ଜିଲ୍ଲା ପରିଷଦ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ବିଧାନସଭା ସମ୍ମୁଖରେ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ବିକ୍ଷୋଭ

ଭୁବନେଶ୍ୱର: ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ। ଏସସିଏସଟି ଗଣ-ଶିକ୍ଷକମାନଙ୍କ ନିଯୁକ୍ତିର ୬ବର୍ଷ ପରେ ଜିଲ୍ଲା ପରିଷଦ ଶିକ୍ଷକ ଭାବେ ନିଯୁକ୍ତି ଦେବା ଦାବିରେ ମାଷ୍ଟରକ୍ୟାଣ୍ଟିନ ଛକରୁ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ପ୍ରଥମେ ଏକ ରାଲି ବିଧାନସଭା ପର୍ଯ୍ୟନ୍ତ ଆସିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହାଇକୋର୍ଟ ଏବଂ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ରାଜ୍ୟ ସରକାରଙ୍କୁ ଏ ଦିଗରେ ନିର୍ଦ୍ଦେଶ […]

adibashee

adibashee

Rakesh Mallick
  • Published: Thursday, 01 October 2015
  • Updated: 01 October 2015, 12:39 PM IST

Sports

Latest News

ଭୁବନେଶ୍ୱର: ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ। ଏସସିଏସଟି ଗଣ-ଶିକ୍ଷକମାନଙ୍କ ନିଯୁକ୍ତିର ୬ବର୍ଷ ପରେ ଜିଲ୍ଲା ପରିଷଦ ଶିକ୍ଷକ ଭାବେ ନିଯୁକ୍ତି ଦେବା ଦାବିରେ ମାଷ୍ଟରକ୍ୟାଣ୍ଟିନ ଛକରୁ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ପ୍ରଥମେ ଏକ ରାଲି ବିଧାନସଭା ପର୍ଯ୍ୟନ୍ତ ଆସିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହାଇକୋର୍ଟ ଏବଂ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ରାଜ୍ୟ ସରକାରଙ୍କୁ ଏ ଦିଗରେ ନିର୍ଦ୍ଦେଶ ଦେଇଥିବାବେଳେ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ସଂଘ ପ୍ରଶ୍ନ କରିଛି। ସରକାର ତୁରନ୍ତ ଦାବି ପୂରଣ ନକଲେ ଆଗାମୀ ଦିନରେ ନବୀନ ନିବାସ, ବିଧାନସଭା ଓ ସଚିବାଳୟକୁ ଘେରାଉ କରିବାକୁ ସଂଘ ଧମକ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos