହେବାର କାରଣ ସଂପର୍କରେ କହିବାକୁ ଯାଇ ସେ ଏହି ଚେତାବାନୀ ଦେଇଛନ୍ତି। ଭୃଗୁ କହିଛନ୍ତି,“କୋରାପୁଟ ଜିଲ୍ଲାପାଳ ବିଜେଡିର ଜିଲ୍ଲା ସଭାପତି ଭଳି କାମ […]

bhrugu

bhrugu

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 07:56 PM IST

Sports

Latest News

ଜୟପୁର: “ରାଜ୍ୟର ବହୁ ଅଫିସର ହଇରାଣ ହରକତ କରୁଛନ୍ତି। ୨୦୧୯ରେ ଆମ ସରକାର ଆସିଲେ କମିଶନ ଗଠନ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।” ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି। ବୋରିଗୁମ୍ମାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭା ବିଳମ୍ବରେ ଆରମ୍ଭ ହେବାର କାରଣ ସଂପର୍କରେ କହିବାକୁ ଯାଇ ସେ ଏହି ଚେତାବାନୀ ଦେଇଛନ୍ତି।

ଭୃଗୁ କହିଛନ୍ତି,“କୋରାପୁଟ ଜିଲ୍ଲାପାଳ ବିଜେଡିର ଜିଲ୍ଲା ସଭାପତି ଭଳି କାମ କରୁଛନ୍ତି। ଗତ ୧୩ ତାରିଖରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ଏକ  ନିର୍ବାଚନୀ ସଭା ହୋଇଥିଲା। ନିର୍ବାଚନୀ ସଭା ହେବାର ଚାରିଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟଠାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ କରିବା ପାଇଁ  କୋରାପୁଟ ଜିଲ୍ଲାପାଳଙ୍କୁ ଆବେଦନ ପତ୍ର ଦିଆଯାଇଥିଲା। କିନ୍ତୁ ପ୍ରଶାସନ ତରଫରୁ କୌଣସି ଅନୁମତି ମିଳି ନ ଥିଲା। । ଧର୍ମେନ୍ଦ୍ର ବାବୁଙ୍କ ହେଲିକପ୍ଟରକୁ ଅବତରଣ କରିବା ପାଇଁ ଭାରତୀୟ ଜନତା ପାର୍ଟିର ବହୁ ଅନୁରୋଧ କରାଯିବା ପରେ ଅନୁମତି ମିଳିଥିଲା। ସେଥିପାଇଁ ବୋରିଗୁମ୍ମାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାରେ ବିଳମ୍ବ ହୋଇଥିଲା। ”

ଭୃଗୁ ବକ୍ସିପାତ୍ର ଆହୁରି କହିଛନ୍ତି,“ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ବିଜେପିର କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ  ଏପରି କରାଯାଇଥିଲା। ଏଥିରେ ସ୍ପଷ୍ଟ ଜଣାଯାଉଛି ଯେ,ଜିଲ୍ଲା ପ୍ରଶାସନ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ କରିବା ପାଇଁ  ଅନୁମତି ଦେବାକୁ ଚାହୁଁ ନଥିଲା।”

ସେ କହିଛନ୍ତି,“ପ୍ରଶାସନ ଭାରତୀୟ ଜନତା ପାର୍ଟି ପ୍ରଚାରକୁ ବିରୋଧ କରୁଛି ଓ ବିଜୁ ଜନତା ଦଳର କର୍ମଚାରୀ ଭାବେ କାମ କରୁଛି। ସେଥିପାଇଁ ସେମାନଙ୍କୁ ଅନୁରୋଧ କରୁଛୁ ସେମାନେ ଏଭଳି ପକ୍ଷପାତିତା କରନ୍ତୁ ନାହିଁ। ଯେଉଁମାନେ ନିୟମାବଳୀକୁ ଭଙ୍ଗକରି ଏଭଳି କାର୍ଯ୍ୟକ୍ରମରେ ଲିପ୍ତ ରହିବେ ସେମାନଙ୍କ ବିରୋଧରେ କମିଶନ  ଗଠନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କ ମନ୍ତବ୍ୟକୁ ସମାଲୋଚନା କରି  ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,“ ସମାନ୍ୟ ନିର୍ବାଚନୀ ସଫଳତାରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଓ କେନ୍ଦ୍ରମନ୍ତ୍ରୀଙ୍କର ଅହଙ୍କାର ବଢ଼ିଗଲାଣି। ବିଜେପି ନେତାମାନେ ଅଫିସରମାନଙ୍କୁ ଧମକ ଦେବା ଆରମ୍ଭ କଲେଣି।”

ସେ କହିଛନ୍ତି,“୨୦୧୯ରେ  ଜିତିଲେ କମିଶନ ବସାଇବେ ବୋଲି ଧମକ ଦେଉଛି। ଆଇଏଏସ୍ ଓ ଆଇପିଏସ୍‌ ଅଫିସର ମାନଙ୍କୁ  ବିଜେଡିର କର୍ମକର୍ତ୍ତା ବୋଲି କହୁଛି। ସେମାନଙ୍କର କୌଣସି ଅଭିଯୋଗ ଥିଲେ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିପାରିବେ। ୨୦୧୯ ରେ କମିଶନ ବସାଇବା ପାଇଁ ଅପେକ୍ଷା କଣ ପାଇଁ?”

ଶଶିଭୂଷଣ ବେହେରା ଆହୁରି କହିଛନ୍ତି,“ନିର୍ବାଚନ କମିଶନଙ୍କ ଉପରେ ଭରସା ରଖିବା ଦରକାର। ନିର୍ବାଚନ କମିଶନଙ୍କ ଉପରେ ଭରସା  ନ ରଖି ୨୦୧୯ରେ ସରକାର କରି  ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କମିଶନ ଗଠନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯେଉଁ ଧମକ ଦିଆଯାଉଛି ଏହା ଗଣତନ୍ତ୍ରର ଏକ ବିଚିତ୍ର ବ୍ୟବସ୍ଥା ସୃଷ୍ଟି କରିବାକୁ ଯାଉଛି। ବିଜେପିର କର୍ମକର୍ତ୍ତା ଓ କେନ୍ଦ୍ରମନ୍ତ୍ରୀ ନିର୍ବାଚନରେ ଏତେ ଉତଫୁଲିତ ହୋଇ ଯେଉଁଭଳିଆ  ଅଫିସରମାନଙ୍କୁ ବ୍ୟବହାର କରୁଛନ୍ତି ସେମାନେ ଭୁଲିଯାଉଛନ୍ତି ଯେ ଆଇଏଏସ୍ ଓ ଆଇପିଏସ୍‌ ଅଫିସରମାନେ ରାଷ୍ଟ୍ରପତି ଦ୍ୱାରା  ନିଯୁକ୍ତ।”

ବିଜେପି ଏହି ନିର୍ବାଚନର ସଫଳତାକୁ ଯେଉଁ ଦୃଷ୍ଟିରେ ଦେଖୁଛି ଓ ଭବିଷ୍ୟତର ଆକଳନ କରୁଛି  ତାହା  ନିଶ୍ଚୟ ବିଫଳ ହେବ। ୫ଟି ପର୍ଯ୍ୟାୟ ନିର୍ବାଚନ ପରେ ଓଡ଼ିଶା ବାସୀ ଦେଖିବେ ବିଜେଡି ୧ ନମ୍ବର ସ୍ଥାନରେ ରହିଥିବ। ଓଡ଼ିଶାବାସୀ କାହାର ଗର୍ବ, ଅହଙ୍କାରକୁ ବରଦାସ୍ତ କରନ୍ତିନାହିଁ ବୋଲି ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story