ଆଦିତ୍ୟ ପାଢ଼ୀ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ। ସେ ଗୋକୁଳ ଚନ୍ଦ୍ର ପତିଙ୍କ ସ୍ଥାନ ନେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାର (ନଭେମ୍ବର ୩୦) ଅବସର ନେବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ଶ୍ରୀ ପାଢ଼ୀ ତାଙ୍କଠାରୁ ଦାୟିତ୍ୱ ନେବେ। ମୁଖ୍ୟ ଶାସନ ସଚିବ ପଦ ଦୌଡ଼ରେ ସବୁଠୁ ଆଗରେ […]

aditya padhee

aditya padhee

Rakesh Mallick
  • Published: Saturday, 28 November 2015
  • Updated: 28 November 2015, 03:53 PM IST

Sports

Latest News

ADITYA PADHI-UPRADRA-R.BALKRISHNAN-BISALDEVଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ। ସେ ଗୋକୁଳ ଚନ୍ଦ୍ର ପତିଙ୍କ ସ୍ଥାନ ନେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାର (ନଭେମ୍ବର ୩୦) ଅବସର ନେବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ଶ୍ରୀ ପାଢ଼ୀ ତାଙ୍କଠାରୁ ଦାୟିତ୍ୱ ନେବେ।

ମୁଖ୍ୟ ଶାସନ ସଚିବ ପଦ ଦୌଡ଼ରେ ସବୁଠୁ ଆଗରେ ରହିଥିଲେ ଶ୍ରୀ ପାଢ଼ୀ। ଗତ ୨ ବର୍ଷ ଧରି ପ୍ରଶାସନିକ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେ। ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ବେଶ୍ ପତିଆରା ରହିଛି ତାଙ୍କର। ଉନ୍ନୟନ କମିଶନର ଭାବେ ସେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗୁଡ୍ ବୁକରେ ବି ସେ ରହିଥିଲେ।

୧୯୮୩ ବ୍ୟାଚର ଆଇଏଏସ୍ ହେଉଛନ୍ତି ଆଦିତ୍ୟ। ବର୍ତ୍ତମାନ ସୁଦ୍ଧା ଗୃହ, ଅର୍ଥ, ଶିଳ୍ପ, ପରିବହନ, ନଗର ଉନ୍ନୟନ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି ସେ। ଦିଲ୍ଲୀରେ ରେସିଡେଣ୍ଟ୍ କମିଶନର ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଛନ୍ତି ଶ୍ରୀ ପାଢୀ। ଆଦିତ୍ୟ ପାଢୀଙ୍କର ଆହୁରି ୪ ବର୍ଷ କାର୍ଯ୍ୟକାଳ ରହିଛି।

ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀ ପାଢ଼ୀ କହିଛନ୍ତି ଯେ ନୂଆ ନିଯୁକ୍ତିରେ ସେ ବହୁତ ଖୁସି ହୋଇଛନ୍ତି। ରାଜ୍ୟରେ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ସେ ଉଦ୍ୟମ କରିବେ। ମରୁଡ଼ି ମୁକାବିଲା, ରୁରାଲ୍ ହାଉସିଂ, ବିଦ୍ୟୁତକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ ବିଶେଷ ଧ୍ୟାନ ଦେବେ ବୋଲି ସେ କହିଛନ୍ତି।

ଆଦିତ୍ୟ ପାଢ଼ୀଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ସରକାର ନିଯୁକ୍ତି ଦେବା ନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ବରିଷ୍ଠ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ଆଦିତ୍ୟ ପାଢ଼ୀଙ୍କଠାରୁ ଏହି ଦାୟିତ୍ୱ ନେବେ। ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ ବିଭାଗ) ଆର୍ ବାଲକ୍ରିଷ୍ଣନଙ୍କୁ ଉନ୍ନୟନ କମିଶନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିଶାଲ ଦେବଙ୍କୁ ଅର୍ଥ ବିଭାଗର ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos