ଚକଡ଼ା ନେଲା ପୁଣି ଜଣେ ଚାଷୀଙ୍କ ଜୀବନ!

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୁଁଟପାଲି ପଞ୍ଚାୟତ ବେହେରା ଗାଁରେ ପ୍ରଦୀପ ଖମାରୀ ନାମକ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରଦୀପ ନିଜର ଦେଢ଼ ଏକର ଜମିରେ ହାତ ଉଧାରି କରି ଧାନ ଚାଷ କରିଥିଲେ। କିନ୍ତୁ ଅମଳ ହେବା ଆଗରୁ ଫସଲରେ ଚକଡ଼ା ଲାଗିଯାଇଥିଲା। ବାରମ୍ବାର ଔଷଧ ସିଞ୍ଚନ ସତ୍ତ୍ୱେ କୌଣସି ଲାଭ ମିଳିନଥିଲା। ଶେଷରେ ସେ ମାନସିକ […]

Farmer_Suicide

Farmer_Suicide

Rakesh Mallick
  • Published: Monday, 20 November 2017
  • Updated: 20 November 2017, 09:25 PM IST

Sports

Latest News

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୁଁଟପାଲି ପଞ୍ଚାୟତ ବେହେରା ଗାଁରେ ପ୍ରଦୀପ ଖମାରୀ ନାମକ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରଦୀପ ନିଜର ଦେଢ଼ ଏକର ଜମିରେ ହାତ ଉଧାରି କରି ଧାନ ଚାଷ କରିଥିଲେ। କିନ୍ତୁ ଅମଳ ହେବା ଆଗରୁ ଫସଲରେ ଚକଡ଼ା ଲାଗିଯାଇଥିଲା। ବାରମ୍ବାର ଔଷଧ ସିଞ୍ଚନ ସତ୍ତ୍ୱେ କୌଣସି ଲାଭ ମିଳିନଥିଲା। ଶେଷରେ ସେ ମାନସିକ ଭାରସାମ୍ୟ ହରାଇ ଆଜି ଅପରାହ୍ନ ପ୍ରାୟ ୪ଟାରେ ବିଷ ପିଇ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ସଦର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ମିଶାଇ ବରଗଡ଼ ଜିଲ୍ଲାରେ ଗତ ମାସକ ଭିତରେ ଗଲାଣି ୭ ଜଣ ଚାଷୀଙ୍କ ଜୀବନ ହାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos