ପଖାଳ ଖାଆନ୍ତୁ, ସୁସ୍ଥ ରୁହନ୍ତୁ: ଜାଣନ୍ତୁ କ’ଣ ରହିଛି ଫାଇଦା

ପଖାଳ। ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଏଥିପାଇଁ କୁହାଯାଇଥାଏ ‘ଆମେ ଓଡ଼ିଆ, ଆମ ପଖାଳ ବଢ଼ିଆ’। ହେଲେ ରନ୍ଧା ଯାଇଥିବା ଭାତ ବଳି ପଡିଲେ କିଛି ଲୋକ ଏହାକୁ ଫିଙ୍ଗି ଦେଇଥାନ୍ତି। ବହୁ ଲୋକଙ୍କ ଧାରଣା ନିୟମିତ ପଖାଳ ଖାଇଲେ ଥଣ୍ଡା ଧରିଥାଏ ଓ ଲୋକେ ମୋଟା ହୋଇଯାଇଥାନ୍ତି। ଆଉ କିଛି ଭାବିଥାନ୍ତି, ବାସୀ ଭାତ ଖାଲେ ଦେହ ଖରାପ ହୋଇଥିଏ। ହେଲେ ଏପରି ଧାରଣା ସମ୍ପୂର୍ଣ୍ଣ ଭୁଲ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପଖାଳ ସ୍ୱାସ୍ଥ୍ୟପ୍ରତି ବହୁତ […]

water rice-1

water rice-1

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 03:29 PM IST

Sports

Latest News

ପଖାଳ। ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଏଥିପାଇଁ କୁହାଯାଇଥାଏ ‘ଆମେ ଓଡ଼ିଆ, ଆମ ପଖାଳ ବଢ଼ିଆ’। ହେଲେ ରନ୍ଧା ଯାଇଥିବା ଭାତ ବଳି ପଡିଲେ କିଛି ଲୋକ ଏହାକୁ ଫିଙ୍ଗି ଦେଇଥାନ୍ତି। ବହୁ ଲୋକଙ୍କ ଧାରଣା ନିୟମିତ ପଖାଳ ଖାଇଲେ ଥଣ୍ଡା ଧରିଥାଏ ଓ ଲୋକେ ମୋଟା ହୋଇଯାଇଥାନ୍ତି। ଆଉ କିଛି ଭାବିଥାନ୍ତି, ବାସୀ ଭାତ ଖାଲେ ଦେହ ଖରାପ ହୋଇଥିଏ। ହେଲେ ଏପରି ଧାରଣା ସମ୍ପୂର୍ଣ୍ଣ ଭୁଲ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପଖାଳ ସ୍ୱାସ୍ଥ୍ୟପ୍ରତି ବହୁତ ଭଲ। ନିୟମିତ ପଖାଳ ଖାଉଥିବା ବ୍ୟକ୍ତି ବହୁତ କମ୍ ବେମାର ପଡିଥାନ୍ତି।

ଆସାମ ଏଗ୍ରୀକଲଚରାଲ୍ ୟୁନିଭର୍ସିଟିର ଏକ ସର୍ଭେରୁ ଜଣାପଡ଼ିଛି, ବାସୀ ଭାତ (ପଖାଳ) ସ୍ୱାସ୍ଥକର ଉପାଦାନରେ ଭରପୂର। ରିପୋର୍ଟ ଅନୁସାରେ ୧୦୦ ଗ୍ରାମର ଭାତରୁ ୩.୪ ମିଲିଗ୍ରାମ୍ ଆଇରନ୍ ମିଳିଥାଏ। ହେଲେ ସମାନ ପରିମାଣର ଭାତକୁ ରାତିସାରା ଅତି କମ୍‌ରେ ୧୨ ଘଣ୍ଟା ପାଣିରେ ବତୁରାଇ ରଖି ସଖାଳେ ଖାଇଲେ ଏଥିରେ ଆଇରନର ମାତ୍ରା ବଢ଼ି ୭୩.୯୧ ମିଲିଗ୍ରାମ୍ ହୋଇଯାଇଯାଏ। ଏହାସହ ଏଥିରେ ସୋଡ଼ିୟମ,ପୋଟାସିୟମ୍, କ୍ୟାଲସିୟମର ମାତ୍ରା ମଧ୍ୟ ବଢ଼ିଯାଇଥାଏ।

ପଖାଳରୁ କ’ଣ ମିଳେ ଫାଇଦା

୧. ପଖାଳରେ ଅନେକ ମାତ୍ରାରେ ଫାଇବର୍ ଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ।

୨. ଯଦି ଆପଣ ଅଲସର ରୋଗୀ ତେବେ ସପ୍ତାହରେ ୩ ଥର ପଖାଳ ବା ବାସୀ ଭାତ ଖାଆନ୍ତୁ। ପେଟରେ ହୋଇଥିବା ଘା ଶୀଘ୍ର ଭଲ ହେଇଯିବ।

୩. ଆପଣଙ୍କୁ ଯଦି ପ୍ରତିଦିନ ଚାହା ଓ କଫି ପିଇବାର ଖରାପ ଅଭ୍ୟାସ ରହିଛି, ତେବେ ସକାଳେ ଉଠି ପଖାଳ ଖାଆନ୍ତୁ ଏ ଅଭ୍ୟାସ ଦୂର ହୋଇଯିବ।

୪. ପଖାଳ ଖାଇଲେ ଆପଣ ଦିନସାରା ଫୁର୍ତ୍ତି ଅନୁଭବ କରିବେ। ଏହା ଆପଣଙ୍କୁ ସାରାଦିନ ଧାଁଦୌଡ କରିବାକୁ ଶକ୍ତି ଯୋଗାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos