ଭୂ-କମ୍ପରେ ଥରିଲା ଅଧା ଓଡ଼ିଶା

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟା ୦୭ରେ ଓଡ଼ିଶାର ବହୁ ସ୍ଥାନରେ ଭୂ-କମ୍ପ ଅନୁଭୂତ ହୋଇଛି। ରାଜ୍ୟର ଭୁବନେଶ୍ୱର, କଟକ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦୁଝରର ଆନନ୍ଦପୁର, ମୟୂରଭଞ୍ଜ, ଗୁଣପୁର, କୋଣାର୍କ, ନୟାଗଡ଼, ପାରାଦୀପ ଓ ରାଉରକେଲାରେ ଭୂ-କମ୍ପ ଅନୁଭୂତ ହୋଇଛି। ତେବେ ଖବର ଲେଖାଯିବା ସୁଦ୍ଧା କୌଣସି ସ୍ଥାନରୁ କ୍ଷୟକ୍ଷତିର ସୂଚନା ମିଳିନାହିଁ। ଭୂକମ୍ପ ଝଟକା ପରେ ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ବାଲେଶ୍ୱରରେ ମହିଳାମାନେ ପାରମ୍ପରିକ ଭାବେ ଶଙ୍ଖ ବଜାଇ ଓ ହୁଳୁହୁଳୁ ପକାଇ ଭୂକମ୍ପର ସତର୍କ […]

earthqueke

earthqueke

Rakesh Mallick
  • Published: Wednesday, 24 August 2016
  • Updated: 24 August 2016, 06:01 PM IST

Sports

Latest News

earthquekeଭୁବନେଶ୍ୱର: ଆଜି ଅପରାହ୍ନ ୪ଟା ୦୭ରେ ଓଡ଼ିଶାର ବହୁ ସ୍ଥାନରେ ଭୂ-କମ୍ପ ଅନୁଭୂତ ହୋଇଛି। ରାଜ୍ୟର ଭୁବନେଶ୍ୱର, କଟକ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦୁଝରର ଆନନ୍ଦପୁର, ମୟୂରଭଞ୍ଜ, ଗୁଣପୁର, କୋଣାର୍କ, ନୟାଗଡ଼, ପାରାଦୀପ ଓ ରାଉରକେଲାରେ ଭୂ-କମ୍ପ ଅନୁଭୂତ ହୋଇଛି।

ତେବେ ଖବର ଲେଖାଯିବା ସୁଦ୍ଧା କୌଣସି ସ୍ଥାନରୁ କ୍ଷୟକ୍ଷତିର ସୂଚନା ମିଳିନାହିଁ।

ଭୂକମ୍ପ ଝଟକା ପରେ ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ବାଲେଶ୍ୱରରେ ମହିଳାମାନେ ପାରମ୍ପରିକ ଭାବେ ଶଙ୍ଖ ବଜାଇ ଓ ହୁଳୁହୁଳୁ ପକାଇ ଭୂକମ୍ପର ସତର୍କ ସୂଚନା ଦେଉଥିବା ଦେଖିବାକୁ ମିଳିଥିଲା।

କେନ୍ଦ୍ରୀୟ ମିଆଁମାରରେ ଭୂ-କମ୍ପର କେନ୍ଦ୍ର ସ୍ଥଳ ରହିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ଥିଲା।

କେବଳ ଓଡ଼ିଶା ନୁହେଁ ଭୂକମ୍ପର ପ୍ରଭାବ ପଶ୍ଚିମବଙ୍ଗ, ଆସାମ ଓ ବିହାରରେ ମଧ୍ୟ ଅନୁଭୂତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos