ଅଧାବାଟରେ ଅଟକିଲେ ତିନି ଠାକୁର

ପୁରୀ: ଶ୍ରୀମନ୍ଦିର ଛାଡି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବା ତିନି ଠାକୁର ଅଧା ବାଟରେ ଅଟକିଛନ୍ତି। ମହାପ୍ରଭୁ ଜଗନ୍ନାଥ ଶ୍ରୀନଅର ନିକଟରେ ଅଟକି ଥିବା ବେଳେ ବଡ଼ଭାଇ ବଳଭଦ୍ର ବଳଗଣ୍ଡି ଛକ ପୂର୍ବରୁ ଓ ଦେବୀ ସୁଭଦ୍ରା ବଗଲା ଧର୍ମଶାଳା ନିକଟରେ ଅଟକିଛନ୍ତି। ଆସନ୍ତାକାଲି ପୁଣି ଭକ୍ତମାନେ ତିନି ଠାକୁରଙ୍କ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରକୁ ନେବେ। ଆଜି ଶ୍ରୀଜିଉଙ୍କ ଘୋଷଯାତ୍ରା ଦେଖିବାକୁ ପୁରୀରେ ୬ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ପହଣ୍ଡି ନିର୍ଦ୍ଧାରିତ ସମୟରେ […]

puri

puri

Rakesh Mallick
  • Published: Wednesday, 06 July 2016
  • Updated: 07 July 2016, 09:07 AM IST

puriପୁରୀ: ଶ୍ରୀମନ୍ଦିର ଛାଡି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବା ତିନି ଠାକୁର ଅଧା ବାଟରେ ଅଟକିଛନ୍ତି। ମହାପ୍ରଭୁ ଜଗନ୍ନାଥ ଶ୍ରୀନଅର ନିକଟରେ ଅଟକି ଥିବା ବେଳେ ବଡ଼ଭାଇ ବଳଭଦ୍ର ବଳଗଣ୍ଡି ଛକ ପୂର୍ବରୁ ଓ ଦେବୀ ସୁଭଦ୍ରା ବଗଲା ଧର୍ମଶାଳା ନିକଟରେ ଅଟକିଛନ୍ତି। ଆସନ୍ତାକାଲି ପୁଣି ଭକ୍ତମାନେ ତିନି ଠାକୁରଙ୍କ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରକୁ ନେବେ। ଆଜି ଶ୍ରୀଜିଉଙ୍କ ଘୋଷଯାତ୍ରା ଦେଖିବାକୁ ପୁରୀରେ ୬ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା।

ପହଣ୍ଡି ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିଲେ ମଧ୍ୟ ରଥଟଣା ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ହୋଇଥିଲା।

ତିନି ଠାକୁରଙ୍କ ପହଣ୍ଡି ପରେ ରଥ ଉପରେ ଶୀଜିଉଙ୍କ ବେଶ ଓ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ତାଙ୍କ ଅନୁଗାମୀଙ୍କ ସହ ଆସି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ତିନି ଠାକୁରଙ୍କ ଦର୍ଶନ ପରେ ଶଙ୍କରାଚାର୍ଯ୍ୟ କହିଛନ୍ତି, “ଭଲରେ ତିନି ଠାକୁରଙ୍କ ସହ ସୁଦର୍ଶନ ଜୀଙ୍କ ଦର୍ଶନ କଲି। ତିନି ଠାକୁରଙ୍କୁ ସ୍ପର୍ଶ ନ କରିବା ନିଷ୍ପତ୍ତି ଅକାଟ୍ୟ। କୋର୍ଟକୁ ଏହାକୁ ମାନିଛନ୍ତି। ଏହାକୁ କାର୍ଯ୍ୟକାରୀ କରାଯିବା ଦରକାର।”

ଶ୍ରୀନଅରରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ତାମଯାନରେ ଆସି ପହଞ୍ଚିବା ପରେ ତିନି ରଥରେ ଛେରା ପହଁରା କରିଥିଲେ। ଏହା ପରେ ରଥ ଟଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଚାରମାଳ ଫିଟା ଓ ଘୋଡାଯୋଚା, ସାରଥୀ ଲାଗିବା ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ଗଡିଥିଲା।

ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ଇ କରାଯାଇଥିଲା। ଶ୍ରୀମନ୍ଦିର ଅଞ୍ଚଳରେ ୧୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ତିନି ରଥର ଚାରିପାଖରେ କର୍ଡନ ବ୍ୟବସ୍ଥା କରାଯାଇଥିଲା। କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ସମୁଦ୍ରତଟ ଉପରେ ତୀକ୍ଷ୍ଣ ନଜର ରଖିଥିଲେ।

ଘୋଷଯାତ୍ରାରେ ସାମିଲ ହୋଇଥିଲେ ବହୁ ବିଶିଷ୍ଟ ବ୍ୟକ୍ତି। ରାଜ୍ୟପାଳ ଏସ୍..ସି. ଜମୀର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆଇନମନ୍ତ୍ରୀ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଦୀପ ମହାରଥୀ, ଦେବୀ ମିଶ୍ର, ଯୋଗେନ୍ଦ୍ର ବେହେରା ଏବଂ ସାଂସଦ ପିନାକୀ ମିଶ୍ର। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଘୋଷଯାତ୍ରାରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story