ପୁଣି ଏନ୍‌କାଉଣ୍ଟର: ଜଖମୀ ହେଲା ଦୁର୍ଦ୍ଦାନ୍ତ ଅପରାଧୀ

ବ୍ରାହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର। ଖଲ୍ଲିକୋଟ ନାରାୟଣୀରୋଡ଼ ନିକଟରେ ଏହି ଏନ୍‌କାଉଣ୍ଟରରେ ହୋଇଛି। ଫଳରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଓରଫ ରାମଚନ୍ଦ୍ର ସାହୁ ଆହତ ହୋଇଛି। ବାବୁର ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବାବୁ ନିକଟରୁ ପୋଲିସ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି ଜବତ କରିଛି। ବାବୁ ଓ ତା’ ସହଯୋଗୀ ରିଙ୍କୁ ପଟ୍ଟନାୟକ ପେଣ୍ଡରା ପାଲ୍ଲୀ ନିକଟସ୍ଥ ନାରାୟଣୀରୋଡ଼ ନିକଟରେ ଥିବା ଜାଣିପାରି ପୋଲିସ ଚଢ଼ାଉ କରିଥିଲା। […]

again-encounter-one-criminal-injure

again-encounter-one-criminal-injure

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 10:52 PM IST

ବ୍ରାହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର। ଖଲ୍ଲିକୋଟ ନାରାୟଣୀରୋଡ଼ ନିକଟରେ ଏହି ଏନ୍‌କାଉଣ୍ଟରରେ ହୋଇଛି। ଫଳରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଓରଫ ରାମଚନ୍ଦ୍ର ସାହୁ ଆହତ ହୋଇଛି। ବାବୁର ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବାବୁ ନିକଟରୁ ପୋଲିସ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି ଜବତ କରିଛି।

ବାବୁ ଓ ତା’ ସହଯୋଗୀ ରିଙ୍କୁ ପଟ୍ଟନାୟକ ପେଣ୍ଡରା ପାଲ୍ଲୀ ନିକଟସ୍ଥ ନାରାୟଣୀରୋଡ଼ ନିକଟରେ ଥିବା ଜାଣିପାରି ପୋଲିସ ଚଢ଼ାଉ କରିଥିଲା। ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା। ଫଳରେ ବାବୁ ଆହତ ହୋଇଥିବାବେଳେ ରିଙ୍କୁ ଖସି ପଳାଇବାରେ ସମର୍ଥ ହୋଇଥିଲା। ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକ ଡଜନରୁ ଅଧିକ ଅପରାଧୀକ ମାମଲା ରହିଥିବା ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos