୨୦୧୬-୧୭ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ୍‌ରେ ୧୩,୧୮୧.୮୯ କୋଟି ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ୱର: ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ୍‌ରେ ୧୩,୧୮୧.୮୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଉଭୟ ଯୋଜନା ଓ ଅଣଯୋଜନା କ୍ଷେତ୍ରରେ ଏହି ବ୍ୟୟ ବରାଦ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଏଥର କୃଷି ବଜେଟ୍‌ର ବ୍ୟୟ ବରାଦ ୨୦.୮୯ ପ୍ରତିଶତ ଅଧିକ ରହିଛି। ପୁଣି କୃଷି ବଜେଟ୍‌ର ଅଟକଳ ୨୦୧୬-୧୭ ଆର୍ଥିକ ବର୍ଷର ମୋଟ ବ୍ୟୟ ଅଟକଳର ୧୪.୦୨ ପ୍ରତିଶତ ରହିଛି। ଆଜି ବିଧାନସଭାରେ କୃଷି ବଜେଟ୍ ଉପସ୍ଥାପନ କରି ଏହି ସୂଚନା […]

pradeep amata

pradeep amata

Rakesh Mallick
  • Published: Friday, 18 March 2016
  • Updated: 18 March 2016, 02:05 PM IST

Sports

Latest News

pradeep amataଭୁବନେଶ୍ୱର: ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ୍‌ରେ ୧୩,୧୮୧.୮୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଉଭୟ ଯୋଜନା ଓ ଅଣଯୋଜନା କ୍ଷେତ୍ରରେ ଏହି ବ୍ୟୟ ବରାଦ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଏଥର କୃଷି ବଜେଟ୍‌ର ବ୍ୟୟ ବରାଦ ୨୦.୮୯ ପ୍ରତିଶତ ଅଧିକ ରହିଛି। ପୁଣି କୃଷି ବଜେଟ୍‌ର ଅଟକଳ ୨୦୧୬-୧୭ ଆର୍ଥିକ ବର୍ଷର ମୋଟ ବ୍ୟୟ ଅଟକଳର ୧୪.୦୨ ପ୍ରତିଶତ ରହିଛି। ଆଜି ବିଧାନସଭାରେ କୃଷି ବଜେଟ୍ ଉପସ୍ଥାପନ କରି ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ।

କୃଷି ବଜେଟ୍‌ରେ ସରକାର ଜଳ ସେଚନ ଉପରେ ଗୁରୁତ୍ୱ ଦେଇଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷରେ ଆଉ ୨.୫୭ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୧୫-୧୬ ଆର୍ଥିକ ବର୍ଷରେ ଉଭୟ ଯୋଜନା ଓ ଅଣ-ଯୋଜନା କ୍ଷେତ୍ରରେ  ଜଳ ସଂପଦ ବିଭାଗ ପାଇଁ ୬୨୧୨.୧୫ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଥିଲା। ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ପରିମାଣ ୭୨୪୧.୬୬ କୋଟି ଟଙ୍କା ରଖାଯାଇଛି, ଯାହାକି ପୂର୍ବ ଆର୍ଥିକ ବର୍ଷ ଅପେକ୍ଷା ୧୬.୫୭ ପ୍ରତିଶତ ଅଧିକ।

ଅର୍ଥମନ୍ତ୍ରୀ କହିଥିଲେ, “ଜଳ ସେଚନ ହେଉଛି କୃଷିର ଜୀବନ ରେଖା। ଏହା ମୌସମୀର ଅନିଶ୍ଚିତତାରୁ କୃଷକର ଦୁର୍ଦ୍ଦଶାକୁ ପ୍ରଶମିତ କରିଥାଏ ଏବଂ ଏହା ମଧ୍ୟ ବିବିଧ ଶସ୍ୟ ଚାଷ ଜରିଆରେ ଉତ୍ପାଦକତା ଓ ଆୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ତେବେ ରାଜ୍ୟରେ ଚାଷ ହେଉଥିବା ଜମିର ବହୁ ଅଞ୍ଚଳ ଜଳ ସେଚିତ ହୋଇପାରିନାହିଁ। ୨୦୧୪ରୁ ୨୦୧୯ ମଧ୍ୟରେ ରାଜ୍ୟର ଅତିରିକ୍ତ ୧୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାର ଯୋଜନା ରଖାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅତିରିକ୍ତ ୨ ଲକ୍ଷ ହେକ୍ଟର ଜମି ଜଳ ସେଚିତ ହୋଇପାରିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଆଉ ୨.୫୭ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିପାରିବୁ। ଚାଲୁ ରହିଥିବା ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବା ସହ ବୃହତ୍ ଉଠା ଜଳସେଚନ, ଅଗଭୀର ଓ ଗଭୀର ନଳକୂପ ସ୍ଥାପନ ଏବଂ ଅଣୁ ଜଳ ସେଚନ ସୁବିଧା ଦ୍ୱାରା ଜଳ ବ୍ୟବହାର ପରସରକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି।”

ଅର୍ଥମନ୍ତ୍ରୀ କହିଥିଲେ,“୨୦୧୬-୧୭ ଆର୍ଥିକ ବର୍ଷରେ ତ୍ୱରିତ୍ ଜଳ ସେଚନ ସୁବିଧା ଯୋଜନା ଅନ୍ତର୍ଗତ ରୁକୁରା ଓ ନିମ୍ନ ଇନ୍ଦ୍ର ବୃହତ ଜଳସେଚନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବ, ଯଦିଓ ଏଥିପାଇଁ ୨୦୧୨-୧୩ ଆର୍ଥିକ ବର୍ଷରୁ କେନ୍ଦ୍ର ସରକାରଙ୍କର ସହାୟତା ମିଳୁନାହିଁ। କ୍ଷୁଦ୍ର ଜଳସେଚନ କ୍ଷେତ୍ରରେ ୨୧୩ ଗୋଟି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ ଚିହ୍ନଟ ହୋଇଛି। ଏଥି ମଧ୍ୟରୁ ୩୦ଟିର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଓ ବାକି ୧୮୩ଟି ପ୍ରକଳ୍ପ ୨୦୧୬-୧୭ ଆର୍ଥିକ ବର୍ଷରେ ସଂପୂର୍ଣ୍ଣ ହେବ। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ୪୦ଟି ବୃହତ ଉଠା ଜଳ ସେଚନ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ପ୍ରସ୍ତାବ ରଖିଛୁ। ଜଳକ୍ଳୀଷ୍ଟ ଅଞ୍ଚଳରେ ଭୂତଳ ଜଳର ବିନିଯୋଗ ପାଇଁ ୧,୭୫,୦୦୦ ଗଭୀର ଓ ଅଗଭୀର ନଳକୂପ ସ୍ଥାପନ କରାଯିବ। ଏହା ସହିତ ଏହି ଆର୍ଥିକ ବର୍ଷରେ ୧୯୦୦ ଅଣୁ ଉଠା ଜଳ ସେଚନ ପଏଣ୍ଟ ସ୍ଥାପନ କରାଯିବ। ଏହି ଉଠା ଜଳ ସେଚନ ପଏଣ୍ଟ ଦ୍ୱାରା ୧.୧୯ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇପାରିବ।”

ସେ କହିଥିଲେ,“୨୦୧୫ ଡିସେମ୍ବର ସୁଦ୍ଧା ରାଜ୍ୟରେ ୭୪୮୧ ଆଡ଼ିବନ୍ଧ ଦ୍ୱାରା ୭୨୪୧୮ ହେକ୍ଟର ଜମି ଜଳ ସେଚିତ ହୋଇପାରିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ୪୦୦୦ ଆଡ଼ିବନ୍ଧ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି।”

କୃଷି ବଜେଟ୍‌ରେ ସରକାର ମାଣ୍ଡିଆ ଚାଷ ଉପରେ ଗୁରୁତ୍ୱ ଦେଇଛନ୍ତି। ଏନେଇ ଅର୍ଥମନ୍ତ୍ରୀ କହିଥିଲେ,“ଆମେ ମାଣ୍ଡିଆକୁ ପୁଣି ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ପ୍ରସ୍ତାବ ରଖିଛୁ। ଆଦିବାସୀ ଅଞ୍ଚଳରେ ମାଣ୍ଡିଆର ଉତ୍ପାଦନ ବୃଦ୍ଧି ପାଇଁ “ଆଦିବାସୀ ଅଞ୍ଚଳରେ ମାଣ୍ଡିଆ ପାଇଁ ସ୍ୱତନ୍ତ୍ର ଯୋଜନା” ନାଁରେ ଏକ ଯୋଜନା ପ୍ରଚଳନ କରାଯିବ। ୨୦୧୬-୧୭ ବର୍ଷରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ସମନ୍ୱିତ ଚାଷ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ‘ସହାୟତା’ ନାଁରେ ଏକ ଯୋଜନା ପ୍ରଚଳନ କରାଯିବ। ଏହି ଯୋଜନାର ଆଭିମୁଖ୍ୟ ହେଉଛି ଆଦିବାସୀ ଜିଲ୍ଲାମାନଙ୍କରେ ଜଳବିଭାଜିକା ଅଞ୍ଚଳରେ ଚାଷୀମାନଙ୍କର ରୋଜଗାର ବୃଦ୍ଧି।”

୨୦୧୫-୧୬ ଆର୍ଥିକ ବର୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଉଭୟ ଯୋଜନା ଓ ଅଣଯୋଜନା କ୍ଷେତ୍ରରେ ବ୍ୟୟ ବରାଦ ୩୧୨୪.୩୮ କୋଟି ଟଙ୍କା ଥିବା ବେଳେ ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ପ୍ରାୟ ୧୦.୦୭ ପ୍ରତିଶତ ବୃଦ୍ଧି ପାଇ ୩୪୩୮.୯୧ ଟଙ୍କାରେ ପହଞ୍ଚିଛି।

ଅର୍ଥମନ୍ତ୍ରୀ କହିଥିଲେ,“ ଉଭୟ ବିହନ ଓ ସାରକୁ ଆଗରୁ ମହଜୁଦ୍ ରଖିବା ପାଇଁ ୧୦୦ କୋଟି ଟଙ୍କାର ପୃଥକ ପୃଥକ ପୁନର୍ଭରଣୀୟ ପାଣ୍ଠି ସୃଷ୍ଟି କରାଯାଇଛି। କୃଷି ଭିତ୍ତିକ ଶିଳ୍ପ ଓ ଔଦ୍ୟୋଗିକ ବିକାଶ ପାଇଁ ପ୍ରାରମ୍ଭିକ ପାଣ୍ଠି ବା ଷ୍ଟାର୍ଟଅପ୍ ଫଣ୍ଡ୍ ସ୍ଥାପନ ପ୍ରସ୍ତାବ ରଖାଯାଇଛି। ଫଳ ଓ ପରିବା ବିପଣନ ପାଇଁ ଏକ କଂପାନୀ ପ୍ରତିଷ୍ଠା କରିବାର ପ୍ରସ୍ତାବ ରହିଛି। ୨୦୧୬-୧୭ ଆର୍ଥିକ ବର୍ଷରେ କୃଷି ଭିତ୍ତିକ ଶିଳ୍ପାଞ୍ଚଳ ଓ ଫୁଡ୍ ପାର୍କ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯିବ। ରାଜ୍ୟରେ କୃଷି କାର୍ଯ୍ୟ କରୁଥିବା ସ୍ତ୍ରୀ ଲୋକଙ୍କ ପାଇଁ ଅନୁକୂଳ କୃଷି ଉପକରଣ ପାଇଁ ‘ପ୍ରୋତ୍ସାହନ’ ନାଁରେ ଏକ ଯୋଜନା ଆରମ୍ଭ କରାଯିବାର ପ୍ରସ୍ତାବ ରହିଛି। ଭୁବନେଶ୍ୱରଠାରେ ସରକାରୀ ଓ ବେସରକାରୀ ସହଭାଗୀତାରେ ଏକ ଫୁଲ ବଜାର ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି।”

ସମବାୟ ଋଣ ଓ ଶସ୍ୟବୀମା ଚାଷ କାର୍ଯ୍ୟରେ ଋଣର ଆବଶ୍ୟକତାକୁ ପୂରଣ କରିବା ସଙ୍ଗେ ସଙ୍ଗେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରମୁଖ ଭୂମିକା ନିଭାଇ ଥାଏ। ସମବାୟ ବିଭାଗର ଉଭୟ ଯୋଜନା ଓ ଅଣଯୋଜନା କ୍ଷେତ୍ରରେ ୨୦୧୫-୧୬ ଆର୍ଥିକ ବର୍ଷରେ ବ୍ୟୟ ବରାଦ ୮୯୨.୨୭ କୋଟି ଟଙ୍କା ଥିବା ବେଳେ ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ୧୦୪.୧୭ ପ୍ରତିଶତକୁ ବୃଦ୍ଧି ପାଇ ୧୮୨୧.୭୩ କୋଟି ଟଙ୍କାରେ ପହଞ୍ଚିଛି।

ଅର୍ଥମନ୍ତ୍ରୀ କହିଥିଲେ,“୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରାୟ ୨ ଲକ୍ଷ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରିବାକୁ ପ୍ରସ୍ତାବ ରହିଛି। ପ୍ରଚଳିତ ଜାତୀୟ କୃଷି ବୀମା ଯୋଜନା ପାଇଁ ପ୍ରିମିୟମ ବାବଦକୁ ରାଜ୍ୟ ଅଂଶ ହିସାବରେ ୮୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ବ୍ୟତୀତ ସଦ୍ୟ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟ ଅଂଶ ପ୍ରିମିୟମ ବାବଦକୁ ୩୦୦ କୋଟି ଟଙ୍କା ଦେବାର ପ୍ରସ୍ତାବ ରହିଛି। ଗୋଦାମ ଘର ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିଭଳି ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତି ଜରିଆରେ କୃଷକମାନଙ୍କୁ ସୁଧ ଉପରେ ରିହାତି ପ୍ରଦାନ ଉଦ୍ଦେଶ୍ୟରେ ୪୩୫ କୋଟି ୪୮ ଲକ୍ଷ ଟଙ୍କାର ବ୍ୟବସ୍ଥା ଲାଗି ବିଜେଟ୍‌ରେ ପ୍ରସ୍ତାବ ରହିଛି। ଏଥିରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ୟ ଋଣ ନେଇଥିବା ଚାଷୀମାନଙ୍କୁ ଠିକଣା ସମୟରେ ଋଣ ପରିଶୋଧ କଲେ କେବଳ ଏକ ପ୍ରତିଶତ ହାରରେ ସୁଧ ଦେବାକୁ ପଡ଼ିବ। ନାବାର୍ଡ ଜରିଆରେ ପଣ୍ୟାଗାର ଭିତ୍ତିଭୂମି ପାଣ୍ଠି ଅଧୀନରେ ଗୋଦାମଘର ନିର୍ମାଣ କରାଯିବ। ପଞ୍ଚାୟତରାଜ ବିଭାଗ ଏଥିପାଇଁ କାର୍ଯ୍ୟ ନିର୍ବାହୀ ସଂସ୍ଥା ରହିବ।”

ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପାଇଁ ୨୦୧୫-୧ ଆର୍ଥିକ ବର୍ଷରେ ଉଭୟ ଯୋଜନା ଓ ଅଣଯୋଜନା କ୍ଷେତ୍ରରେ ୫୨୪.୮୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ୨୦୧୬-୧୭ ଆର୍ଥିକ ବର୍ଷରେ ଏହାକୁ ୮.୭୭ ପ୍ରତିଶତ ବୃଦ୍ଧି କରାଯାଇ ୬୭୯.୬୦ କୋଟି ଟଙ୍କା ରଖାଯାଇଛି।

ଅର୍ଥମନ୍ତ୍ରୀ କହିଥିଲେ,“କ୍ଷାର ଜଳ ଓ ସାମୁଦ୍ରିକ ସଂପଦରୁ ଅଧିକ ଉତ୍ପାଦନ ପାଇଁ ଏକ ନୂତନ ଓଡ଼ିଶା ମତ୍ସ୍ୟ ନୀତି ପ୍ରଣୟନ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୪.୭୯ ଲକ୍ଷ ଟନ୍ ଥିବା ବେଳେ ୨୦୧୯-୧୦ ଆର୍ଥିକ ବର୍ଷ ସୁଦ୍ଧା ଏହାକୁ ୭.୧୫ ଲକ୍ଷ ଟନ୍ କରାଯିବ। ମଧୁର ଜଳ ମତ୍ସ୍ୟ ଉତ୍ପାଦନ ୨.୬୩ ଲକ୍ଷ ଟନ୍ ଥିବା ବେଳେ ୨୦୧୯-୨୦ ବର୍ଷ ସୁଦ୍ଧା ଏହାକୁ ବୃଦ୍ଧି ପାଇ ୫.୩୦ ଲକ୍ଷ ଟନ୍‌ରେ ପହଞ୍ଚାଇବାର ଯୋଜନା ରହିଛି। ୩୦ କୋଟି ଜିଲ୍ଲାରେ ମଧୁର ଜଳରେ ମତ୍ସ୍ୟ ଚାଷ ପାଇଁ ୧୫୦୦୦ ହେକ୍ଟର ପରିମିତ ନୂତନ ପୋଖରୀ ଓ ଜଳାଶୟର ଉନ୍ନତିକରଣର ପ୍ରସ୍ତାବ ରହିଛି। ଏହା ୬୦,୦୦୦ ବ୍ୟକ୍ତିଙ୍କର ନିଯୁକ୍ତି ସୁବିଧା ସୃଷ୍ଟି କରିବ। ସେହିଭଳି ଜାତୀୟ ଜୀବନଜୀବିକା ମିଶନ୍ ଜରିଆରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରସ୍ତାବ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story